Vastu Shastra- ନିଜ ଘର ଆଗରେ କେବେବି ଏହି ଗଛ ଲଗାନ୍ତୁ ନାହିଁ, ନହେଲେ ପଡିବେ ବଡ ଅସୁବିଧାରେ

ସମସ୍ତେ ନିଜ ଘରେ କିମ୍ବା ବାରିରେ ବିଭିନ୍ନ ପ୍ରକାରର ଗଛ ଅବଶ୍ୟ ଲଗାଇଥାନ୍ତି । ଗଛ ଲଗାଇବା ଦ୍ଵାରା ଘର ସୁନ୍ଦରତା ଦ୍ଵିଗୁଣ ବଢିଯାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଏମିତି କିଛି ଗଛ ଅଛି ଯାହା ଆମର ବହୁତ ଉପକାର କରିଥାନ୍ତି କିନ୍ତୁ ଅନ୍ୟ କେତେ ଗଛ ଆମର ଅପକାର କରିଥାନ୍ତି । କିନ୍ତୁ ଏମିତି ବି କିଛି ଗଛ ଅଛି ଯାହାକୁ ଘରେ ରଖିବା ଦ୍ଵାରା ଘରେ କୁପ୍ରଭାବ ପଡିଥାଏ ଓ ଆପଣଙ୍କ ଅନିଷ୍ଟ ହେବା ସହିତ ଘରେ ସବୁବେକେ ଝଗଡା ମଧ୍ୟ ହୋଇଥାଏ । ଏହା ଛଡା ଆପଣ ଯାହା ରୋଜଗାର କରୁଛନ୍ତି ତାହା ବି ଆପଣଙ୍କୁ ନିଅଣ୍ଟ ପଡିଯିବ ।

ଏମିତିରେ ଆଜି ଆମେ ଆପଣଙ୍କୁ କହିଦେବୁ କି ଘରେ କେଉଁ ଗଛ ଲଗାଇବା ଉଚିତ ଏବଂ କେଉଁ ଗଛ ଘରେ ଲଗାଇବା ଉଚିତ ନୁହେଁ । ଏହି ସବୁ ଗଛ ଘରେ ରହିବା ଦ୍ଵାରା ଆପଣଙ୍କୁ ସର୍ବଦା ଅଶୁଭ ଫଳ ପ୍ରାପ୍ତି ହେବ ।

କଣ୍ଟା ଜାତୀୟ ଗଛ

ଆପଣ ମାନେ ଜାଣିଥିବେ କି ହିନ୍ଦୁ ଧର୍ମର ଲୋକମାନେ ସବୁବେଳେ ଶାସ୍ତ୍ର ଓ ଧର୍ମ ଉପରେ ବିଶ୍ଵାସ ରଖନ୍ତି । ଶାସ୍ତ୍ର ଅନୁସାରେ ଓ ବଡ ବଡ ରୂଷିମାନଙ୍କ ଅନୁସାରେ ଯଦି ଆପଣଙ୍କ ଘର ଆଗରେ କଣ୍ଟା ଜାତୀୟ ଗଛ ଦେଖୁଛନ୍ତି ତେବେ ସର୍ବ ପ୍ରଥମେ ତାକୁ ସେଠାରୁ କାଢି ଦିଅନ୍ତୁ । କାରଣ ଆପଣ ଯଦି ସକାଳୁ ଉଠି କଣ୍ଟା ଜାତୀୟ ଗଛ ଦେଖୁଛନ୍ତି ତେବେ ଏହା ଆପଣଙ୍କ ପୁରା ଦିନ ଖରାପ ହୋଇ ଯିବ । ଏହା ସହିତ ଆପଣଙ୍କ ସବୁ କାମ ନଷ୍ଟ ହୋଇଯାଏ । ଏହା ଛଡା ଆପଣ ଦେଖିବେ କି ଆପଣ ଯାହା ରୋଜଗାର କରୁଛନ୍ତି ତାହା ଅଣ୍ଟିବ ନାହିଁ । ସେଥିପାଇଁ ଆପଣ କେବେ ବି ନିଜର ଘର ସାମ୍ନାରେ କଣ୍ଟା ଜାତି ଗଛ ରଖନ୍ତୁ ନାହିଁ ।

କନିଅର ଗଛ

କନିଅର ଗଛ ର ଫୁଲ ପ୍ରଭୁଙ୍କ ପୂଜା କାମରେ ଲାଗିଥାଏ । କିନ୍ତୁ ଏହି ଗଛକୁ ଆପଣ ଘର କିମ୍ବା ଘରର ଚାରି ପାଖରେ ରଖନ୍ତୁ ନାହିଁ ନଚେତ ଏହା ଆପଣଙ୍କ ପାଇଁ ବହୁତ ଖରାପ ହୋଇଥାଏ । ଏହି ଗଛକୁ ଘର ଠାରୁ ଦୂରରେ ରଖନ୍ତୁ । ଏହି ଗଛ କେବେ ହେଲେ ନିଜ ଘର ଭିତରେ କିମ୍ବା ବାରିରେ ରଖନ୍ତୁ ନାହିଁ । ଏହି ଗଛକୁ ଆପଣ ଯଦି ଘର ପାଖରେ ରଖୁଛନ୍ତି ତେବେ ଆପଣଙ୍କ ଘରର କୌଣସି ସଦସ୍ୟ କେବେ ନା କେବେ ବିଷ ପିଇବାର ସମ୍ଭାବନା ଥାଏ ।

ବର ଗଛ ଓ ଅଶ୍ଵସ୍ତ ଗଛ

ବାର ଗଛ ଦ୍ଵାରା ଲୋକଙ୍କୁ ବହୁତ ଊପକାର ମିଳିଥାଏ, ।ଏହା ବହୁତ ବିଶାଳ କାୟ ହୋଇଥିବାରୁ ଏହା ଆମକୁ ଛାଇ ମଧ୍ୟ ପ୍ରଦାନ କରିଥାଏ । ବରଗଛର ଡାଳ ବହୁତ ବଡ ହେବା ସହିତ ତାହାର ଡାଳ ଗୁଡିକ ଲମ୍ବା ହୋଇ ତଳକୁ ରହିଥାଏ । ଯାହା ଦ୍ଵାରା କି ବହୁତ ଲୋକ ଏହି ଗଛ ତଳେ ଖରା ଦିନେ ବିଶ୍ରାମ ନେଇଥାନ୍ତି । କିନ୍ତୁ ଏହାର କିଛି କୁପ୍ରଭାବ ମଧ୍ୟ ଅଛି ।

ଯଦି ଏହି ଗଛ ଆପଣଙ୍କ ଘର ପାଖପାଖି ଅଛି ତେବେ ଆପଣନାକ ଘରେ ବିପଦ ଆସିପାରେ । ସେଥିପାଇଁ ବର ଗଛ ଓ ଅଶ୍ଵସ୍ତ ଗଛବେ କେବେ ବି ଏକା ସାଙ୍ଗରେ ରଖନ୍ତୁ ନାହିଁ । କାରଣ ଏହା ଦ୍ଵାରା ଆପଣଙ୍କ ଘରେ ବହୁତ ଅସୁବିଧା ହୋଇଥାଏ । ଉପୋରକ୍ତ ସମସ୍ତ ଗଛକୁ ଘର ଭିତରେ କିମ୍ବା ଘରର ଆଖପାଖରେ ରଖନ୍ତୁ ନାହିଁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।