ପାକିସ୍ଥାନ କୁ ତା’ ନିଜ ମାଟିରେ ହିଁ ତାହାର ଔକାତ ଦେଖେଇ ଦେଇଥିଲେ Feroz Khan, କିନ୍ତୁ Mahesh Bhatt ମାଗିଥିଲେ କ୍ଷମା

ନମସ୍କାର ବନ୍ଧୁଗଣ । ବଲିଉଡରେ ଜଣେ ଏଭଳି ଅଭିନେତା ଅଛନ୍ତି ଯିଏ ପାକିସ୍ତାନ ରେ ହିଁ ତାର ଔକାତ ଦେଖେଇ ଦେଇଥିଲେ । ଏବଂ ଏଥିରେ ପାକିସ୍ତାନ ରାଗରେ ସେହି ଅଭିନେତା ଙ୍କୁ ପାକିସ୍ତାନ ଯିବା ପାଇଁ ବ୍ୟାନ କରା ଯାଇଥିଲା । ଅସଲରେ ସେ ସାହାସୀ ଏବଂ ନିଡର ବ୍ୟକ୍ତି ହେଉଛନ୍ତି କିମ୍ବା ଅଭିନେତା ହେଉଛନ୍ତି ଫିରୋଜ ଖାନ । ଯିଏ ନିଜର ଦମଦାର ଅଭିନୟ ଏବଂ ଡାଇଲଗ ପାଇଁ ପରିଚିତ । ଏହି ଘଟଣା ହେଉଛି ୨୦୦୬ ମସିହାର ।

ସେତେବେଳେ ଫିରୋଜ ଖାନ ନିଜ ଭାଇ ଆକବର ଖାନ ଙ୍କ ସିନେମା ତାଜମହଲ କୁ ପ୍ରମୋଟ କରିବା ପାଇଁ ପାକିସ୍ତାନ ଲାହୋର ଯାଇଥିଲେ । ଏବଂ ସେଠାରେ ହିଁ ସେ ଭାରତ ର ପ୍ରଶଂସା ର ଫୁଲ ପକାଇ ଚାଲିଲେ । ସେ କହିଲେ କି ଆମ ଭାରତ ଦେଶ ଏକ ଧର୍ମ ନିରପେକ୍ଷ ଦେଶ । ସେଠାରେ ମୁସଲମାନ ମାନେ ଉନ୍ନତି କରୁଛନ୍ତି । ଆମ ରାଷ୍ଟ୍ରପତି ଜଣେ ମୁସଲମାନ ଏବଂ ପ୍ରଧାନମନ୍ତ୍ରୀ ଜଣେ ଶିଖ ।

ସେଠାରେ ସମସ୍ତ ଙ୍କୁ ସମାନ ଅଧିକାର ମିଳୁଛି । ଏବଂ ପାକିସ୍ତାନ ଏକ ଇସଲାମ ଦେଶ ହେଇ କି ମଧ୍ୟ ଏଠାରେ ଗୋଟିଏ ମୁସଲମାନ ଆଉ ଜଣେ ମୁସଲମାନ କୁ ମାରିବା ପାଇଁ ପ୍ରସ୍ତୁତ ।

ସେହି ଇଭେଣ୍ଟ ରେ ଅଭିନେତ୍ରୀ ମନୀଷା କୋଈରଲା ମଧ୍ୟ ଥିଲେ । ଏବଂ ପାକିସ୍ତାନି ଏଙ୍କର ଫଖ- ଏ- ଆଲମ ଏକ ଆପତ୍ତିଜନକ ଟିପ୍ପଣୀ କରିଲେ । ଯାହାକି ଶୁଣି ଫିରୋଜ ଖାନ ଭଡକି ଗଲେ । ମନୀଷା ଙ୍କୁ ଯେତେବେଳେ କିଛି ପ୍ରଶ୍ନ ପଚରା ଯାଉଥିଲା ସେତେବେଳେ ସେ ଟିକେ ସଂକୋଚ କରୁଥିଲେ । ତେବେ ଏହା ଦେଖି ଆଙ୍କର କହିଲେ କି ମାଡାମ ଆପଣ ଥରୁଛନ୍ତି ମୁ ଆପଣ ଙ୍କୁ ପ୍ରଶ୍ନ ପଚାରିବି ନାହି ଏହା ଶୁଣି ଫିରୋଜ ଖାନ କହିଲେ କି ତମେ ମନୀଷା କୁ ଯେତେ ଶୀଘ୍ର କ୍ଷମା ମାଗିନେବା ଉଚିତ ।

ମହେଶ ଭଟ୍ଟ ଫିରୋଜ ଖାନ ଙ୍କ ଏହି ବ୍ୟବହାର ପାଇଁ ପାକିସ୍ତାନ ର ଜନତା ଏବଂ ଆଙ୍କର ଙ୍କୁ କ୍ଷମା ମାଗିଥିଲେ । କାରଣ ମହେଶ ଭଟ୍ଟ ଇଂଡିୟନ ଡେଲିଗସନ ର ସଦସ୍ୟ ଥିଲେ । ଏବଂ ସେଥିରେ ଥିବା ଅନ୍ୟ ସଦସ୍ୟ ଏବଂ ତାଜମହଲ ସିନେମା ର ମଧ୍ୟ ସଦସ୍ୟ କ୍ଷମା ମାଗିଥିଲେ । ଫିରୋଜ ଖାନ ଯେତେବେଳେ ଆଙ୍କର କୁ ନିଜ ଔକାତ ଦେଖେଇ ଦେଲେ ସେତେବେଳେ ସେ ରାଗିଗଲେ । ଏବଂ ତତତ୍କାଳୀନ ରାଷ୍ଟ୍ରପତି ପରବେଜ ମୁଷରଫ ଫିରୋଜ ଖାନ ଙ୍କୁ ପାକିସ୍ତାନ ରେ ଆସିବା ବ୍ୟାନ କରି ଦେଲେ ।

ଏବଂ ଇଭେଣ୍ଟ ରେ ଫିରୋଜ ଖାନ ଏହା ମଧ୍ୟ କହିଥିଲେ କି ଆମେ ନିଜ ଇଚ୍ଛାରେ ଆସି ନାହୁଁ ଆମକୁ ଡ଼କା ଯାଇଛି । ଆମ ଭାରତୀୟ ସିନେମା ରେ ଏତେ ଶକ୍ତି ଅଛି କି ତାକୁ ତମ ସରକାର ଅଧିକ ସମୟ ବନ୍ଦ କରି ରଖି ପାରିବେ ନାହଁ । ଫିରୋଜ ଖାନ ୨୦୦୯ ରେ କ୍ୟାନ୍ସର ରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।