ରାମାୟଣର ସମୁଦାୟ ରୋଜଗାର କଳାକାରଙ୍କ ସ୍ୟାଲେରୀ, ଗୋଟିଏ ଏପିସୋଡ଼ରେ କେତେ ଟଙ୍କା ଖର୍ଚ ଓ ଇନକମ ହେଉଥିଲା !

ପୌରଣିକ ଧାରାବାହିକ ଭାବେ ରାମାୟଣ ଦର୍ଶକମାନଙ୍କ ଦ୍ଵାରା ବହୁତ ଆଦୃତ ହୋଇଛି ଓ ବର୍ତ୍ତମାନ ସମୟରେ ବି କରାଯାଉଛି । ଏହି ଧାରାବାହିକକୁ ଦେଖିବା ପାଇଁ ଦର୍ଶକମାନେ ଚାତକ ଭଳି ଟିଭି ସାମ୍ନାରେ ଚାହିଁ ବସିଥାନ୍ତି । ଏଥିରେ ଅଭିନୟ କରୁଥିବା ସବୁ କଳାକାର ମାନଙ୍କୁ ଦର୍ଶକମାନେ ସତରେ ପୌରଣିକ ଯୁଗର ବ୍ୟକ୍ତି ଭାବି ପୂଜା ମଧ୍ୟ କରନ୍ତି । ରାମାୟଣ ତ ଋଷି ବାଲ୍ମୀକି ଲେଖିଥିଲେ କିନ୍ତୁ ଟିଭିରେ ପ୍ରସାରିତ ହେଉଥିବା ରାମାୟଣକୁ ରାମାନନ୍ଦ ସାଗର ଲେଖିଥିଲେ ।

ଯିଏ ଦର୍ଶକମାନଙ୍କ ସାମ୍ନାରେ ସିରିୟଲ ମାଧ୍ୟମରେ ୧୯୮୭ ୧୯୮୮ ମସିହାରେ ପ୍ରଦର୍ଶିତ କରି ବହୁତ ସୁନାମ ଅର୍ଜନ କରିଛନ୍ତି । ଏହି ସିରିୟଲ ଦେଶ ବିଦେଶରେ ବହୁତ ପ୍ରସିଦ୍ଧ ମଧ୍ୟ ହୋଇଛି । ଏଥିରେ ଅଭିନୟ କରୁଥିବା କଳାକାର ଓ ନିଜେ ନିର୍ମାତା ରାମାନନ୍ଦ ସାଗର ବି ଭାବି ନ ଥିଲେ କି ଏହା ଏତେ ମାତ୍ରାରେ ପ୍ରସିଦ୍ଧ ହୋଇଯିବ ।

ଏମିତିରେ ଆଜି ଆମେ ଆପଣଙ୍କୁ ଏହି ରାମାୟଣ ସିରିୟଲରେ କଲାକାରଙ୍କୁ ଏହି ସିରିୟଲ ପାଇଁ କେତେ ପାରିଶ୍ରମିକ ମିଳୁଥିଲା, ଗୋଟିଏ ଏପିସୋଡ଼ରେ କେତେ ଟଙ୍କା ଖର୍ଚ ହେଉଥିଲା ଓ କେତେ ଟଙ୍କା ରୋଜଗାର ହେଉଥିଲା ସେହି ସମସ୍ତ ବିଷୟରେ କହିବୁ । ରାମାନନ୍ଦ ସାଗର ଜଣେ ଗରିବ ଘରୁ ଆସିଥିଲେ ।

ଏହା ସହିତ ସେହି ସମୟରେ ଅର୍ଥାତ ବର୍ଷ ୧୯୮୭ରେ ସେହିଭଳି କିଛି ଖାସ ସଂସାଧନ ବି ନ ଥିଲା ଯେତେବେଳେ ଏହିଭଳି ବଡ଼ ସିରିୟଲ ହୋଇପାରିବ । ଏହି ରାମାୟଣ ସିରିୟଲର ଶୁଟିଙ୍ଗ ସୁରତରେ ହୋଇଥିଲା । କହିଦେଉଛୁ କି ରାମାୟଣର ସମୁଦାୟ ୭୮ଟି ଚାପ୍ଟର ଥିଲା । ଅର୍ଥାତ ୭୮ଟି ଏପିଶୋଡ଼ କରାଯାଇଥିଲା । ଆରମ୍ଭରୁ ଏହା ୪୫ଟି ଏପିଶୋଡ଼ ଥିଲା । କିନ୍ତୁ ଦର୍ଶକମାନଙ୍କ ଦ୍ୱାରା ଆଦୃତ ହେବା ପରେ ଏହାକୁ ୭୮ ଟି ଏପିଶୋଡ଼ କରାଯାଇଥିଲା । ଗୋଟିଏ ଏପିଶୋଡ କରିବା ପାଇଁ ପାଖପାଖି ୯ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା ଓ ୪୦ ଲକ୍ଷ ଟଙ୍କା ରୋଜଗାର ହେଉଥିଲା ।

ଏହା ଦୂରଦର୍ଶନରେ ପ୍ରସାରିତ ହେଲା ପରେ ସମୁଦାୟ ୩୫ ରୁ ୪୦ କୋଟି ଟଙ୍କା ଲାଭ ହୋଇଥିଲା । ରାମାୟଣରେ ଅଙ୍ଗଦ ଭୂମିକାରେ ଅଭିନୟ କରୁଥିବା କଳାକାର ବଶିରଖାନଙ୍କୁ ୬ ରୁ ୮ ଲକ୍ଷ ଟଙ୍କା ଦିଆ ଯାଉଥିଲା । ସୁଗ୍ରୀବ ଚରିତ୍ରରେ ଅଭିନୟ କରିଥିବା ଶ୍ୟାମ ସୁନ୍ଦର କଲାନିଙ୍କୁ ୧୦ ରୁ ୧୨ ଲକ୍ଷ ଟଙ୍କା ଦିଆଯାଉଥିଲା । ଲକ୍ଷ୍ମଣ ଚରିତ୍ରରେ ଅଭିନୟ କରିଥିବା କଳାକାର ସୁନୀଲ ଲହରୀଙ୍କୁ ୧୫ ରୁ ୧୮ ଲକ୍ଷ ଟଙ୍କା ଦିଆ ଯାଉଥିଲା । ସୀତା ଚରିତ୍ରରେ ଅଭିନୟ କରିଥିବା ଦୀପିକାଙ୍କୁ ୨୦ ଲକ୍ଷ ଟଙ୍କା ଦିଆଯାଇଥିଲା ।

ରାବଣ ଚରିତ୍ରରେ ଅଭିନୟ କରିଥିବା କଳାକାର ଅରବିନ୍ଦ ତ୍ରିବେଦୀଙ୍କୁ ୩୦ ଲକ୍ଷ ଟଙ୍କା ଦିଆଯାଉଥିଲା । ହନୁମାନ ଚରିତ୍ରରେ ଅଭିନୟ କରୁଥିବା କଳାକାର ଦାରା ସିଂହଙ୍କୁ ୩୫ ଲକ୍ଷ ଟଙ୍କା ଦିଆଯାଉଥିଲା । ରାମ ଚରିତ୍ରରେ ଅଭିନୟ କରିଥିବା କଳାକାର ଅରୁଣ ଗୋବିଲଙ୍କୁ ସବୁଠୁ ଅଧିକ ୪୦ ଲକ୍ଷ ଟଙ୍କା ଦିଆଯାଉଥିଲା । ଅନ୍ୟ ସବୁ କଳାକାର ତଥା ଦଶରଥ, ଭରତ, ଶତ୍ରୁଘୁନ, କୈକେଇ, କୌଶଲ୍ୟା, ସୁମିତ୍ର, ମେଘନାଦ, ବିଭୀଷଣ, କୁମ୍ଭକର୍ଣ୍ଣ ଭଳି କଳାକାର ମାନଙ୍କୁ ୧ଲକ୍ଷ ରୁ ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ମଧ୍ୟରେ ମିଳୁଥିଲା ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।