ଜାଣନ୍ତୁ କୁଆଡେ ହଜିଗଲେ ବଲୀଉଡର ଏତେ ଭଲ ଏହିସବୁ ଆକ୍ଟରମାନେ, ‘ସୌଦାଗର’ ର ହିରୋଙ୍କୁ କଣ ଆପଣ ଚିହ୍ନି ପାରୁଛନ୍ତି !

ବଲୀଉଡ ନଗରି ଏକ ମାୟାନଗରୀ ଅଟେ । ଏଠାକୁ ଆସୁଥିବା ଷ୍ଟାରମାନେ ଲମ୍ବା ସମୟ ପର୍ଯ୍ୟନ୍ତ ଫେମସ ହୋଇ ରହି ପାରନ୍ତି କିନ୍ତୁ ଯଦି ସେ ନିଜ କାମରେ କିଛି ବି ଗଣ୍ଡଗୋଳ ଦେଖାଇଲେ ତେବେ ତାଙ୍କ କ୍ୟାରିୟର ଶେଷ ବି ହୋଇପାରେ । ଫିଲ୍ମରେ ଅଭିନେତା କିମ୍ବା ଅଭିନେତ୍ରୀମାନଙ୍କର କ୍ୟାରିୟର ତାଙ୍କର କାମ ଓ ଟ୍ୟାଲେଣ୍ଟ ଉପରେ ନିର୍ଭର କରିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ୫ ଜଣ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଏହି ଇଣ୍ଡଷ୍ଟ୍ରିରେ ସଫଳ ହେଲେ କିନ୍ତୁ କିଛି ସମୟ ପରେ କୁଆଡେ ହଜିଗଲେ । ଲାଇମଲାଇଟରୁ ଦୂରରେ ଥିବା ଏହି ଅଭିନେତାଙ୍କୁ ବର୍ତ୍ତମାନ କେହି ଚିହ୍ନି ପାରୁ ନାହାନ୍ତି ।

ଉଦୟ ଚୋପଡ଼ା

Image courtesy: Google

ଉଦୟ ଚୋପଡା ୨୦୦୧ରେ ଆସିଥିବା ଫିଲ୍ମ ‘ମୋହବ୍ବତେଂ’ ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଫିଲ୍ମ ସୁପରହିଟ ହୋଇଥିଲା ଓ ଏହା ପରେ ଉଦୟ କିଛି ଫିଲ୍ମରେ ନଜର ବି ଆସିଲେ । କିନ୍ତୁ ନିଜ ଦମରେ ସେ କୌଣସି ଫିଲ୍ମ ହିଟ କରି ପାରିଲେ ନାହିଁ ଓ ବର୍ତ୍ତମାନ ସେ କଣ କରୁଛନ୍ତି କାହାକୁ ଜଣା ନାହିଁ ।

ବିବେକ ମୁଶରାନ

Image courtesy: Google

ସୌଦାଗର, ପ୍ରେମ ଦିବାନେ, ଜାନ, ସନମ ଭଳି ଫିଲ୍ମରେ ନଜର ଆସିସାରିଥିବା ବିବେକ ମୁଶରାନ ଛୋଟ ପରଦାରେ ସୁପରହିଟ ଶୋ ସୋନପରୀରେ କାମ କରିଲେ କିନ୍ତୁ ତଥାପି ବି ତାଙ୍କୁ ସଫଳତା ମିଳିଲା ନାହିଁ । ବିବେକ ଆଜି ବଲୀଉଡ ଓ ଲାଇମଲାଇଟରୁ ଦୂରେଇ ଯାଇ ନିଜର ଜୀବନ ଯାପନ କରୁଛନ୍ତି । କିନ୍ତୁ କେବେ କେବେ ସେ କୌଣସି ନା କୌଣସି ସିରିୟଲରେ ନଜର ଆସି ଯାଆନ୍ତି ।

ଫରଦୀନ ଖାନ

Image courtesy: Google

ବର୍ଷ ୨୦୦୦ର ଆରମ୍ଭରେ ଜଣେ ହ୍ୟାଣ୍ଡସମ ଅଭିନେତା ବଲିଉଡ ରେ ଏଣ୍ଟ୍ରି ନେଇଥିଲେ ଯାହାର ନାମ ଫରଦୀନ ଖାନ ଅଟେ । ସେ ବହୁତ ଫିଲ୍ମରେ କାମ କରିଛନ୍ତି । କହିଦେଉଛୁ କି ସେ ପପୁଲାର ଅଭିନେତା ଓ ଫିଲ୍ମ ମେକର ଫିରୋଜ ଖାନଙ୍କର ପୁଅ ଅଟନ୍ତି । କିନ୍ତୁ ବର୍ତ୍ତମାନ ଆପଣ ତାଙ୍କୁ ଦେଖିବେ ତ ଚିହ୍ନି ପାରିବେ ନାହିଁ କାରଣ ତାଙ୍କର ଓଜନ ଆଗ ଅପେକ୍ଷା ବହୁତ ବଢି ଯାଇଛି ଓ ଫିଲ୍ମ ଦୁନିଆରୁ ବି ସେ ଦୂରେଇ ଯାଇଛନ୍ତି ।

ହରମନ ବାବେଜା

Image courtesy: Google

ଅଭିନେତା ହରମନ ବାବେଜା ବଲୀଉଡରେ ‘ଲଭ ସ୍ଟୋରୀ ୨୦୫୦’ ଓ ‘ହ୍ଵାଟ୍ସ ଇଓର ରାଶି’ ଭଳି ଫିଲ୍ମରେ କାମ କରିଥିଲେ । କିନ୍ତୁ ଆଗକୁ ଯାଇ ସେ ସେହିଭଳି ସଫଳ ହୋଇ ପାରିଲେ ନାହିଁ । କିନ୍ତୁ ବର୍ତ୍ତମାନ ଯଦି ଆପଣ ହରମନଙ୍କୁ ଦେଖିବେ ତାଙ୍କୁ ଚିହ୍ନି ପାରିବେ ନାହିଁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।