ମାତା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଚାହୁଁଛନ୍ତି ତ ଶୁକ୍ରବାର ଦିନ କରନ୍ତୁ ଏହି ଉପାୟ, ଧନ – ଧାନ୍ୟରେ ଭରି ଯିବ ଜୀବନ

ବର୍ତ୍ତମାନ ସମୟରେ ଟଙ୍କାର ମହତ୍ଵ ବହୁତ ବଢି ଯାଇଛି । ଲୋକମାନେ ନିଜ ଠାରୁ ଅଧିକ ଟଙ୍କା – ସମ୍ପତିକୁ ମହତ୍ଵ ଦେଉଛନ୍ତି । ସେଥି ପାଇଁ ମାତା ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ପୂଜା ଅର୍ଚ୍ଚନା କରି ଥାନ୍ତି । ଜ୍ୟୋତିଷ ଓ ତନ୍ତ୍ର ଶାସ୍ତ୍ରରେ ଏହିଭଳି କିଛି ଜିନିଷ ବିଷୟରେ କୁହାଯାଇଛି ଯାହାକୁ ଘରେ ରଖିବା ଦ୍ଵାରା  ମାତା ଲକ୍ଷ୍ମୀଙ୍କର କୃପା ସବୁ ବେଳେ ଆପଣଙ୍କ ଉପରେ ରହି ଥାଏ ।

କୁହନ୍ତି କି ଦକ୍ଷିଣାବର୍ତ୍ତି ଶଙ୍ଖ, ପାରଦ ଲକ୍ଷ୍ମୀ ପ୍ରତିମା, କଉଡି, ମାତା ଲକ୍ଷ୍ମୀଙ୍କର ଚରଣ ପାଦୁକା, କୁବେର ପ୍ରତିମା, ପଦ୍ମ ଫୁଲର ମଞ୍ଜି ଓ ଶ୍ରୀ ୟନ୍ତ୍ର ଇତ୍ୟାଦି ଘରେ ରଖିବା ଦ୍ଵାରା ମାତା ଲକ୍ଷ୍ମୀଙ୍କର ଧ୍ୟାନ ନିଜ ଆଡକୁ ଆକର୍ଷିତ ହୋଇଥାଏ । ଶୁକ୍ରବାର ଦିନକୁ ବି ମାତା ଲକ୍ଷ୍ମୀଙ୍କର ଦିନ ବୋଲି କୁହାଯାଏ । ଏମିତି ହିଁ ଶୁକ୍ରବାର ଦିନ କିଛି ଉପାୟ କରିବା ଦ୍ଵାରା ଆପଣ ମାତା ଲକ୍ଷ୍ମୀଙ୍କର କୃପା ଜଲ୍ଦି ହିଁ ପାଇ ପାରିବେ । ଆଜି ଆମେ ଆପଣଙ୍କୁ ସେହି ଉପାୟ ଗୁଡିକ ବିଷୟରେ କହିବାକୁ ଯାଉଛୁ ।

ମାତା ଲକ୍ଷ୍ମୀଙ୍କୁ ଖୁସି କରିବାର ଉପାୟ

·    ଶୁକ୍ରବାର ଦିନ ଖାଇବା ତିଆରି କରିବା ସମୟରେ ବିରି ର ଡାଲି ତିଆରି କରନ୍ତୁ । ଡାଲିକୁ ତେଲ ପରିବର୍ତ୍ତେ ଘିଅରେ ତିଆରି କରନ୍ତୁ । ଏହାକୁ ଶୁକ୍ରବାର ଦିନ କରିବା ଦ୍ଵାରା ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହୋଇ ଯାଏ ।

·    ଏହା ଛଡା ଶୁକ୍ରବାର ଦିନ ଗାଈ କ୍ଷୀରରେ କ୍ଷୀରୀ ଅବଶ୍ୟ କରନ୍ତୁ । କ୍ଷୀରୀ ତିଆରି କରି ତାହାକୁ ୫ ଟି କନ୍ୟାଙ୍କୁ ଖାଇବାକୁ ଦିଅନ୍ତୁ । ଏହା କରିବା ଦ୍ଵାରା ମାତାଙ୍କର କୃପା ଆପଣଙ୍କୁ ମିଳିଥାଏ । ଯେଉଁ ଲୋକମାନଙ୍କର ବିବାହ ହେଉ ନାହିଁ କିମ୍ବା ତାଙ୍କ ବାହାଘରରେ କିଛି ଅସୁବିଧା ଆସୁଛି, ତେବେ ତାଙ୍କୁ ଏହି ଉପାୟ କରିବା ଉଚିତ ।

·    କୁହାଯାଏ କି ଶୁକ୍ରବାର ଦିନ ନଦୀରେ ଧଳା ଫୁଲକୁ ପ୍ରବାହିତ କରିବା ବହୁତ ଶୁଭ ହୋଇଥାଏ । ଏହି ଉପାୟ ବ୍ୟାପାରରେ ଲାଭ ପହଞ୍ଚାଇ ଥାଏ ଓ ଘରେ ସୁଖ ଶାନ୍ତି ଆଣିଥାଏ ।

·    ମାସରେ ଚତୁର୍ଥ ଶୁକ୍ରବାର ଦିନ ଆପଣ ଯଦି କୌଣସି ମନ୍ଦିରରେ ଗରିବଙ୍କୁ ମିଠା ଓ ଧଳା ଜିନିଷ ଦାନ କରୁଛନ୍ତି ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।