ଶୋଲେ ଫିଲ୍ମର ଗବ୍ବର ସିଂହଙ୍କ ଦୁଇ ପୁଅ ଦେଖିବାକୁ ବହୁତ ହ୍ୟାଣ୍ଡସମ, ଆଗରୁ କେବେ ଦେଖି ନଥିବେ

ଆପଣ ସମସ୍ତେ ଫିଲ୍ମ ‘ଶୋଲେ’ ନିଶ୍ଚିତ ଦେଖିଥିବେ . ଏହା ସହିତ ସେହି ଫିଲ୍ମର ସବୁ ଡାଇଲାଗ ଗୁଡିକୁ ବି ମନେ ରଖିଥିବେ । କାରଣ ସେହି ଫିଲ୍ମର ଡାଇଲାଗ ହିଁ କିଛି ଏମିତି ଥିଲା । କହିବାକୁ ଗଲେ ବ୍ଲକବଷ୍ଟର ହିନ୍ଦୀ ଫିଲ୍ମ ଶୋଲେରେ ଗବ୍ବର ସିଂହର କିରଦାର କରି ଅମର ହୋଇଥିବା ଅମଜଦ ଖାନ ଫିଲ୍ମର ଆରମ୍ଭ ସମୟରେ ଏହି ଫିଲ୍ମକୁ କରିବା ପାଇଁ ଚାହୁଁ ନ ଥିଲେ । ବହୁତ କମ ଲୋକମାନେ ଜାଣିଛନ୍ତି କି ପ୍ରଥମ ଏହି କିରଦାରକୁ କରିବା ପାଇଁ କଳାକାର ଡାନୀଙ୍କୁ କୁହାଯାଇଥିଲା ।

କିନ୍ତୁ ଡାନୀ ମନା କରିବା ପରେ ଅମଜଦ ଖାନଙ୍କୁ ଏହି ରୋଲ ଦିଆଗଲା । ଏହା ପରେ ସେ ଏହି ରୋଲକୁ କରି ହିନ୍ଦୀ ସିନେମାରେ ଇତିହାସ ଲେଖିଦେଲେ । ୧୨ ନଭେମ୍ବର ୧୯୪୦ରେ ଜନ୍ମ ଗ୍ରହଣ କରିଥିବା ଅମଜଦ ଖାନଙ୍କୁ ଅଭିନୟର କଳା ବିରାସତରେ ମିଳିଛି ।

ତାଙ୍କର ପିତା ଜୟଚନ୍ଦ ହିନ୍ଦୀ ସିନେମାରେ ଖଳନାୟକ ରୂପରେ ନଜର ଆସୁଥିଲେ । ଅଜମଦ ଖାନ ପିଲାଦିନୁ ହିଁ ସିନେମାରେ ଅଭିନୟ କରୁଥିଲେ । ଅମଜଦ ଖାନ ବଲୀଉଡର ବହୁତ ସୁପର ହିଟ ଫିଲ୍ମ ଗୁଡିକରେ କାମ ମଧ୍ୟ କରିଛନ୍ତି । ତାଙ୍କର ଅଭିନୟକୁ ଦର୍ଶକମାନେ ଆଜି ବି ମନେ ରଖିଛନ୍ତି । ଏହା ସହିତ ସେ ନିଜର ଅଭିନୟ ପାଇଁ ପ୍ରାୟତଃ ପୁରସ୍କୃତ ମଧ୍ୟ ହୋଇଛନ୍ତି । ୯୦ ଦଶକରେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ସେ ବହୁତ କମ ଫିଲ୍ମରେ ନଜର ଆସିଲେ ।

ନିଜର ଅଭିନୟ ଦ୍ଵାରା ପାଖାପାଖି ୩ ଦଶକ ପର୍ଯ୍ୟନ୍ତ ଦର୍ଶକମାନଙ୍କର ଭରପୁର ମନୋରଞ୍ଜନ କରିଥିବା ଅଜମଦ ଖାନ ୨୭ ଜୁଲାଇ ୧୯୯୨ରେ ଏହି ଦୁନିଆକୁ ଛାଡି ଚାଲିଗଲେ । ଯଦି ତାଙ୍କର ପରିବାର ବିଷୟରେ କହିବା ତେବେ ତାଙ୍କର ପତ୍ନୀଙ୍କ ନାମ ହେଉଛି ଶୈଲା ଖାନ । ଅଜମଦ ଖାନଙ୍କ ତିନୋଟି ସନ୍ତାନ ବି ଅଛି । ତାଙ୍କର ବଡ ପୁଅ ଶାଦାବ ଖାନ ନିଜର ପିତାଙ୍କର ବିରାସତକୁ ଆଗକୁ ବଢାଇ ପାରିଲେ ନାହିଁ । କହିବାକୁ ଗଲେ ଶାଦାବ ଖାନ ୧୯୯୭ରେ ରାନୀ ମୁଖାର୍ଜୀଙ୍କ ସହ ଫିଲ୍ମ ‘ରାଜା କି ଆୟେଗୀ ବାରାତ’ରୁ ଡେବ୍ୟୁ କରିଥିଲେ ।

ଏହି ଫିଲ୍ମ କିଛି ଖାସ ସଫଳ ହୋଇ ପାରିଲା ନାହିଁ ଓ ନା ହିଁ ଶାଦାବ ଖାନଙ୍କ ଅଭିନୟକୁ ଲୋକମାନେ ଅଧିକ ପସନ୍ଦ କରିଲେ । ଏହା ପରେ ବି ଶାଦାବ ଖାନ କିଛି ଫିଲ୍ମରେ କାମ କରିଲେ କିନ୍ତୁ ସେ କିଛି ଖାସ ସଫଳ ହୋଇ ପାରିଲେ ନାହିଁ । ଫିଲ୍ମରେ ଫ୍ଲପ ହେବା ପରେ ଶାଦାବ ଖାନ ବଲୀଉଡରୁ ଦୂରେଇ ଗଲେ । ଏହା ପରେ ସେ ନିଜର ପିତାଙ୍କ ଉପରେ ଏକ ବହି ଲେଖିଲେ ଓ ଯେଉଁଥିରେ ସେ ଅଜମଦ ଖାନଙ୍କ ଦ୍ଵାରା କରାଯାଇଥିବା କାମ ଗୁଡିକ ବିଷୟରେ ଓ ତାଙ୍କର ଅସଲ ଜୀବନ ବିଷୟରେ ଲେଖିଲେ ।

ଶାଦାବ ଖାନଙ୍କ ଏହି ବହି ବହୁତ ପପୁଳାର ବି ହୋଇଥିଲେ । ଆଜି ଶାଦାବ ଖାନ ଲେଖକ ରୂପରେ ବହୁତ ଖ୍ୟାତି ଅର୍ଜନ କରିଛନ୍ତି । ଯଦି ଅଜମଦ ଖାନଙ୍କ ଛୋଟ ପୁଅ ସୀମାବ ଖାନଙ୍କ ବିଷୟରେ କହିବା ତେବେ ସେ କ୍ରିକେଟ ଖେଳନ୍ତି । କିନ୍ତୁ ସେ ଏହି କ୍ଷେତ୍ରରେ ଅଧିକ ଆଗକୁ ଯାଇ ପାରିଲେ ନାହିଁ । ଏହା ପରେ ସେ ବଲୀଉଡର ଫିଲ୍ମ ‘ହିମତୱାଲା ଓ ହାଉସଫୁଲ ୨’ରେ ସାଜିଦ ଖାନଙ୍କୁ ଆଶିଷ୍ଟ କରିଲେ । କିନ୍ତୁ ତାଙ୍କୁ କିଛି ଖାସ ପରିଚୟ ମିଳିଲା ନାହିଁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।