Bollywood ର ଏହି ଟପ 10 ଭିଲିଆନ ଙ୍କ ପୁଅ ଓ ଝିଅ ଦେଖିବା ପାଇଁ ବହୁତ ହ୍ୟାଣ୍ଡସମ ଆଉ ସୁନ୍ଦର, 3 ନମ୍ବର ଭିଲିଆନ ଙ୍କ ଝିଅ ତ Bollywood ରେ କରନ୍ତି ରାଜ

ବଲିଉଡ ହେଉ ବା ହଲିଉଡ ଫିଲ୍ମରେ କମେଡି ସହ ଯଦି ଭିଲିଆନ ନଥିଲେ ଫିଲ୍ମ ଦେଖିବାକୁ କିଛି ମଜା ଲାଗେ ନାହିଁ । ଭିଲିଆନ ହିଁ ଫିଲ୍ମରେ ହିରୋକୁ ଟକ୍କର ଦେଇ ଫିଲ୍ମ କୁ ବହୁତ ମଜାଦାର ବନାଇଥାଏ । ବଲିଉଡରେ ଭିଲିଆନ ମାନଙ୍କର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ଆପଣ ମାନେ ସମସ୍ତେ ଅଭିନେତା ମାନଙ୍କ ବିଷୟରେ ଜାଣି ଥିବେ କିନ୍ତୁ ସେମାନଙ୍କର ସନ୍ତାନ ମାନଙ୍କ ବିଷୟ ରେ ଜାଣିଛନ୍ତି କି । ତେବେ ଆସନ୍ତୁ ଆଜି ଜାଣିବା ଏହି ଭିଲିଆନ ମାନଙ୍କର ସନ୍ତାନ ମାନଙ୍କ ବିଷୟରେ ଯେଉଁ ମାନେ କି ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

୧ – ଜାକି ଶ୍ରଫ

ବଲିଉଡରେ ଜଗୁଦାଦା ନାମରେ ପରିଚିତ ଅଭିନେତା ଜାକି ସରଫ ମିଶନ କାଶ୍ମୀର ଓ ହାପି ନିୟୁଇୟର ଭଳି ଫିଲ୍ମ ରେ ଭିଲିଆନ ଭାବେ ଅଭିନୟ କରିଥିଲେ । ତାଙ୍କ ଗୋଟିଏ ପୁଅ ଟାଇଗର ସରଫ ଓ ଝିଅ କ୍ରୀଷ୍ଣା ସରଫ ଅଛନ୍ତି । ଟାଇଗର ସରଫ ହିରୋ ପନ୍ଥୀ ଓ ବାଗୀ ଫିଲ୍ମ ରେ ଅଭିନୟ କରିଛନ୍ତି । କ୍ରୀଷ୍ଣା ସରଫ ଜଣେ ଫିଲ୍ମ ନିର୍ମାତା ଅଟନ୍ତି ।

୨ – ସୁନୀଲ ସେଠୀ

ସୁନୀଲ ସେଠୀ ରୁଦ୍ରାକ୍ଷ ଓ ଧଡକନ ଭଳି ଫିଲ୍ମରେ ଭିଲିଆନ ଭାବେ ଅଭିନୟ କରିଛନ୍ତି ।  ତାଙ୍କର ପୁଅ ଆହାନ ଓ ଝିଅ ଆଥିଆ ନାମରେ ଦୁଇଟି ସନ୍ତାନ ଅଛନ୍ତି । ଆଥିଆ ହିରୋ ଓ ନବାବ ଜାଦେ ଭଳି ଫିଲ୍ମ ରେ ଅଭିନୟ କରିଛନ୍ତି । ଆହାନ ଆରଏକ୍ସ ଫିଲ୍ମରେ ଅଭିନୟ ଦୁନିଆକୁ ଆସିବାକୁ ଯାଉଛନ୍ତି ।

୩ – ଶକ୍ତି କାପୁର

ଶକ୍ତି କାପୁର ଆସି ନବେ ଦଶକ ରେ ଭିଲିଆନ ଭାବରେ ଅଭିନୟ କରି ପ୍ରସିଦ୍ଧ ହୋଇଥିଲେ । ତାଙ୍କର ଶିଦ୍ଧାନ୍ତ କାପୁର ଓ ଶ୍ରଦ୍ଧା  କାପୁର ନାମରେ ଦୁଇ ଜଣ ସନ୍ତାନ ଅଛନ୍ତି । ଶିଦ୍ଧାନ୍ତ ଓ ଶ୍ରଦ୍ଧା କାପୁର ଦୁଇଜଣ ବଲିଉଡରେ ଅଭିନୟ କରି ବହୁତ ନାମ କରିଛନ୍ତି ।

୪ – ସଞ୍ଜୟ ଦତ୍ତ

ଅଗ୍ନି ପଥ ଭଳି ଫିଲ୍ମରେ ଜବରଦସ୍ତ ଭିଲିଆନ ଅଭିନୟ କରି ପ୍ରସିଦ୍ଧ ହୋଇଥିଲେ । ତାଙ୍କର ଇକରା , ତ୍ରିଶଲା , ଶେରାନ ନାମରେ ତିନିଜଣ ଝିଅ ଅଛନ୍ତି । ଇକରା ତାଙ୍କର ପ୍ରଥମ ସ୍ତ୍ରୀଙ୍କର ଝିଅ ଅଟନ୍ତି ସେ ଦୁବାଇରେ ପାଠ ପଢୁଛନ୍ତି । ତ୍ରିଶଲା ଓ ଶେରାନ ମଧ୍ୟ ପାଠ ପଢୁଛନ୍ତି ।

୫ – କିରଣ କୁମାର

କିରଣ କୁମାରଙ୍କର ଶୋରୀୟ କୁମାର , ବିକାଶ କୁମାର ଓ ଝିଅ ସୃଷ୍ଟି କୁମାର ନାମରେ ତିନି ଜଣ ସନ୍ତାନ ଅଛନ୍ତି । ଶୋରୀୟ କୁମାର ବ୍ୟାଙ୍କର ଅଛନ୍ତି , ବିକାଶ କୁମାର ନି ର୍ଦେଶକ ଅଟନ୍ତି ଓ ସୃଷ୍ଟି କୁମାର ଫେସନ ଡିଜାଇନର ଅଟନ୍ତି ।

୬ – ପରେଶ ରାଓଲ

ପରେଶ ରାଓଲଙ୍କର ଅନିରୁଦ୍ଧ ଓ ଆଦିତ୍ୟ ନାମରେ ଦୁଇ ଜଣ ପୁଅ ଅଛନ୍ତି । ଆଦିତ୍ୟ ଫୁଟବଲର ଅଟନ୍ତି ଓ ଅନିରୁଦ୍ଧ ଇଞ୍ଜିନିୟର ଅଟନ୍ତି ।

୭ – ଡ୍ୟାନୀ

ଡ୍ୟାନୀଙ୍କର ଝିଅ ପ୍ରେମା ଓ ପୁଅ ରଞ୍ଜୟ ନାମରେ ଦୁଇ ସନ୍ତାନ ଅଛନ୍ତି । ଏମାନେ ଦୁଇ ଜଣ ଅଭିନୟ ଦୁନିଆକୁ ଆସିବାକୁ ଯାଉଛନ୍ତି ।

୮ – ଅମଜାଦ ଖାନ

ଅମଜାଦଙ୍କର ଦୁଇ ପୁଅ ସଦବ ଓ ସମୀପ ଅଛନ୍ତି ଏବଂ ୟେହଲମ ନାମରେ ଝିଅ ଅଛନ୍ତି । ସଦବ ଅଭିନେତା ଅଟନ୍ତି । ସମୀପ ଜଣେ କ୍ରିକେଟର ଅଟନ୍ତି । ଝିଅ ୟେହେଲମ ଏବେ ବଲିଉଡରେ ପ୍ରବେଶ କରିବେ ।

୯ – ମ୍ୟାକ ମୋହନ

ମ୍ୟାକ ମୋହନଙ୍କର ପୁଅ ବିକ୍ରାନ୍ତ ଅଭିନେତା ଅଟନ୍ତି ଓ ବଡ ଝିଅ ମଞ୍ଜରି ଫିଲ୍ମ ରାଇଟର ଅଟନ୍ତି । ସାନ ଝିଅ ବିନୀତା ଫିଲ୍ମ ନିର୍ମାତା ଅଟନ୍ତି ।

୧୦ – ମୁକେସ ରିଷି

ମୁକେଶଙ୍କ ପୁଅ ରାଘବ ରିଷି ଜଣେ ଅଭିନେତା ଅଟନ୍ତି । ଝିଅ ଏବେ ଦ୍ଧିରୁ ଭାଇ ଅମ୍ବାନୀ ସ୍କୁଲରେ ପାଠ ପଢୁଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ