Vastu Shastra- ସକାଳୁ ଉଠିବା ପରେ ଏହି 5 ଟି ଜିନିଷ ଦେଖିଲେ ହୋଇଥାଏ ସର୍ବନାଶ କିନ୍ତୁ ଏହି 4 ଟି ଜିନିଷ ଦେଖିଲେ ହୋଇଥାଏ ଧନର ବର୍ଷା

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ସବୁଦିନ ସକାଳୁ ଉଠିବା ମାତ୍ରେ ଏହି ତିନୋଟି କାମ କରିବା ଦ୍ଵାରା ଦରିଦ୍ରତା ଦୂର ହୋଇଥାଏ ।  ଶ୍ରୀକୃଷ୍ଣ ଗୀତା ମାଧ୍ୟମରେ ମଣିଷଙ୍କ କଲ୍ୟାଣ ପାଇଁ କେତେ ମହତ୍ଵ ପୂର୍ଣ ଉପଦେଶ ଦେଇଛନ୍ତି । ଭଗବତ ଗୀତା ଏହି ଦୁନିଆର ସବୁଠୁ ସର୍ବଶ୍ରେଷ୍ଠ ଗ୍ରନ୍ଥ ଅଟେ । ଏହା ସବୁ ବେଦ ଓ ପୁରାଣ ଠାରୁ ମହାନ ଅଟେ । ଏହା ସ୍ଵୟଂ ଭାଗବାନ ଶ୍ରୀକୃଷ୍ଣଙ୍କର ବାଣୀ ଅଟେ । ସେଥିପାଇଁ ମନୁଷ୍ୟ ନିଜ ଜୀବନକୁ ସୁଖରେ କାଟିବା ପାଇଁ ଭଗବତ ଗୀତା ପଢିବା ଅତ୍ୟନ୍ତ ଆବଶ୍ୟକ ଅଟେ ।

ଭଗବାନ ଶ୍ରୀକୃଷ୍ଣ ଦେବୀ ରୁକ୍ମଣୀକୁ କିଛି ମହତ୍ଵପୂର୍ଣ ଜ୍ଞାନ ଦେଇଥିଲେ । ଏମିତି ତିନୋଟି କାମ ଯାହାକୁ ସବୁଦିନ ସକାଳୁ ଉଠି କରିବା ଦ୍ଵାରା ବ୍ୟକ୍ତିର ଜୀବନରେ ଦୁଖ ଦାରିଦ୍ର୍ୟ ନିରାଶା ସମାପ୍ତ ହୋଇଥାଏ ।

ମା ଲକ୍ଷ୍ମୀ ଏପରି ବ୍ୟକ୍ତିଙ୍କ ଘରେ ନିବାସ କରିଥାନ୍ତି ।  ପରିବାରରେ ପ୍ରେମ ବଢିଥାଏ । ଘରକୁ ଆସିବାକୁଥିବା ସଙ୍କଟ ଦୂର ହୋଇଯାଏ । ଏହି ତିନୋଟି କାମ ବହୁତ ମହତ୍ଵ ପୂର୍ଣ ଅଟେ । ଯାହାକୁ ମନୁଷ୍ୟ ସବୁଦିନ କରିବା ଆବଶ୍ୟକ ଅଟେ । ଆଜିକାଲି ଲୋକମାନେ ପୂର୍ବଜ ମାନଙ୍କ ଦ୍ଵାରା ଦିଆଯାଇଥିବା ଶିକ୍ଷାକୁ ଭୁଲିଯାଉଛନ୍ତି । ଯାହାକୁ ସକାଳୁ ଉଠି ଆଗେ କରିବା ଦରକାର ତାହାକୁ ନ କରି ଅକାରଣରେ ଧନ ସମ୍ପତି ପାଇବାରେ ବ୍ୟସ୍ତ ଥାନ୍ତି । ଯେଉଁ କାରଣରୁ ମିଳୁଥିବା ଧନ ସମ୍ପତ୍ତି ଠାରୁ ସୁଖ ଓ ଶାନ୍ତି ମିଳିଥାଏ ।

ଯେଉଁମାନେ ସକାଳୁ ଉଠି ଏହି ସବୁ କାର୍ଯ୍ୟ କରିଥାନ୍ତି ତାଙ୍କୁ ପ୍ରଚୁର ଧନ ସମ୍ପତ୍ତି ମିଳିଥାଏ । ତା ସହିତ ଇଶ୍ଵରଙ୍କର ଆଶୀର୍ବାଦ ସର୍ବଦା ତାଙ୍କ ମୁଣ୍ଡ ଉପରେ ରହିଥାଏ । ଆସନ୍ତୁ ଜାଣିବା ସକାଳୁ କଣ କରିବା ଉଚିତ ଓ କଣ ନ କରିବା ଉଚିତ ।

ସକାଳୁ କଣ ନ କରିବା ଉଚିତ

  • ସକାଳୁ ଉଠି କୌଣସି ଦୁଷ୍ଟ ବ୍ୟକ୍ତିର ଦର୍ଶନ କରିବା ଉଚିତ ନୁହେଁ । ଦୁଷ୍ଟ ବ୍ୟକ୍ତିର ଦର୍ଶନ କରିବା ଦ୍ଵାରା ବ୍ୟକ୍ତିର ଜୀବନରେ ନକରାତ୍ମକ ବଢିଥାଏ । ତା ସହିତ କୌଣସି ଚରିତ୍ରହିନ ବ୍ୟକ୍ତିର ମଧ୍ୟ ଦର୍ଶନ ନ କରିବା ଉଚିତ । ଚରିତ୍ର ହିନ ସ୍ତ୍ରୀ ଦର୍ଶନ କରିବା ଦ୍ଵାରା ମନରେ କାମାଗ୍ନି ଜାଗ୍ରତ ହୋଇଥାଏ ।
  • ସକାଳୁ ଉଠି କରି କୌଣସି ମଣିଷକୁ ଗାଳି କରିବା ଉଚିତ ନୁହେଁ । ବୀନା ସ୍ନାନରେ ଦେବୀ ଦେବତା ସ୍ଥାନକୁ ନ ଜୀବା ଉଚିତ । ସ୍ନାନ ସାରି ଦେବୀ ଦେବତା ସ୍ଥାନ ଯିବା ଉଚିତ ।
  • ସକାଳୁ ଉଠି ଆଇନା ଦେଖିବା ଉଚିତ ନୁହେଁ । ଏହା କରିବା ଅଶୁଭ ମାନାଯାଏ । ସକାଳୁ ଉଠି ମଣିଷ ନିଜର ଛାଇ ଦେଖିବା ଅନୁଚିତ ଅଟେ । ଛାଇ ଭ୍ରମ ନିର୍ମାଣ କରିଥାଏ । ଏହି ଛାଇ ଦୁର୍ଭାଗ୍ୟକୁ ନିର୍ମାଣ କରିଥାଏ ।

ସକାଳୁ ଉଠି କରି କେଉଁ ଜିନିଷ କରିବା ଉଚିତ

  • ସକାଳୁ ଉଠି କରି ମଣିଷ ନିଜର ହାତ ପାପୁଲିକୁ ଦର୍ଶନ କରିବା ଉଚିତ । ହାତର ଆଗ୍ରଭାଗର ମା ଲକ୍ଷ୍ମୀ ଙ୍କ ନିବାସ ଥାଏ । ମଧ୍ୟ ଭାଗରେ ମା ସରସ୍ଵତୀଙ୍କ ନିବାସ ଥାଏ । ତଥା ମୂଳ ଭାଗରେ ଭଗବାନ ଶ୍ରୀକୃଷ୍ଣଙ୍କ ନିବାସ ଥାଏ । ସକାଳୁ ଉଠି ଏହି ତିନ ଦେବା ଦେବୀଙ୍କ ର ଦର୍ଶନ ହୋଇଯାଏ । ମଣିଷର ଭାଗ୍ୟର ଦ୍ଵାରା ଖୋଲିଯାଏ । ଏପରି ବ୍ୟକ୍ତିଙ୍କର ଘରେ ସୁଖ ସମୃଦ୍ଧି ଭରପୁର ହୋଇଯାଏ ।

  • ଆଜିକାଲୀ ଯୁବକମାନଙ୍କୁ ଗୁରୁଜନଙ୍କ ଠାରୁ ଆଶୀର୍ବାଦ ନେବା ପାଇଁ ବହୁତ ଲଜ୍ୟାଜନକ ହେବାକୁ ପଡିଥାଏ । ଏହି କାରଣରୁ ଖରାପ ଅଭ୍ୟାସର ଶିକାର ହୋଇଯାଥାନ୍ତି । ଯେଉଁ ବ୍ୟକ୍ତି ସକାଳୁ ଉଠି ଗୁରୁଜନମାନଙ୍କର ଆଶୀର୍ବାଦ ନେଇଥାଆନ୍ତି ତାଙ୍କ ଜୀବନରୁ ସବୁ ଦୁଖଦୁର୍ଦଶା ଦୂର ହୋଇଯିବ । ସେ ସବୁବେଳେ ସଫଳତା ପାଇଥାଏ ।

  • ସକାଳୁ ଉଠି ଯଦି  ଆପଣ ଫସଲ ଦେଖନ୍ତି ତେବେ ଆପଣଙ୍କୁ ପୂଣ୍ୟ ମିଳିଥାଏ ଓ ଲାଭ ପ୍ରାପ୍ତ ହୋଇଥାଏ । ତା ସହିତ ଗୋମାତାଙ୍କ ଦର୍ଶନ କରନ୍ତି ତେବେ ବ୍ୟକ୍ତିଙ୍କର ସବୁ ମନସ୍କାମନା ପୁରୁଣା ହୋଇଯାଏ ।
  • ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।