ଯେତେବେଳେ ମନ୍ଦିର ବାହାରେ ମହିଳା ଜଣଙ୍କ ସୁପର ଷ୍ଟାର ରଜନୀ କାନ୍ତଙ୍କୁ ଭିକାରି ଭାବି ଦେଲେ ୧୦ ଟଙ୍କା, ଆଉ ତା’ ପରେ ଯାହା ହେଲା…

ସାଉଥ ଇଣ୍ଡିଆ ର ସୁପରଷ୍ଟାର ରଜନୀକାନ୍ତଙ୍କୁ କେବଳ ସାଉଥ ଇଣ୍ଡିଆରେ ନୁହେଁ ସମଗ୍ର ଦେଶରେ ଏକ ସୁପରଷ୍ଟାର ଭାବେ ବିବେଚନା କରାଯାଏ । ରଜନୀକାନ୍ତଙ୍କ ପଛରେ ଲୋକମାନେ ପାଗଳ ଓ ଫ୍ୟାନ୍ସ ମାନଙ୍କ ଭଲ ପାଇବା ତାଙ୍କୁ ଏତେ ସିର୍ସା ସ୍ଥାନରେ ପହଞ୍ଚାଇଛି । ରଜନୀକାନ୍ତଙ୍କ ସରଳତା ସହିତ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି । ଯଦିଓ ତାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି, କିନ୍ତୁ ତାଙ୍କ ପୋଷାକ ଠାରୁ ଆରମ୍ଭ କରି ଆଚରଣ ପର୍ଯ୍ୟନ୍ତ, ସବୁ କିଛି ସାଧାରଣ ହୋଇଥାଏ । ଯଦି ଆପଣ ତାଙ୍କୁ ଫିଲ୍ମ ନୁହେଁ ରିୟଲ ରେ ଦେଖିବେ ତେବେ ଏହି କଥାର ଅନୁମାନ ଲଗାଇ ପାରିବେ । ଜଣେ ମହିଳାଙ୍କ ସହ ମଧ୍ୟ ଏମିତି କିଛି ଘଟିଥିଲା ​​ । ଆପଣଙ୍କୁ ଏକ ମଜାଦାର କାହାଣୀ କହିବାକୁ ଯାଉଛୁ ।

ମହିଳା ରଜନୀକାନ୍ତଙ୍କୁ ଦେଲେ 10 ଟଙ୍କା

ପ୍ରକୃତରେ ରଜନୀକାନ୍ତ ଏକ ମନ୍ଦିରରେ ପୂଜା କରିବାକୁ ଆସିଥିଲେ । ସବୁଥର ପରି ସେ ବହୁତ ସାଧା ପୋଷାକ ପିନ୍ଧିଥିଲେ ଏବଂ ତାଙ୍କ ମୁହଁରେ କୌଣସି ମେକଅପ୍ ନଥିଲା । ପୂଜା କରିବା ପରେ ରଜନୀକାନ୍ତ ପାହାଚ ଉପରେ ବିଶ୍ରାମ ନେଇଥିଲେ । ଏହି ସମୟରେ ଯେତେବେଳେ ଜଣେ ମହିଳା ପୂଜା କରି ସାରି ପାହାଚ ତଳକୁ ଓହ୍ଲାଇବା ଆରମ୍ଭ କଲେ, ସେତେବେଳେ ସେ ତାଙ୍କୁ ଚିହ୍ନି ପାରିନଥିଲେ ଏବଂ ରଜନୀକାନ୍ତଙ୍କୁ ଭିକାରୀ ଭାବି 10 ଟଙ୍କା ଦେଇଥିଲେ । ରଜନୀକାନ୍ତ କିଛି କହି ନଥିଲେ ଓ ସେହି ଟଙ୍କାକୁ ରଖିଦେଲେ ।

ପୂଜା ପରେ ଯେତେବେଳେ ରଜନୀକାନ୍ତ ତାଙ୍କ କାର ଆଡକୁ ଗଲେ, ମହିଳାଙ୍କ ହୋସ ଉଡିଗଲା । ସେ ବୁଝିଗଲେ କି ସେ ଯାହାକୁ ଭିକାରୀ ବୋଲି ଭାବୁଥିଲେ ପ୍ରକୃତରେ ସେ ସାଉଥ ଇଣ୍ଡିଆ ର ସବୁଠାରୁ ବଡ ସୁପରଷ୍ଟାର । ସେ ନିଜ ଭୁଲକୁ ବୁଝି ପାରି ତୁରନ୍ତ ରଜନୀକାନ୍ତଙ୍କ ପାଖରେ ପହଞ୍ଚିଲେ । ମହିଳା ଜଣକ ତାଙ୍କ ଭୁଲ ପାଇଁ କ୍ଷମା ମାଗିଥିଲେ ଏବଂ ଏହା ପରେ ରଜନୀକାନ୍ତ ତାଙ୍କୁ ଏକ ହୃଦୟ ସ୍ପର୍ଶୀ କଥା କହିଥିଲେ ।

ଥଲାଇଭା ଦେଲେ ଏକ ହୃଦୟସ୍ପର୍ଶୀ ଜବାବ

ରଜନୀକାନ୍ତ କହିଲେ କି, ‘ମୋର ପରିଚୟ ସାଧାରଣ ଲୋକଙ୍କ ପରି । ଯାହା ଘଟିଲା ତାହା ଭଲ ହେଲା । ବୋଧହୁଏ ଭଗବାନ ମଧ୍ୟ ଚାହାଁନ୍ତି ଯେ ମୋର ପାଦ ଭୂମିରେ ହିଁ ରହୁ । ‘ ଆଜି, ଯେଉଁଠାରେ ଅନେକ ଷ୍ଟାର ଗରିବଙ୍କୁ ଦେଖିବା ପରେ ସେମାନଙ୍କୁ ମୁହଁ ବୁଲେଇ ଚାଲି ଯାଆନ୍ତି, ରଜନୀକାନ୍ତଙ୍କ ପରି ଏତେ ବଡ ମେଗାଷ୍ଟାର ନିଜେ ଗରିବ ହୋଇ ମହିଳାଙ୍କ ଟଙ୍କା ଗ୍ରହଣ କଲେ । ରଜନୀ ତ ପଳାଇ ଗଲେ, କିନ୍ତୁ ଏହି ଘଟଣା ମହିଳାଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା । ମହିଳାଙ୍କ ନାମ ଡକ୍ଟର ଗାୟତ୍ରୀ ଦେବ । ସେ ଏକ ପୁସ୍ତକ ଲେଖିଥିଲେ ଏବଂ ରଜନୀକାନ୍ତଙ୍କ ସହ ଏହି ଘଟଣା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।

ରଜନୀକାନ୍ତଙ୍କ ସରଳତାର କେବଳ ଏହା ଏକ କାହାଣୀ ନୁହେଁ । ରଜନୀକାନ୍ତ ଏବଂ ହ୍ରିତିକ ରୋଶନ ଏକାଠି ‘ଭଗବାନ୍ ଦାଦା’ ନାମକ ଏକ ଫିଲ୍ମ କରିଥିଲେ । ଏହି ଚଳଚ୍ଚିତ୍ରରେ ହ୍ରିତିକ ରୋଶନ ଶିଶୁ କଳାକାର ଥିଲେ । ଏହି ଚଳଚ୍ଚିତ୍ର ସମୟରେ ଏକ ମଜାଦାର ଘଟଣା ଘଟିଥିଲା ​​ । ପ୍ରକୃତରେ, ହ୍ରିତିକ ଏକ ଶିଶୁ ଥିଲେ ଏବଂ ଫିଲ୍ମ ଶୁଟିଙ୍ଗ ସମୟରେ ପ୍ରାୟତଃ ଡାଇଲଗ ଭୁଲି ଯାଉଥିଲେ । ଏହି ଫିଲ୍ମଟିକୁ ରାକେଶ ରୋଶନ ନିର୍ଦ୍ଦେଶନା ଦେଇଥିଲେ ଏବଂ ସେହି ଫିଲ୍ମରେ ମଧ୍ୟ ସେ ଏକ ଭୂମିକା ପ୍ଲେ କରିଥିଲେ । ଦିନେ ଏକ ଖାସ ସିନ ର ସୁଟିଂ କରାଯାଉଥିଲା ଏବଂ ହ୍ରିତିକ ପୁଣି ଗଡବଡ କରିଦେଲେ । ସମସ୍ତେ ଜାଣିଗଲେ କି ତାଙ୍କୁ ଏବେ ବହୁତ ଗାଲୁ ଶୁଣିବାକୁ ପଡିବ । ଏହା ଦେଖି ରଜନୀକାନ୍ତ ତାଙ୍କର ପୁରା ଡାଇଲଗ କୁ ଭୁଲ କରି କହିଲେ ଏବଂ ହ୍ରିତିକ ଗାଳି ଖାଇବାରୁ ବଞ୍ଚିଗଲେ ।

ପରଦାରେ ଚାଲିଥାଏ ରଜନୀକାନ୍ତଙ୍କ ଯାଦୁ

ରଜନୀକାନ୍ତଙ୍କ ଜୀବନ ସହ ଜଡିତ ଅନେକ କାହାଣୀ ଶୁଣିବାକୁ ମିଳିଯିବ । ଫିଲ୍ମ କଥା କହିଲେ ଆଜି ମଧ୍ୟ ତାଙ୍କର ଜାଦୁ ଫିଲ୍ମ ରେ ରହିଛି । ତାଙ୍କର ହିଟ୍ ଚଳଚ୍ଚିତ୍ରଗୁଡ଼ିକରେ ଥାଲାପାଥୀ, ଲିଙ୍ଗା, କାଲା, ଚନ୍ଦ୍ରମୁଖୀ, ବିଲ୍ଲା, ବୀରା ଅନ୍ତର୍ଭୁକ୍ତ । 2018 ମସିହାରେ, “ରୋବଟ୍ 2” ମଧ୍ୟ ବକ୍ସ ଅଫିସରେ ବହୁତ କାମାଲ କରିଥିଲା ​​ । ଏହି ଚଳଚ୍ଚିତ୍ରରେ ଅକ୍ଷୟ ଏକ ନେଗେଟିଭ ଚରିତ୍ରରେ ଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।