ବଲିଉଡରୁ ଆସିଲା ପୁଣି ଏକ ଦୁଃଖ ଖବର, ଏହି ଦିଗ୍ଗଜ ଅଭିନେତ୍ରୀଙ୍କର ହେଲା ଦେହାନ୍ତ, 2020ରେ ଏମିତି ଖବର ଥମିବାର ନା ହିଁ ନଉନି…

ଫିଲ୍ମ ଇଣ୍ଡଷ୍ଟ୍ରିରୁ ପୁଣି ଏକ ଦୁଃଖଦ ଖବର ଆସୁଛି । ମଦର ଇଣ୍ଡିଆ, କୋହିନୁର, ଏକ ସପେରା ଭଳି ଚଳଚ୍ଚିତ୍ରରେ କାମ କରିଥିବା ଦିଗ୍ଗଜ ଅଭିନେତ୍ରୀ କୁମକୁମଙ୍କର ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ 86 ବର୍ଷ ବୟସ ହୋଇଥିଲା । ଜନି ୱାକରଙ୍କ ପୁଅ ନାସିର ଖାନ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଅଭିନେତ୍ରୀଙ୍କ ଦେହାନ୍ତର ସୂଚନା ଦେଇଛନ୍ତି । ତେବେ ତାଙ୍କର କିପରି ଦେହାନ୍ତ ହୋଇଛି ସେ ବିଷୟରେ ନାସିର କିଛି ଲେଖି ନାହାଁନ୍ତି ଓ ନା ଏପର୍ଯ୍ୟନ୍ତ କୌଣସି ସୂଚନା ସାମ୍ନାକୁ ଆସିଛି ।

ନାସିର ତାଙ୍କ ଟ୍ୱିଟର ଆକାଉଣ୍ଟରେ ଜନି ୱାକର ଏବଂ କୁମକୁମଙ୍କ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି ଯେ ‘ଗତ ଜମାନାର ଫିଲ୍ମ ଆକ୍ଟ୍ରେସ କୁମକୁମ ଆଣ୍ଟିଙ୍କର ଦେହାନ୍ତ ହୋଇଛି, ସେ 86 ବର୍ଷର ଥିଲେ । ସେ ଅନେକ ଫିଲ୍ମ ରେ କାମ କରିଥିଲେ, ସେ ଅନେକ ଗୀତରେ ଅଭିନୟ କରିଥିଲେ ଓ ସେ ଅନେକ ଗୀତରେ ନାଚିଥିଲେ । ସେ ପାପା ଜନି ୱାକରଙ୍କ ଅପୋଜିଟ ରେ ଅନେକ ଫିଲ୍ମ ମଧ୍ୟ କରିଥିଲେ ।

ନାବେଦ ଜାଫ୍ରି ବି ସମବେଦନା ଜଣାଇଛନ୍ତି

ଅଭିନେତା ତଥା ନୃତ୍ୟଶିଳ୍ପୀ ନାଭେଦ୍ ଜାଫ୍ରି ଟ୍ୱିଟ୍ କରି କହିଛନ୍ତି, ‘ଆମେ ଆଉ ଜଣେ ଦିଗ୍ଗଜ କଳାକାରଙ୍କୁ ହରାଇଛୁ । ମୁଁ ବହୁତ ଛୋଟ ବେଳରୁ ତାଙ୍କୁ ଜାଣିଥିଲି । ସେ ପରିବାର ସଦସ୍ୟ ପରି ଥିଲେ । ସେ ଜଣେ ବହୁତ ଭଲ କଳାକାର ଓ ଭଲ ମଣିଷ ମଧ୍ୟ ଥିଲେ । ଭଗବାନ ତୁମ ଆତ୍ମାକୁ ଶାନ୍ତି ଦିଅନ୍ତୁ କୁମକୁମ ଆଣ୍ଟି ‘ ​ । ନିଜ ଟ୍ୱିଟରେ ନାବେଦ ଏକ ପ୍ରାର୍ଥନା ବି ଲେଖିଛନ୍ତି ।

ଆପଣଙ୍କୁ କହି ଦେଉଛୁ କି କୁମକୁମ1954 ରେ ଜଣେ ନୃତ୍ୟଶିଳ୍ପୀ ଭାବରେ ବଲିଉଡରେ ପ୍ରବେଶ କରିଥିଲେ । ଫିଲ୍ମ ‘ଆର୍ ପାର୍’ ର ଗୀତ ‘କଭି ଆର କଭି ପ୍ୟାର ଲଗା ତୀରେ ନଜର’ ରେ କୁମକୁମ ନଜର ଆସିଥିଲେ ।

ଏହା ପରେ ସେ ମଦର ଇଣ୍ଡିଆ, କୋହିନୁର, ଉଜାଲା, ନୟା ଦୌର, ସପେରା, ଲୁଟେରା, ରାଜା ଔର ରଙ୍କ, ଗୀତ, ଲଲକାର ଭଳି ଅନେକ ଫିଲ୍ମରେ ଅଭିନୟ କରିଥିଲେ । ଏହା ବ୍ୟତୀତ କୁମକୁମ ଭୋଜପୁରୀ ଫିଲ୍ମ Ganga Maiyya Tohe Piyari Chadhaibo ମଧ୍ୟ କରିଛନ୍ତି, ଏହି ଫିଲ୍ମ 1963 ମସିହାରେ ରିଲିଜ ହୋଇଥିଲା ​​ ।

ଦେଶ ଦୁନିଆର ଟିକନିକ ଖବର ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।