ଯେତେବେଳେ ବ୍ରେକଅପ ପରେ ସୁଶାନ୍ତ ଅଚାନକ ଅଧା ରାତିରେ ପହଞ୍ଚିଥିଲେ ଅଙ୍କିତାଙ୍କ ପାଖରେ…

କହିବାକୁ ଗଲେ ବଲୀଉଡର ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ସବୁଠୁ ଅଧିକ ତାଙ୍କର ପରିବାର ଦୁଖିତ ହୋଇଛନ୍ତି । କିନ୍ତୁ ଯଦି ଅଙ୍କିତା ଲୋଖଣ୍ଡେଙ୍କ ବିଷୟରେ କଥାବାର୍ତ୍ତା କରିବା ତେବେ ସେ ବି ସୁଶାନ୍ତ ମୃତ୍ୟୁ ପରେ ବହୁତ ଭାଙ୍ଗି ପଡିଛନ୍ତି । ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଶୁଣିବା ପରେ ଅଙ୍କିତାଙ୍କ ଆଖିର ଲୁହ ବନ୍ଦ ହୋଇ ନ ଥିଲା । ଅନ୍ୟ ପଟେ ସୁଶାନ୍ତ ଆତ୍ମହତ୍ୟା ପରେ ଅଙ୍କିତା ଓ ସୁଶାନ୍ତ ରିଲେଶନଶୀପକୁ ନେଇ ବି ବିଭନ୍ନ ଖବର ସାମ୍ନାକୁ ଆସୁଥିଲା ।

ଏମିତିରେ ଆଜି ଆମେ ଆପଣଙ୍କୁ କହିବୁ କି ସୁଶାନ୍ତ ଓ ଅଙ୍କିତାଙ୍କ ବ୍ରେକଅପ ପରେ ସେମାନଙ୍କ ସମ୍ପର୍କ କେଉଁଭଳି ଥିଲା । ଆପଣଙ୍କୁ କହିଦେଉଛୁ କି ସୁଶାନ୍ତ ଓ ଅଙ୍କିତାଙ୍କ ବ୍ରେକଅପ ପରେ ଦୁଇ ଜଣ କେବେ ବି ପରସ୍ପର ବିଷୟରେ ମିଡିଆରେ ଖରାପ କହି ନାହାନ୍ତି ।

ଯାହାକି ଅନ୍ୟ ସବୁ ବଲୀଉଡ ଯୋଡି ମଧ୍ୟରେ ଦେଖାଯାଏ । ବ୍ରେକଅପ ପରେ ବି ପରସ୍ପର ଦୁଇ ଜଣଙ୍କୁ ଭଲ ବନ୍ଧୁ ରୂପରେ ଦେଖୁଥିଲେ । ସେମାନେ ପରସ୍ପରର ସୁଖ ଦୁଖ ପାଖରେ ବି ଛିଡା ହେଉଥିଲେ । ଅଙ୍କିତାଙ୍କ ସହ ହୋଇଥିବା ତିନୋଟି ଘଟଣା ଏହି କଥାକୁ ପ୍ରମାଣିତ କରି ଦେଇଛି ।

ତାହା ପ୍ରଥମ ଘଟଣା ଥିଲା ଯେତେବେଳ ସୁଶାନ୍ତଙ୍କ ଠାରୁ ଅଲଗା ହେବା ପରେ ଦିନେ ଅଚାନକ ଅଙ୍କିତାଙ୍କ ଘରେ ନିଆଁ ଲାଗିଗଲା ଓ ଏହି ଖବର ମିଳିବା ମାତ୍ରେ ହିଁ ସୁଶାନ୍ତ ସଙ୍ଗେ ସଙ୍ଗେ ଅଙ୍କିତାଙ୍କ ପାଖକୁ ଦୌଡି ଯାଇ ଥିଲେ ଓ ସେ ଜାଣିବାକୁ ଚାହୁଁଥିଲେ କି ଅଙ୍କିତା ଠିକ ଅଛନ୍ତି ନା ନାହିଁ । ଏହା ପରେ ଦ୍ଵିତୀୟ ଘଟଣାଟି ହେଉଛି ଯେତେବେଳେ ଅଙ୍କିତାଙ୍କ ଦୁର୍ଘଟଣା ହେଲା । ଦୁଇ ଜଣଙ୍କ ବ୍ରେଅକପ ପରେ ଅଙ୍କିତାଙ୍କ ଅଚାନକ ଡିଏନ ଦୁର୍ଘଟଣା ହେଲା ଓ ଏହି ଦୁର୍ଘଟଣାରେ ଅଙ୍କିତାଙ୍କ ହାତରେ ଗଭୀର ଆଘାତ ଲାଗିଥିଲା ।

ସେହି ସମୟରେ ସୁଶାନ୍ତ ହସ୍ପିଟାଲରେ ତାଙ୍କର ଦେଖାଶୁଣା କରୁଥିଲେ । କାରଣ ସେହି ସମୟରେ ଅଙ୍କିତା ଏକୁଟିଆ ଥିଲେ । ତୃତୀୟ ଘଟଣା, କହିବାକୁ ଗଲେ ପକ୍ଷପାତ କାରଣରୁ ପ୍ରାୟତଃ ଅଙ୍କିତାଙ୍କୁ ବଲୀଉଡ ଫିଲ୍ମରେ ରିପ୍ଲେସ କରି ଦିଆ ଯାଉ ଥିଲା । ଏହା ବିଷୟରେ ଜାଣିବା ପରେ ସୁଶାନ୍ତ ସବୁବେଳେ ଅଙ୍କିତାଙ୍କ ସପୋର୍ଟରେ ଆସୁଥିଲେ । ସୁଲତାନ ଫିଲ୍ମରେ ଯେତେବେଳେ ତାଙ୍କୁ ଅନୁଷ୍କା ସହ ରିପ୍ଲେସ କରି ଦିଆ ଗଲା ତେବେ ସୁଶାନ୍ତ ସେହି ସମୟରେ ତାଙ୍କ ପାଇଁ ଲଢିଥିଲେ ।

ଏହିଭଳି ଭାବରେ ଅଲଗା ହେବା ସତ୍ବେ ବି ସୁଶାନ୍ତ କେବେ ବି ଅଙ୍କିତାଙ୍କୁ ନିଜ ହୃଦୟରୁ ଅଲଗା କରି ନ ଥିଲେ । ସେ ସବୁବେଳେ ଅଙ୍କିତାଙ୍କୁ ଏକ ବନ୍ଧୁ ରୂପରେ ଖୁସି ଦେଖିବାକୁ ଚାହୁଁଥିଲେ । କିନ୍ତୁ ଦୁଇ ଜଣ ଏହି ଜନ୍ମରେ ଆଉ ଏକାଠି ହୋଇ ପାରିଲେ ନାହିଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।