ଫୁଲ ଓର କାଣ୍ଟେ ଫିଲ୍ମର ସୁନ୍ଦରୀ ହିରୋଇନଙ୍କ ଏମିତି ହେଲା ଅବସ୍ଥା, ଚିହ୍ନିବାକୁ ବି ଆପଣଙ୍କୁ କଷ୍ଟ ହେବ

ଫିଲ୍ମିରେ ଅଜୟ ଦେବଗନ ବହୁତ ନାମ କମାଇଛନ୍ତି । ସେ ଏପରି ଏକ ଅଭିନେତା ଯେ କମେଡି ଠାରୁ ଆରମ୍ଭ କରି ରୋମାନ୍ସ ଆକ୍ସନ ଓ ଇମୋସନାଲ ଆଦି  ସବୁ କରିପାରନ୍ତି । ସେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି । ସେଥିପାଇଁ ସିନେମା ଜଗତରେ ତାଙ୍କ ନାମ ଚର୍ଚ୍ଚାରେ ରହିଛି । କ୍ୟାରିୟରରେ ୨ଟି ରାଷ୍ଟ୍ରୀୟ ପୁରସ୍କାର ଓ ୪ଟି ଫିଲ୍ମି ଫେୟାର ପୁରସ୍କାର ହାସଲ କରିଛନ୍ତି । କିନ୍ତୁ ଆଜି ଆମେ ଫୁଲ ଅର୍ କାଣ୍ଟେ ଫିଲ୍ମର ସୁନ୍ଦରୀ ହିରୋଇନ ମଧୁଙ୍କ ବିଷୟରେ ଜାଣିବା ।

ଏହି ଫିଲ୍ମିରେ ଅଜୟ ଦେବଗନଙ୍କ ସହିତ ମଧୁ ହିରୋଇନ ଥିଲେ, ସେହି ଫିଲ୍ମରେ ଆକ୍ସନ ଓ ରୋମାନ୍ସ ଭରପୁର ଥିଲା । ଏହି ଫିଲ୍ମି ବହୁତ ହିଟ୍ ହୋଇଥିଲା, କିନ୍ତୁ  ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମଧୁଙ୍କ ଏହା ପ୍ରଥମ ଫିଲ୍ମି ଥିଲା ଓ ଆଜି ସେ ବଲିଉଡ ଠାରୁ ଦୂରେଇ ଯାଇଛନ୍ତି।

୧୯୯୧ ମସିହାରେ ଅଜୟ ଦେବଗନଙ୍କ ସହିତ ଫୁଲ ଅର୍ କାଣ୍ଟେ ଫିଲ୍ମର ହିରୋଇନ ମଧୁବାଲା ରଘୁନାଥ ବର୍ତ୍ତମାନ କେଉଁଠାରେ ଅଛନ୍ତି । ସେହି ସମାୟରେ ଜ୍ୟାକି ସ୍ରଫ, ସୁନୀଲ ସେଟ୍ଟୀ, ସନି ଦେଓଲଙ୍କ ରାଜ୍ ଥିଲା, କିନ୍ତୁ  ଫୁଲ ଅର୍ କାଣ୍ଟେ ଫିଲ୍ମ ସୁପର ହିଟ୍ ହେବା ପରେ ଏହି ଷ୍ଟାର ମାନଙ୍କୁ ବଡ ଚ୍ୟାଲେଞ୍ଜ ମିଳିଥିଲା ।

ଫୁଲ ଅର୍ କାଣ୍ଟେ ଫିଲ୍ମରୁ ମଧୁବାଲା ରଘୁନାଥ ବଲିଉଡରେ ରାତାରାତି ସୁପର ଷ୍ଟାର ହୋଇଥିଲେ । ପୁଣି ତାଙ୍କୁ କମ୍ କାମ ମିଳିଲା, ଏହାପରେ କିଛି ବଲିଉଡ ଫିଲ୍ମିରେ କାମ କରିଲେ, କିନ୍ତୁ ସେଥିରେ ସଫଳ ହୋଇପାରିଲେ ନାହିଁ । ତେଣୁ ବଲିଉଡ ଠାରୁ ବାଧ୍ୟ ହୋଇ ଦୂରେଇ ଗଲେ।

ମଧୁଙ୍କ ଶେଷ ଫିଲ୍ମ ୨୦୧୧ ମସିହାରେ ଲଭ ୟୁ ରିଲିଜ୍ ହୋଇଥିଲା । ଏହାପରେ ତାଙ୍କର ଦେଖା ମିଳିଲା ନାହିଁ । ସେ ଏତେ ସୁନ୍ଦରୀ ହୋଇ ମଧ୍ୟ ସିନେମା ଜଗତରୁ ଦୂରେଇ ଯାଇଛନ୍ତି । ୧୯୯୯ ମସିହାରେ ମଧୁ ଆନନ୍ଦଙ୍କ ସହିତ ବିବାହ କରିଥିଲେ । ଏବେ ସେ ନିଜ ପରିବାର ସହିତ ବହୁତ ଖୁସିରେ ଅଛନ୍ତି ଓ ତାଙ୍କର ଦୁଇଟି ପିଲା ଅଛନ୍ତି । ସେ ନିଜେ ପିଲାଙ୍କର ଯତ୍ନ ନିଅନ୍ତି ।