ପୁନର୍ଜନ୍ମ ନେଲେ ଆଲବମ କୁଇନ ଦୀପା ସାହୁ

ଆଲବମ କୁଇନ ଦୀପା ସାହୁ ବର୍ତ୍ତମାନ ଆମ ଗ୍ରହଣରେ ଆଉ ନାହାନ୍ତି । କ୍ୟାନ୍ସରରେ ପୀଡିତ ହେବା କାରଣରୁ ୨୭ ଜୁଲାଇ ଦିନ ଭୁବନେଶ୍ବର ଏକ ହସ୍ପିଟାଲରେ ସେ ଦେହ ତ୍ୟାଗ କରିଛନ୍ତି । ଯଦି ଆମେ ତାଙ୍କର କ୍ୟାରିୟର ବିଷୟରେ କହିବା ତେବେ ସେ ବହୁତ ହିଟ ଆଲବମରେ କାମ କରି ଓଡିଶାର ସବୁ ଦର୍ଶକମାନଙ୍କ ହୃଦୟ ଜିତି ଥିଲେ । କିନ୍ତୁ ଏହା ମଧ୍ୟରେ ଓଡିଆ ଅଭିନେତା ସବ୍ୟସଚୀ ମିଶ୍ର ଦୀପା ସାହୁଙ୍କ ବିୟୋଗରେ ଦୁଖ ପ୍ରକାଶ କରି ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋସ୍ଟ ଶେୟାର କରିଛନ୍ତି ।

ଏହି ପୋସ୍ଟକୁ ଦେଖିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସେ ନିଜର ଏକ ଟ୍ବିଟର ଆକାଉଣ୍ଟରେ ଏକ ନବଜାତ ଶିଶୁ ଝିଅର ଫଟୋ ପୋସ୍ଟ କରିଛନ୍ତି ଓ ଏହି ପୋସ୍ଟରେ ସେ ଲେଖିଛନ୍ତି କି ଦୀପା ସାହୁ ଫେରି ଆସିଛନ୍ତି ।

ଏହି ପୋସ୍ଟକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏହି ପୋସ୍ଟ ବିଷୟରେ ଅଧିକ କିଛି କହି ସବ୍ୟସଚୀ କହିଲେ କି ଲକଡାଉନ ଓ ଅନ୍ୟ କିଛି କାରଣରୁ ତାମଳିନାଡୁ ସହରରେ ରହୁଥିବା ସସ୍ମିତା ସାହୁ ବହୁତ ସମସ୍ୟା ମଧ୍ୟରେ ଘେରି ରହିଥିଲେ । କାରଣ ସେ ଗର୍ଭବତୀ ଥିଲେ ଓ ତାଙ୍କର ଡେଲବରୀର ସମୟ ହୋଇ ଯାଇଥିଲା । ଶେଷରେ ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଗଲା । ସେଠି ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ।

ଉଭୟ ମା ଓ ଝିଅ ବର୍ତ୍ତମାନ ସମୟରେ ସୁସ୍ଥ ଅଛନ୍ତି । ଏହା ପରେ ସବ୍ୟସଚୀ ଆଗକୁ କହିଲେ କି ମହିଳା ଜଣକ ନିଜ ଝିଅର ନାମକରଣ ପାଇଁ ମୋତେ ଫୋନ କରିଥିଲେ । ଅଭିନେତ୍ରୀ ଦୀପା ସାହୁ ସ୍ମୃତିରେ ମୁଁ ତାଙ୍କ ଝିଅଙ୍କ ନାମ ଦୀପା ରଖିବା ପାଇଁ କହିଥିଲି । ଶେଷରେ ମହିଳା ଜଣକ ନିଜ ଝିଅର ନାଁ ଦୀପା ରଖିଲେ । ବଡ ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ଝିଅର ଟାଇଟେଲ ବି ସାହୁ ଅଟେ ।

ଏହି ପୋସ୍ଟରେ ସବ୍ୟସଚୀ ଆଗକୁ ଲେଖିଲେ କି ଦୀପା ସାହୁ ଫେରି ଆସିଛନ୍ତି । ଏମିତିରେ ଏହାକୁ ପଢିବା ପରେ ସମସ୍ତେ ଉତ୍ସାହିତ ହୋଇ ଯାଇଛନ୍ତି । ଏହା ଛଡା ଆପଣଙ୍କୁ କହିଦେଉଛୁ କି  ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଯେଉଁ ଦିନ ଦୀପା ସାହୁଙ୍କ ମୃତ୍ୟୁ ହୋଇଥିଲା ସେହି ଦିନରେ ହିଁ ଏହି ଶିଶୁର ଜନ୍ମ ହୋଇଛି ।