ମଶାକୁ ଘରୁ ବାହାର କରିବାର ରାମବାଣ ଉପାୟ, ଗୋଟେ ଥରରେ ହିଁ ଘରର ସବୁ ମଶା ବାହାରକୁ ପଳେଇବେ

ବର୍ତ୍ତମାନ ବର୍ଷା ଦିନ ଆସି ଯାଇଛି । ସମସ୍ତେ ଜାଣିଛନ୍ତି କି ବର୍ଷା ହେବା ମାତ୍ରେ ହିଁ ମଶାମାନଙ୍କ ସଂଖ୍ୟା ବଢିଯାଏ । କହିବାକୁ ଗଲେ ମଶା କାମୁଡିବା ଦ୍ଵାରା ବିଭିନ୍ନ ପ୍ରକାରର ରୋଗ ହୋଇଥାଏ । ଯେମିତି କି ଡେଙ୍ଗୁ, ଚିକେନଙ୍ଗୁନିଆ ଭଳି ବହୁତ ବଡ ବଡ ରୋଗରେ ଜଣେ ବ୍ୟକ୍ତି ଶିକାର ହୋଇଥାଏ । ଏମିତିରେ ଆପଣମାନେ ମଶାମାନଙ୍କ ଠାରୁ ବଞ୍ଚିବା ପାଇଁ ବଜାରରୁ ବିଭିନ୍ନ ପ୍ରକାରର କଏଲ କ୍ରୟ କରିଥାନ୍ତି । କିନ୍ତୁ ବେଳେ ବେଳେ ସେଥିରୁ ଏତେ ଧୂଆ ବାହାରିଥାଏ କି କିଛି ବ୍ୟକ୍ତିକୁ ନିଶ୍ଵାସ ନେବା ପାଇଁ ବହୁତ ଅସୁବିଧା ହୋଇଥାଏ ।

ଏମିତିରେ ଆଜି ଆମେ ଆପଣଙ୍କୁ ଏକ ନୂଆ ଉପାୟ କହିବାକୁ ଯାଉଛୁ । ଯାହାକୁ କରିବା ଦ୍ୱାରା କି ଆପଣଙ୍କ ଘରେ ଗୋଟିଏ ହେଲେ ବି ମଶା ରହିବେ ନାହିଁ ।

ଆଜି ମୁଁ ଆପଣଙ୍କୁ ଯେଉଁ ଉପାୟ ବିଷୟରେ କହିବାକୁ ଯାଉଛୁ ଏହା ଏକ ରାମବାଣ ଉପାୟ ଅଟେ । ଏହାକୁ କରିବା ଦ୍ଵାରା ମଶାମାନେ ଆପଣଙ୍କ ଘରୁ ଏତେ ଦୂରକୁ ଚାଲି ଯିବେ କି ଆପଣ ଏହା ବିଷୟରେ ଭାବି ବି ନ ଥିବେ । ଆପଣଙ୍କ ଘରେ ଯେତେ ବି ମଶା ଥିବେ ସବୁ ଏହାର ଗନ୍ଧରେ ଘରୁ ପଲୟାନ କରିବେ ।

ଏହି ଉପାୟକୁ କରିବା ପାଇଁ ସର୍ବ ପ୍ରଥମେ କିଛି ରସୁଣ ଆଣନ୍ତୁ, କିନ୍ତୁ ଏହାର ଚୋପା ଛଡେଇବେ ନାହିଁ । ସେମିତି ହିଁ ରସୁଣକୁ ଅଳ୍ପ ଛେଚି ଦିଅନ୍ତୁ । ଏହା ପରେ ଏହାକୁ ଏକ ଛୋଟ ପାତ୍ରରେ ରଖନ୍ତୁ । ରସୁଣକୁ ଛେଚି ସାରିଲା ପରେ ୫ଟି ଲବଙ୍ଗକୁ କେବଳ ଭାଙ୍ଗି ପୁରା ଛୋଟ ଛୋଟ କରି ଦିଅନ୍ତୁ ଓ ରସୁଣ ଥିବା ପାତ୍ରରେ ରଖି ଦିଅନ୍ତୁ । ଏହା ପରେ ଭଗବାନଙ୍କ ନିକଟରେ ଲାଗୁଥିବା କିଛି କର୍ପୁର ନିଅନ୍ତୁ । ଏହି କର୍ପୁରକୁ ଭଲ ଭାବରେ ଗୁଣ୍ଡ କରି ସେହି ରସୁଣ ଥିବା ପାତ୍ରରେ ଢାଳି ଦିଅନ୍ତୁ ।

ଏହା ପରେ ଏଥିରେ ଅଳ୍ପ ଦେଶୀ ଘିଅ ମିଶାଇ ଦିଅନ୍ତୁ । ଏହା ପରେ ଏହି ସବୁ ଜିନିଷକୁ ଭଲ ଭାବରେ ମିଶ୍ରଣ କରନ୍ତୁ । ବର୍ତ୍ତମାନ ଏହି ମିଶ୍ରଣକୁ ଆପଣ ଏକ ବଡ କିମ୍ବା ଛୋଟ ଦୀପରେ ରଖି ଜଳାଇ ଦିଅନ୍ତୁ ଓ ଏହା ପରେ ଏଥିରୁ ଯେଉଁ ଗ୍ଯାସ ଗ୍ୟାସ ବାହାରିବ ଏହା ଦ୍ଵାରା ମଶା ଆପଣଙ୍କ ଘରୁ ଦୂରେଇ ଯିବେ । ଏହାକୁ କରିବା ଦ୍ଵାରା ଆପଣ ଗୋଟିଏ ହେଲେ ବି ମଶା ନିଜ ଘରେ ଦେଖିବେ ପାରିବେ ନାହିଁ । ଏହାକୁ ଆପଣ ସବୁଦିନ ଘରେ ବ୍ୟବହାର କରି ପାରିବେ ।

ଏହାକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କୁ କୌଣସି ବି ପ୍ରକାରର କ୍ଷତି ହେବ ନାହିଁ । ଏଥିରୁ ଯେଉଁ ଗ୍ୟାସ ବାହାରିଥାଏ ତାହା ମଶାମାନଙ୍କ ପ୍ରତି ଅସହଜ ହୋଇଥାଏ ଯାହା ଦ୍ଵାରା ମଶା ଘରୁ ଚାଲି ଯାନ୍ତି । ଆପଣଙ୍କ ଘରର ଯେଉଁ ସ୍ଥାନରେ ଅଧିକ ମଶା ଦେଖିବେ ସେହି ସ୍ଥାନରେ ଏହାକୁ ଜଳାଇ ରଖି ଦିଅନ୍ତୁ ଓ ଏହା ପରେ ସବୁ କବାଟ ଝରକା ବନ୍ଦ କରି ଦିଅନ୍ତୁ । କିଛି ସମୟ ପରେ ଗୋଟିଏ ହେଲେ ବି ମଶା ଆପଣ ଦେଖିବାକୁ ପାଇବେ ନାହିଁ ।

ଆପଣ ଶୋଇଥିବା ଘରେ ମଧ୍ୟ ଲଗାଇ ପାରିବେ କାରଣ ଏହା ମନୁଷ୍ୟଙ୍କ ପାଇଁ କୌଣସି ଅସୁବିଧା କରେ ନାହିଁ । କେବଳ ଏହି ଧୂଆଁ ଦ୍ଵାରା ମଶାକୁ କଷ୍ଟ ହେବ ଆଊ କାହାକୁ ବି ହେବ ନାହିଁ । ଏହାକୁ ଦେଖି ଚାହିଁ ଲଗାଇବେ ଓ ଖୋଲା ଜାଗାରେ ଲଗାଇବେ । କାରଣ ନିଆ ଲାଗି ଯାଇ ପାରେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।