ଗଣିତର ଏହି ଶିକ୍ଷୟତ୍ରି ଦେଇ ପାରିଲେ ନାହିଁ KBCର ଏହି ସହଜ ପ୍ରଶ୍ନର ଉତ୍ତର, ନେବାକୁ ପଡିଥିଲା ଲାଇଫ ଲାଇନ, କଣ ଆପଣଙ୍କୁ ଜଣା ଅଛି ଏହାର ଉତ୍ତର, ଦେଖନ୍ତୁ

ସୋନି ଚ୍ୟାନେଲରେ ପ୍ରସାରିତ ହେଉଥିବା ପପୁଲାର ଶୋ KBC ସିଜନ ୧୧ର ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି । ସେଥିପାଇଁ ସବୁଦିନ ଏହାର ଟିଆରପି ହାଇରେ ଅଛି । ଦେଶ ସାରା ଏହି ଶୋ କୁ ସବୁ ଭାଷାରେ ପସନ୍ଦ କରାଯାଉଛି । କାରଣ ଏଥିରେ ଜିକେ ସହ ଜଡିତ ସମସ୍ତ ପ୍ରକାରର ପ୍ରଶ୍ନ କରା ଯାଉଛି । କିନ୍ତୁ ଏଥର ଏହି ସିଜନରେ ଜଣେ ଶିକ୍ଷୟତ୍ରି ସୀମା ପାର କରିଦେଲେ । ସେହି ଶିକ୍ଷୟତ୍ରି ଜଣକ ଦେଇ ପାରିଲେ ନାହିଁ ଏହି ସହଜ ପ୍ରଶ୍ନର ଉତ୍ତର, ପୁଣି ଯାହା ହେଲା ତାହା ବହୁତ ଆନନ୍ଦଦାୟକ ଅଟେ ।

ଗ୍ରେଟର ନୋଏଡାର ଗଣିତ ଶିକ୍ଷୟତ୍ରି ଦେଇ ପାରିଲେ ନାହିଁ ଏହି ସହଜ ପ୍ରଶ୍ନର ଉତ୍ତର

Image courtesy: Google

୨୯ ଅଗଷ୍ଟ ମାନେ ଗୁରୁବାର ଦିନ ପ୍ରସାରିତ କେବିସିର ଏହି ଏପିସୋଡରେ ଗ୍ରେଟର ନୋଏଡାର ଜଣେ ଗଣିତ ଶିକ୍ଷୟତ୍ରି ଦୀପିକା ଶର୍ମା ହଟ ସିଟ ଉପରେ ବସିଥିଲେ । ଏହା ପରେ ଯେତେବେଳେ ଅମିତାଭ ବଚ୍ଚନ ଏକ ପ୍ରଶ୍ନ ପଚାରିଲେ କି ୧୦ ହଜାର ପଇସାରେ କେତେ ଟଙ୍କା ହେବ ? ଏହାର ଉତ୍ତରରେ ସେ ଅଟକି ଗଲେ । ଗଣିତ ଶିକ୍ଷୟତ୍ରି ହେବା କାରଣରୁ ଏହି ପ୍ରଶ୍ନର ଉତ୍ତର ତାଙ୍କୁ ଜଣା ଥିବା ଦରକାର ।

Image courtesy: Google

କିନ୍ତୁ ସେ ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ଲାଇଫଲାଇନର ବ୍ୟବହାର କଲେ । ଏହା ପରେ ଦର୍ଶକମାନେ ବି ଆଶ୍ଚର୍ଯ୍ୟ ହୋଇ ରହିଗଲେ ଓ ଦୀପିକା ଅଡିୟନ୍ସ ପୋଲ ସାହାର୍ଯ୍ୟରେ ଏହାର ସଠିକ ଉତ୍ତର ଦେଲେ ଓ ତିନି ହଜାର ଟଙ୍କା ଜିତି ନେଲେ । ଯଦି ଏହି ପ୍ରଶ୍ନର ଉତ୍ତର କଥା କୁହାଯାଏ ତେବେ ଏହାର ଉତ୍ତର ୧୦୦ ଟଙ୍କା ଥିଲା । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।