୧୮ ବର୍ଷ ବୟସରେ ହିଁ ମା ହୋଇସାରିଥିଲେ ମୌସମୀ ଚାଟାର୍ଜୀ, ବିନା ଗ୍ଲିସରୀନରେ ବି କରିଦେଉଥିଲେ କାନ୍ଦିବାର ସିନ

୭୦ – ୮୦ ଦଶକରେ ଅଭିନେତ୍ରୀ ମୌସମୀ ଚଟର୍ଜୀ ନିଜର ଦମଦାର ଅଭିନୟ ଓ ନିଜ ରୂପରେ ଲୋକମାନଙ୍କୁ ଦିବାନା କରି ଦେଉଥିଲେ । ୨୬ ଏପ୍ରିଲ ୧୯୫୩ରେ କଲିକତାରେ ଜନ୍ମ ଗ୍ରହଣ କରିଥିବା ମୌସମୀ ଚଟର୍ଜୀ ନିଜର ୬୬ ତମ ଜନ୍ମଦିନ ପାଳନ କରୁଛନ୍ତି । ନିଜର ପ୍ରଥମ ଫିଲ୍ମ “ବାଳିକା ବଧୁ” ଦ୍ଵାରା ଟିକେଟ ଘରେ ଭିଡ ଜମା କରିଦେଇଥିବା ମୌସମୀ ଚଟର୍ଜୀଙ୍କ ଜୀବନ ସହିତ ଜଡିତ କିଛି ରୋମାଞ୍ଚକ କଥା ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ।

ପ୍ରଥମ ହେଲେ ମା ପୁଣି ଯାଇ ହେଲେ ଅଭିନେତ୍ରୀ

ଯେଉଁ ବୟସରେ ଗୋଟିଏ ଅଭିନେତ୍ରୀ ନିଜ କ୍ୟାରିୟରରେ ଆଗକୁ ବଢିବା ପାଇଁ ଚେଷ୍ଟା କରିଥାଏ ସେହି ବୟସରେ ମୌସମୀ ଚଟର୍ଜୀ ମାତ୍ର ୧୮ ବର୍ଷରେ ଗୋଟିଏ ପିଲାର ମା ହୋଇସାରିଥିଲେ । ମୌସମୀଙ୍କର କହିବା ଅଟେ କି ସେ ବହୁତ ଭାଗ୍ୟଶାଳୀ ଅଟନ୍ତି କି ତାଙ୍କୁ ଏତେ ଭଲ ସ୍ଵାମୀ ଓ ପରିବାର ମିଳିଛି । ସେ କହିଲେ ମୁଁ ନିଜ ଟଙ୍କାରେ ହିଁ ନିଜର ପ୍ରଥମ ଗାଡି କିଣିଥିଲି ।

ମୌସମୀ ଆଗକୁ କହିଲେ କି ଯେତେବେଳେ ତାଙ୍କର ପ୍ରଥମ ଝିଅ ହେଲା ତେବେ ଡାକ୍ତରଙ୍କ କହିବାର ଥିଲା କି ମୋ ନର୍ସିଂଗ ହୋମରେ ପ୍ରଥମ ଥର ଗୋଟିଏ ବେବୀ ଆଉ ଏକ ଦେବୀକୁ ଜନ୍ମ ଦେଇଛି । ସେହି ସମୟରେ କିଛି ଲୋକମାନେ ତାଙ୍କର ମା’ ହେବାକୁ ନେଇ ବିଭିନ୍ନ ପ୍ରକାରର ଚର୍ଚ୍ଚା କରୁଥିଲେ ।

ଦୁଃଖିତ ରୋଲରେ ହିଟ ଥିଲେ ମୌସମୀ

ମୌସମୀଙ୍କର ଡେବ୍ୟୁ ବେଙ୍ଗଲି ଫିଲ୍ମ “ବାଳିକା ବଧୁ” ରୁ ହୋଇଥିଲା । କିନ୍ତୁ ତାଙ୍କର କ୍ୟାରିୟରକୁ ଅସଲ ପରିଚୟ ୧୯୭୨ରେ ଆସିଥିବା ଫିଲ୍ମ ‘ଅନୁରାଗ’ରେ ମିଳିଥିଲା । ଏହି ଫିଲ୍ମରେ ମୌସମୀ ଏକ ନେତ୍ରହୀନ ଝିଅର ରୋଲ କରିଥିଲେ । କ୍ୟାରିୟର ଆରମ୍ଭରେ ହିଁ ଏହିଭଳି ରୋଲ କରିବା କୌଣସି ବି ଅଭିନେତ୍ରୀ ପାଇଁ ବହୁତ କଷ୍ଟକର ଅଟେ । କିନ୍ତୁ ମୌସମୀ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଥିଲେ ।

ସେ ଏହି ରୋଲକୁ ଏତେ ସୁନ୍ଦରତାର ସହ କରିଲେ କି ସମସ୍ତେ ତାଙ୍କର ଅଭିନୟ ଦେଖି ମୁଗ୍ଧ ହୋଇଗଲେ ଓ ଏହି ଫିଲ୍ମ ପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାର ପାଇଁ ନୋମିନେଟ ବି କରାଯାଇଥିଲା । ନିର୍ଦ୍ଦେଶକମାନଙ୍କର କହିବା ଅଟେ କି ମୌସମୀ ଦୁଃଖିତ ରୋଲକୁ ବହୁତ ସହଜରେ କରିଦେଉଥିଲେ ଓ ତାଙ୍କୁ କାନ୍ଦିବା ପାଇଁ ଗ୍ଲିସରୀନ ବି ଦରକାର ପଡୁ ନଥିଲା ।

ମୌସମୀ ନିଜର କ୍ୟାରିୟରରେ ବହୁତ ଭଲ ଭଲ ଫିଲ୍ମରେ କାମ କରିଛନ୍ତି ଓ ନିଜ ସମୟର ବହୁତ ବଡ ବଡ ଅଭିନେତାଙ୍କ ସହ ବି କାମ କରିଛନ୍ତି । ନିଜ ଜମାନାରେ ମୌସମୀ ସବୁଠୁ ଦାମୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଥିଲେ । କିନ୍ତୁ ବର୍ତ୍ତମାନ ମୌସମୀ ରାଜନୀତି ଆଡକୁ ଅଗ୍ରସର ହେଉଛନ୍ତି ଓ ସେ କିଛି ଦିନ ତଳେ ହିଁ ବିଜେପିରେ ସାମିଲ ହୋଇଛନ୍ତି ।