ରାବଣର ମୃତ୍ୟୁ ତ ହୋଇଥିଲା, କିନ୍ତୁ କଣ ଅନ୍ତିମ ସଂସ୍କାର ହୋଇଥିଲା ? ସତ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ରାମାୟଣର କାହାଣୀ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ଦୁଷ୍ଟ ପାପୀ ବୋଲି କୁହାଯାଉଥିବା ରାବଣର ହତ୍ୟା ଶ୍ରୀରାମ କରିଛନ୍ତି । ରାବଣଙ୍କୁ ମାରିବା ସହଜ ନଥିଲା କିନ୍ତୁ ଯଦି ବିଭୀଷଣ ରାବଣଙ୍କର ପେଟର ନାଭିରେ ଲୁଚି ଥିବା ଅମୃତର ଭେଦ ଶ୍ରୀରାମଙ୍କୁ ନ କହିଥାନ୍ତେ ତେବେ ଶ୍ରୀରାମ କେବେବି ରାବଣଙ୍କୁ ମାରି ପାରି ନଥାନ୍ତେ । କିନ୍ତୁ ରାବଣଙ୍କର ମୁର୍ତ୍ୟୁ ପରେ ତାଙ୍କର ଅନ୍ତିମ ସଂସ୍କାର କେମିତି ହୋଇଥିଲା ଓ କେଉଁଠି ହୋଇଥିଲା ।

ସମସ୍ତେ ଜାଣିଛନ୍ତି କି ରାବଣର ଅନ୍ତିମ ସଂସ୍କାର ଲଙ୍କାରେ ହୋଇଥିଲା, କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ କି ରାବଣର ଅନ୍ତିମ ସଂସ୍କାର ହୋଇ ନଥିଲା ?

ରାବଣର ଅନ୍ତିମ ସଂସ୍କାର ହୋଇନଥିଲା

ରାମାୟଣ ସହିତ ଜଡିତ ଆଜି ମଧ୍ୟ ବହୁତ ରହସ୍ୟ ଲୁଚି ରହିଛି । ଏକ ରିସର୍ଚରେ କିଛି କଥା ସାମ୍ନାକୁ ଆସିଛି କି ଶ୍ରୀଲଙ୍କାରେ ୪୦ଟି ଏମିତି ସ୍ଥାନ ଅଛି ଯାହାର ସମ୍ବନ୍ଧ ରାମାୟଣ ସହିତ ଅଛି । ଏମିତିରେ ଏକ ଗୁମ୍ଫା ସାମ୍ନାକୁ ଆସିଛି ଯାହା ବିଷୟରେ କୁହାଯାଉଛି କି ଆଜି ବି ରାବଣଙ୍କର ଶବ ସେହି ସ୍ଥାନରେ ଅଛି । ଏହି ଗୁମ୍ଫା ଶ୍ରୀଲଙ୍କାର ରେଗଲାର ଜଙ୍ଗଲରେ ଅବସ୍ଥିତ । ଏମିତି କୁହାଯାଏ କି ଲଙ୍କାପତି ରାବଣଙ୍କର ବଧ କରାଯାଇଥିଲା କିନ୍ତୁ ତାଙ୍କର ଅନ୍ତିମ ସଂସ୍କାର ହୋଇନଥିଲା ।

ଏହି କଥା ସମସ୍ତେ ଜାଣିଛନ୍ତି କି ଶ୍ରୀରାମ ରାବଣକୁ ମାରିଥିଲେ କିନ୍ତୁ ଯେତେବେଳେ ରାବଣର ଜୀବନ ବାକି ଥିଲା ସେତେବେଳେ ଶ୍ରୀ ରାମ ଲକ୍ଷ୍ମଣଙ୍କୁ ରାବଣ ପାଖରୁ ଜ୍ଞାନ ଜାଣିବା ପାଇଁ ପଠାଇଥିଲେ । ଏହା ପରେ ରାବଣର ମୁର୍ତ୍ୟୁ ହୋଇଥିଲା । ଶ୍ରୀରାମ ରାବଣର ଶବକୁ ବିଭୀଷଣଙ୍କୁ ଦେଇଥିଲେ । ଏହା ପରେ ଶ୍ରୀରାମ ନିଜ ପତ୍ନୀ ଓ ଭାଇଙ୍କ ସହିତ ଅଯୋଧ୍ୟା ଫେରି ଯାଇଥିଲେ ଏବଂ ସେହି ଖୁସିରେ ଦୀପାବଳି ହୋଇଥିଲା ।

ଗୋଟିଏ ଗୁମ୍ଫାରେ ଅଛି ରାବଣଙ୍କର ଶବ

ଏହା ପରେ ବିଭୀଷଣ ରାବଣର ଶରୀରକୁ କଣ କଲେ । ତାକୁ ଜଳାଇଲେ ନା ଏମିତି ହିଁ ଛାଡି ଦେଲେ । ଏହି କଥାର କୌଣସି ପ୍ରମାଣ ନାହିଁ । ଏମିତି କୁହାଯାଏ କି ବିଭୀଷଣ ରାବଣର ଶବକୁ ଛାଡି ଦେଇଥିଲେ ଓ ସେ ଯେଉଁ ଗୁମ୍ଫାରେ ତପସ୍ୟା କରୁଥିଲେ ସେହି ସ୍ଥାନରେ ତା’ର ଶବକୁ ରଖା ଯାଇଛି । ରୈଗଲାର ଅଞ୍ଚଳରେ ଥିବା ଏହି ଗୁମ୍ଫାର ଉଚ୍ଚତା ୮ ହଜାର ଫୁଟ ଅଟେ ଓ ଏଠାରେ ପହଞ୍ଚିବା ବହୁତ କଠିନ ଅଟେ ।

ଶ୍ରୀଲଙ୍କାର କେବଳ ଏହା ଗୋଟିଏ ସ୍ଥାନ ନୁହେଁ ଯେଉଁଠି ରାବଣ ଅସ୍ଥିତ୍ଵର ପ୍ରମାଣ ମିଳିଛି । ଅଶୋକ ବାଟିକାକୁ ବର୍ତ୍ତମାନ ସ୍ମୟରେ ସେତା ଏଲିୟା ବୋଲି କୁହାଯାଏ ଓ ଏଠାରେ ସୀତା ମାତାଙ୍କର ମନ୍ଦିର ମଧ୍ୟ ଅଛି । ଏଠାରେ ବହୁତ ଜଳିଯାଇଥିବା ଚଟାଣ ମଧ୍ୟ ଦେଖାଯାଏ ଯାହା ପ୍ରମାଣିତ କରେ କି ହନୁମାନ ଲଙ୍କାକୁ ଜାଳି ଦେଇଥିଲେ । ଏଠାରେ ହନୁମାନଙ୍କର ପାଦ ଚିହ୍ନ ମଧ୍ୟ ଅଛି ।