ଭୁଲରେ ବି ଦାନ କରନ୍ତୁ ନାହିଁ ଏହି ୫ଟି ଜିନିଷ, ନହେଲେ ଜୀବନରେ ଦେଖାଯିବ ଅନେକ ପ୍ରକାରର ସମସ୍ୟା

ଧାର୍ମିକ ମାନ୍ୟତା ଅନୁସାରେ, ପୁରାଣ ଓ ଶାସ୍ତ୍ର ଅନୁସାରେ ଦାନକୁ ସର୍ବଶ୍ରେଷ୍ଠ ମାନନ୍ତି ସେ କନ୍ୟା ଦାନ ହେଉ ବା କୌଣସି ଜିନିଷର ଦାନ ହେଉ । ଦାନ କରିବା ଦ୍ଵାରା ମଣିଷକୁ ସମସ୍ୟାରୁ ମୁକ୍ତି ମିଳିଥାଏ । ଯଦି ଆପଣ ଅଜଣାରେ କୌଣସି ଭୁଲ ଜିନିଷର ଦାନ କରିଦିଅନ୍ତି ତେବେ ଏହାର ପ୍ରଭାବ ଆପଣଙ୍କ ଜୀବନରେ ଓଲଟା ପଡିଥାଏ । ଭୁଲରେବି ବି ଦାନ କରନ୍ତୁ ନାହିଁ ଏହି ୫ ଟି ଜିନିଷ, କଣ ଜଣା ଅଛି ଆପଣ ଅଜଣାତରେ ଘରର କିଛି କ୍ଷତି କରିବାକୁ ଯାଉଛନ୍ତି । ଭୁଲରେବି ବି ଦାନ କରନ୍ତୁ ନାହିଁ ଏହି ୫ ଟି ଜିନିଷ ।

୧ । ଝାଡୁ ଦାନ କରିବା

Image courtesy: Google

ଶାସ୍ତ୍ର ଅନୁସାରେ ଝାଡୁ ଦାନ କରିବା ବହୁତ ଅଶୁଭ ହୋଇଥାଏ । ଏମିତି କୁହାଯାଏ କି ଝାଡୁ ଦାନ କରିବା ଦ୍ଵାରା ମା’ ଲକ୍ଷ୍ମୀ ରାଗିଯାନ୍ତି ଓ ସେହି ଘର ଛାଡି ଚାଲିଯାନ୍ତି । ଏହା ପରେ ସେହି ଘରେ ପଇସା ରୁହେ ନାହିଁ ଓ ଯଦି ସେ ବ୍ୟାପାରୀ ଅଟନ୍ତି ତାଙ୍କୁ ବହୁତ କ୍ଷତିର ସାମ୍ନା କରିବାକୁ ପଡେ ।

୨ । ଷ୍ଟିଲ ର ବାସନ ବା ବସ୍ତୁ

Image courtesy: Google

ଶାସ୍ତ୍ରରେ କେଉଁଠି ବି ଷ୍ଟିଲ ବାସନ ଦାନ କରିବା ବିଷୟରେ କୁହାଯାଇନାହିଁ । ଷ୍ଟିଲ ବାସନ ବା କୌଣସି ଜିନିଷ ଦାନ ଦେବାରୁ ବଞ୍ଚିବା ଆବଶ୍ୟକ । ଏମିତି କୁହାଯାଏ କି ଷ୍ଟିଲ ଦାନ କରିବା ଦ୍ଵାରା ଘରର ସୁଖ ଶାନ୍ତି ଶେଷ ହୋଇଯାଏ ଓ ଦାନ ଦେଉଥିବା ଲୋକର ସମ୍ବନ୍ଧ ଉପରେ ଖରାପ ପ୍ରଭାବ ପଡିଥାଏ ।

୩ । ବସ୍ତ୍ର ଦାନ କରିବା

Image courtesy: Google

କୌଣସି ବି ନିବସ୍ତ୍ର ର ଶରୀରକୁ ଢାଙ୍କିବା ବହୁତ ପୁନ୍ୟର କାମ ହୋଇଥାଏ । କିନ୍ତୁ କାହାକୁ ପୁରୁଣା ବା ପିନ୍ଧିଥିବା ବସ୍ତ୍ର ଦାନ କରିବା ଭୁଲ ଅଟେ । କୌଣସି ଆବଶ୍ୟକତା ଥିବା ଲୋକଙ୍କୁ ପିନ୍ଧିବାକୁ ଦେବାପାଇଁ ବସ୍ତ୍ର ଦାନ କରି ପାରନ୍ତି, କିନ୍ତୁ ଯଦି ଆପଣ ବସ୍ତ୍ର ଦାନ କରୁଛନ୍ତି  ତେବେ ତାହା ନୂଆ ବସ୍ତ୍ର ହୋଇଥିବା ଆବଶ୍ୟକ ନତୁବା ଆପଣଙ୍କ ଘରେ ଧନର ହାନି ହୋଇପାରେ ।

୪ । ତେଲ ଓଲଟା ଦାନ କରିବାକୁ ପଡିଥାଏ

Image courtesy: Google

ଶନିବାର ଦିନ ବା ଅନ୍ୟ କୌଣସି ଦିନ ଶନିଦେବଙ୍କୁ ଶାନ୍ତ କରିବା ପାଇଁ ଶୋରିଷ ତେଲ ଦାନ କରିବା ବହୁତ ଶୁଭ ହୋଇଥାଏ । କିନ୍ତୁ ଖରାପ ତେଲ ବା ଉପଯୋଗ କରାଯାଇଥିବା ତେଲ ଆପଣ ଭୁଲରେବି ଯଦି ଦିଅନ୍ତି ତେବେ ଆପଣଙ୍କୁ ଶନିଦେବଙ୍କ କ୍ରୋଦ୍ଧର ଶିକାର ହେବାକୁ ପଡିବ ।

୫ । ବାସି ଖାଦ୍ୟ କେବେ ବି ଦାନ କରନ୍ତୁ ନାହିଁ

Image courtesy: Google

ସଂସାରରେ କୌଣସି ଭୋକିଲା ମଣିଷକୁ ଖାଦ୍ୟ ଦେବା ସବୁଠୁ ପୁନ୍ୟ ହୋଇଥାଏ । ସଜ ଖାଦ୍ୟ ଦେଲେ ଯେଉଁ ଫଳ ମିଳିଥାଏ କିନ୍ତୁ ବାସି ଖାଦ୍ୟ ଦେବା ଦ୍ଵାରା ତାର ଓଲଟା ପ୍ରଭାବ ପଡିଥାଏ । ଯଦି ଆପଣ କୌଣସି ଭୋକିଲାକୁ ଘରର ବାସି ଖାଦ୍ୟ ଖାଇବାକୁ ଦିଅନ୍ତି ତେବେ ଆପଣଙ୍କର ଘରର କୌଣସି ସଦସ୍ୟ ରୋଗରେ ପଡି ପାରନ୍ତି । ଏହା ସହିତ ଘରେ ପାରିବାରିକ ବାଦବିବାଦ ମଧ୍ୟ ବଢିଥାଏ ।

ଯଦି ଆପଣମାନେ ବି ଏହି ସବୁ ଦାନ କରନ୍ତି ତେବେ ଆପଣଙ୍କୁ ଏଥିରୁ ବଞ୍ଚିବା ଆବଶ୍ୟକ । ଏହି ପୋଷ୍ଟଟି ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ଓ ଆହୁରି ଏହିଭଳି କଥା ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।