ଲକଡାଉନରେ ପ୍ରେଗନେଣ୍ଟ ହେବା ପରେ ନିଜର ବେବି ବମ୍ଫ ଦେଖାଉଛନ୍ତି bollywood ର ଏହି 5 ଜଣ ହିରୋଇନ

ବଲୀଉଡରେ ଓ ଟିଭି ଇଣ୍ଡଷ୍ଟ୍ରିର ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ମା ହେବାର ଖବରକୁ ବହୁତ ହିଁ ସୁନ୍ଦର ଅନ୍ଦାଜରେ ନିଜର ଫ୍ୟାନ ଓ ପରିବାରକୁ ଜଣାଇଥାନ୍ତି । ଏମିତିରେ ବଲୀଉଡର କେତେକ ଅଭିନେତ୍ରୀମାନଙ୍କ ଘରେ ଖୁସିର ଖବର ଶୁଣିବାକୁ ମିଳିଛି । ଗର୍ଭବତୀ ସମୟରେ କେତେକ ଅଭିନେତ୍ରୀ ବିନ୍ଦାସ ଅନ୍ଦାଜରେ ନିଜର ବେବି ବମ୍ପ ଫ୍ଲନ୍ଟ କରୁଥିବାର ବି ନଜର ଆସିଛନ୍ତି । ବର୍ତ୍ତମାନ ଲକଡାଉନ ସମୟରେ ବଲୀଉଡର ଦୁଇ ଜଣ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କରିନା କପୁର ଖାନ ବି ନିଜର ମା ହେବାର ଖବର ଦେଇଥିଲେ ।

ଯେଉଁଠି କରିନା କପୁର ଦ୍ଵିତୀୟ ଥର ମା ହେବାକୁ ଯାଉଛନ୍ତି ତ ଅନ୍ୟ ପଟେ ଅନୁଷ୍କା ଶର୍ମା ପ୍ରଥମ ଥର ନିଜର ବେବି ବମ୍ପ ଫ୍ଲନ୍ଟ କରୁଥିବାର ନଜର ଆସିଛନ୍ତି । କିନ୍ତୁ ଏହା ପୂର୍ବରୁ ବି କେତେକ ଅଭିନେତ୍ରୀମାନେ ନିଜର ବେବି ବମ୍ପ ଫ୍ଲନ୍ଟ କରି ନିଜର ହଟ ଓ ବୋଲ୍ଡ ଫଟୋସୁଟକୁ ନେଇ ବହୁତ ଲାଇମଲାଇଟରେ ରହିସାରିଛନ୍ତି । ଆଜି ଆମେ ଆପଣଙ୍କୁ ସେହି ସମସ୍ତ ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ ।

ଅନୁଷ୍କା ଶର୍ମା

୨୦୧୭ରେ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଳି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏମିତିରେ ୨୦୨୦ରେ ଅନୁଷ୍କା ଶର୍ମା ନିଜର ବେବି ବମ୍ପ ଫ୍ଲନ୍ଟ କରି ସମସ୍ତଙ୍କୁ ଖୁସି ଖବର ଦେଇଛନ୍ତି । ଅନୁଷ୍କା ଶର୍ମା ବିରାଟ କୋହଳିଙ୍କ ସହ ଏକ ଫଟୋକୁ ଶେୟାର କରି କହିଲେ କି ତାଙ୍କ ଘରେ ଏକ ନୂଆ ଅତିଥି ଆସନ୍ତା ବର୍ଷ ଜାନୁୟାରୀ ମାସରେ ଆସିବ ।

କରିନା କପୁର ଖାନ

କରିନା କପୁର ଖାନ ବର୍ତ୍ତମାନ ହିଁ କିଛି ଦିନ ତଳେ ସମସ୍ତଙ୍କୁ ଖୁସି ଖବର ଦେଇଥିଲେ କି ସେ ପୁଣି ଥରେ ମା ହେବାକୁ ଯାଉଛନ୍ତି । ଏହା ପୂର୍ବରୁ କରିନା ଯେତେବେଳେ ପ୍ରଥମ ଥର ମା ହୋଇଥିଲେ ତେବେ ସେହି ସମୟରେ ସେ ନିଜର ବେବି ବମ୍ପ ଫ୍ଲନ୍ଟ କରି ମଡେଲିଙ୍ଗ ବି କରିଥିଲେ । ଏମିତିରେ ସେ ବର୍ତ୍ତମାନ ସମୟରେ ବି ନିଜର ମା ହେବାର ଖବରକୁ ନେଇ ବହୁତ ଚର୍ଚାରେ ଅଛନ୍ତି ।

ନତାଶା ସ୍ତାଂକୋବିକ

ହାର୍ଦିକ ପାଣ୍ଡ୍ୟାର ପତ୍ନୀ ନତାଶା ସ୍ତାଂକୋବିକ ଏହି ବର୍ଷ ଏକ ପୁଅକୁ ଜନ୍ମ ଦେଇଛନ୍ତି । ନତାଶା ସ୍ତାଂକୋବିକ ବି ମା ହେବାର କିଛି ଦିନ ପୂର୍ବରୁ ନିଜର ବେବି ବମ୍ପ ଫ୍ଲନ୍ଟ କରୁଥିବାର ନଜର ଆସିଥିଲେ ।

ସମୀରା ରେଡ୍ଡୀ

ଅଭିନେତ୍ରୀ ସମୀରା ରେଡ୍ଡୀ ୨୦୧୪ରେ ବିବାହ କରିଥିଲେ । ଏହା ପରେ ସେ କିଛି ବର୍ଷ ପରେ ମା ହୋଇଥିଲେ । କିନ୍ତୁ ଏହା ପୂର୍ବରୁ ସେ କେବଳ ନିଜର ବେବି ବମ୍ପ ଫ୍ଲନ୍ଟ କରି ନ ଥିଲେ ଏହା ଛଡା ସେ ସୁଇମିଂ ପୁଲ ଭିତରେ ବିକିନୀରେ ଫଟୋସୁଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ଏହିଭଳି ବହୁତ କମ ଦେଖିବାକୁ ମିଳିଛି କି ୯ ମାସରେ କୌଣସି ଅଭିନେତ୍ରୀ ଏହିଭଳି ଫଟୋସୁଟ କରିଛନ୍ତି ।

ଏମୀ ଜୈକ୍ସନ

ଅଭିନେତ୍ରୀ ଏମୀ ଜୈକ୍ସନ ୨୦୧୯ରେ ଇଂସ୍ଟାଗ୍ରାମରେ ବହୁତ ଫଟୋ ଶେୟାର କରିଥିଲେ । ସେ ମେଅକପ ଓ ୱାର୍କ ଆଉଟ କରୁଥିବା ସମୟରେ ନିଜର ବେବି ବମ୍ପ ଫ୍ଲନ୍ଟ କରି ଫଟୋସୁଟ କରିଥିଲେ ଓ ବହୁତ ସୁନ୍ଦର ବି ନଜର ଆସୁଥିଲେ । ଏମୀ ଜୈକ୍ସନ ଫ୍ୟାନମାନେ ତାଙ୍କର ଏହି ଫଟୋସୁଟକୁ ବହୁତ ପସନ୍ଦ ବି କରିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।