ସାଉଥ ଇଣ୍ଡଷ୍ଟ୍ରିରେ ନିଜର ଦମଦାର ଅଭିନୟ ପାଇଁ ଫେମସ ହୋଇଥିବା Actor ମାନଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ପୁଅ-ବୋହୁ ଯୋଡି

ବନ୍ଧୁଗଣ, ଆପଣ ସମସ୍ତେ ଜାଣିଛନ୍ତି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ଆଜି ସଫଳତାର କେଉଁ ସୋପାନରେ ଅଛି । ଏହାର ସଂପୂର୍ଣ୍ଣ ଶ୍ରେୟ ସେହି ଅଭିନେତା ମାନଙ୍କୁ ଯାଉଛି, ଯେଉଁମାନେ ନିଜ ନିଆରା ଅନ୍ଦାଜରେ ଫିଲ୍ମଗୁଡିକୁ ସୁପର ଡୁପର ହିଟ ସାବ୍ୟସ୍ତ କରି ବଲିଉଡ ଫିଲ୍ମଗୁଡିକ ଠାରୁ ମଧ୍ୟ ଅଧିକ ଲୋକପ୍ରିୟତା ହାସଲ କରି ପାରିଛନ୍ତି । ଆଜି ଆମେ ଆପଣଙ୍କୁ ସେହି ଅଭିନେତା ମାନଙ୍କ ରିୟଲ ଲାଇଫ ପୁଅ-ବୋହୂଙ୍କ ବିଷୟରେ କହିବାକୁ ଯାଉଛୁ ।

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଖୁବ ଜଣାଶୁଣା ଅଭିନେତା ଶିବକୁମାରଙ୍କୁ ତ ଆପଣ ନିଶ୍ଚୟ ଜାଣିଥିବେ । ସେ ଖୁବ ଦୀର୍ଘ ସମୟ ଧରି ଇଣ୍ଡଷ୍ଟ୍ରିରେ ଥିଲେ । ତାଙ୍କର ଦୁଇ ପୁଅ ହେଉଛନ୍ତି କାର୍ଥି ଓ ସୁରିୟା । କୈଡି, ଦେବ୍ ଓ ଡୋଙ୍ଗା ପରି ଫିଲ୍ମ ପାଇଁ କାର୍ଥି ଖୁବ ଜଣାଶୁଣା । ସେ ୨୦୧୧ରେ ରଜନୀ ଚନାସ୍ଵାମୀଙ୍କୁ ବିବାହ କରିଥିଲେ, ଯିଏ ଜଣେ ଗୃହିଣୀ ଭାବେ ଘର ସମ୍ଭାଳୁଛନ୍ତି । ସାନ ପୁଅ ସୁରିୟା ମଧ୍ୟ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତା ଓ ଅନେକ ଲୋକପ୍ରିୟ ଫିଲ୍ମରେ କାମ କରିଛନ୍ତି । ସେ ୨୦୦୬ରେ ସାଉଥର ଲୋକପ୍ରିୟ ଅଭିନେତ୍ରୀ ଜ୍ୟୋତିକାଙ୍କ ସହ ଘର ବସାଇଥିଲେ ।

ଫିଲ୍ମ ବାହୁବଳିରେ କଟାପ୍ପା ଭୂମିକରେ ଅଭିନୟ କରି ଖୁବ ପ୍ରସିଦ୍ଧି ହାସଲ ଅକରିଥିବା ଅଭିନେତା ସତ୍ୟରାଜଙ୍କ ଯେତେ ପ୍ରଶଂସା କଲେ ମଧ୍ୟ କମ ପଡିବ । ଦର୍ଶକ ତାଙ୍କର ପ୍ରତ୍ଯେକ ଅନ୍ଦାଜକୁ ଖୁବ ପସନ୍ଦ କରନ୍ତି । ତାଙ୍କର ଏକମାତ୍ର ପୁଅ ହେଉଛନ୍ତି ଶିବିରାଜ । ସେ ମଧ୍ୟ ପିତାଙ୍କ ପରି ଜଣେ ଅଭିନେତା ଓ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିକୁ ସତ୍ୟା ଓ ୱାଲ୍ଟର ପରି ଫିଲ୍ମ ଦେଇ ସାରିଛନ୍ତି । ସେ ୨୦୦୮ରେ ରେବତୀଙ୍କ ସହ ଘର ବସାଇଥିଲେ । ରେବତୀ ଜଣେ ଗୃହିଣୀ ହେବା ସହ ଲାଇମ ଲାଇଟ ଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି ।

ମେଗାଷ୍ଟାର କୁହାଯାଉ ଥିବା ଚିରଞ୍ଜିବୀ ସାଉଥ ଫିଲ୍ମକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି । ତାଙ୍କର ଏକମାତ୍ର ପୁତ୍ର ରାମଚରଣ ମଧ୍ୟ ସାଉଥ ଫିଲ୍ମର ଅତି ପରିଚିତ ଓ ଲୋକପ୍ରିୟ ଅଭିନେତା । ସେ ୨୦୧୨ରେ ଉପାସନା କାମିନେନୀଙ୍କୁ ବିବାହ କରିଥିଲେ । ସେ ଜଣେ ସଫଳ ବିଜନେସମ୍ୟାନ ଅଟନ୍ତି । ସେ ଚିଫ ଏଡିଟର ଅଫ ବି ପଜିଟିଭ ମ୍ୟାଗାଜିନ ଓ ଭାଇସ ଚେୟାରମ୍ୟାନ ଅଫ ଆପୋଲୋ ଚାରିଟି ଭାବେ ଖୁବ ଜଣାଶୁଣା ।

ଅପରିଚିତ, ଆଇ ଓ ସେତୁ ପରି ଅନେକ ଧମାକାଦାର ଫିଲ୍ମରେ ଅଭିନୟ କରି ଆଜି କୋଟି କୋଟି ହୃଦୟରେ ରାଜ କରୁଛନ୍ତି ବିକ୍ରମ । ତାଙ୍କର ଏକମାତ୍ର ପୁଅ ହେଉଛନ୍ତି ଧୃବା । ସେ ୨୦୧୯ରେ ଫିଲ୍ମ ‘ଆଦିତ୍ୟ ବର୍ମା’ ରୁ ନିଜ ଟଲିଉଡ ଡେବ୍ୟୁ କରି ସାରିଛନ୍ତି । ଆଦିତ୍ୟ ବିବାହ କରି ନଥିଲେ ମଧ୍ୟ ତାଙ୍କ ନାମ ଆଜିକାଲି କୋ-ଷ୍ଟାର ବନିତା ସନ୍ଧୁଙ୍କ ସହ ଯୋଡା ଯାଉଛି ।

ସେହିପରି ନାଗାର୍ଜୁନା ମଧ୍ୟ ସାଉଥ ଫିଲ୍ମର ଖୁବ ଦମଦାର ଅଭିନେତା । ନାଗା ଚୈତନ୍ୟ ଓ ଅଖିଲ ତାଙ୍କର ଦୁଇ ପୁଅ । ବଡ ପୁଅ ନାଗା ଚୈତନ୍ୟ ପିତାଙ୍କ ପରି ଜଣେ ଲୋକପ୍ରିୟ ଅଭିନେତା ଓ ସେ ୨୦୧୭ରେ ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ଆକିନେନୀଙ୍କୁ ବିବାହ କରିଛନ୍ତି । ସେହିପରି ସାନ ପୁଅ ଅଖିଲ ମଧ୍ୟ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଖୁବ ଭଲ ଭଲ ଫିଲ୍ମ ଦେଇଛନ୍ତି । କିନ୍ତୁ ସେ ଆଜି ମଧ୍ୟ ସିଙ୍ଗଲ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।