Health tips: ନିମୋନିଆ କାରଣରୁ ହୋଇଥିବା କଫ ଘିଅ ଭଳି ତରଳି ବହାରିଯିବ, କେବଳ କରନ୍ତୁ ଏହି ଉପାୟ

ଛୋଟ ପିଲାଙ୍କ ଠୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ ନିମୋନିଆ ସମସ୍ଯା ଦେଖାଯାଏ । କିନ୍ତୁ ଛୋଟ ପିଲାଙ୍କ ଠାରେ ଟିକେ ଅଧିକ ଦେଖାଯାଏ । ଏହି ରୋଗରେ ଫୁସଫୁସରେ ସଂକ୍ରମିତ ହୋଇ ସେଥିରେ ପାଣି ଜମିଯାଏ । ଉଚିତ ସମୟରେ ଏହି ରୋଗକୁ ଚିହ୍ନଟ କରି ଚିକିତ୍ସା ନ କଲେ ଏହା ଗମ୍ଭୀର ରୂପ ନେଇଥାଏ । ଆଜି ଆମେ ଆପଣଙ୍କ ପାଇଁ ଏହି ରୋଗର ଦୁଇଟି ଘରୋଇ ଉପଚାର ନେଇ ଆସିଛୁ, ଯାହାଦ୍ୱାରା ଆପଣଙ୍କ ଛାତିରେ ନିମୋନିଆ କାରଣରୁ ଜମିଥିବା କଫ ଘିଅ ଭଳି ତରଳି ଯିବ ।

ପ୍ରଥମ ଉପଚାର ପାଇଁ ଆପଣଙ୍କୁ ଦରକାର ହେବ ଗୋଟିଏ ଅରଖ ପତ୍ର । ଏହି ପତ୍ର ଆପଣଙ୍କୁ ରାସ୍ତାକଡରେ ସହଜରେ ମିଳିଯିବ । କିନ୍ତୁ ଏହି ପତ୍ରରୁ ବାହାରୁଥିବା କ୍ଷୀର ଆପଣଙ୍କ ପାଇଁ ହାନିକାରିକ ଅଟେ । ସେଥିପାଇଁ ଏହାକୁ ସାବଧାନତା ସହ ବ୍ୟବହାର କରନ୍ତୁ ବା ମୁହଁ ଆଖପାଖରୁ ଏହାକୁ ଦୂରେଇ ରଖନ୍ତୁ । ଏହି ପତ୍ରର ଖୁବ ଚମତ୍କାରୀ ଗୁଣ ରହିଛି । ଆୟୁର୍ବେଦରେ ଅନେକ ରୋଗର ପ୍ରତିକାରକ ଭାବେ ଏହି ପତ୍ରକୁ ବ୍ୟବହାର କରାଯାଏ ।

ଗୋଟିଏ ଅରଖ ପତ୍ରର ଡେମ୍ଫ ଛିଣ୍ଡାଇ ଏହାକୁ ଭଲ ଭାବେ ଧୋଇକି ପୋଛି ଦିଅନ୍ତୁ ଓ ପତ୍ରର ଗୋଟିଏ ପାର୍ଶ୍ଵରେ ଏକ ଚାମୁଚ ଗାଈ ଘିଅ ଭଲ ଭାବେ ଲଗାଇ ଦିଅନ୍ତୁ । ଏହି ପତ୍ରକୁ ଆପଣ ଦିନକୁ ଦୁଇ ଥର ଲେଖାଏଁ ତିନି ଦିନ ଯାଏ ଛାତି ଉପରେ ରଖନ୍ତୁ । ଦେଖିବେ ଆପଣଙ୍କ କଫ ଦୂର କରିବାରେ ଏହା ଖୁବ ସହାୟକ ହେବ । ଦ୍ଵିତୀୟ ଉପାୟ ପାଇଁ ଆପଣଙ୍କୁ ଦରକାର ହେବ ଏକ କପ୍ କ୍ଷୀର । ଏକ ପାତ୍ରରେ ଏହି କ୍ଷୀରକୁ ଢାଳି ଦିଅନ୍ତୁ ଓ ଏହାକୁ ଗ୍ଯାସ ଚୁଲା ଉପରେ ବସାଇ ଦିଅନ୍ତୁ । ଏବେ ସେହି ପାତ୍ରରେ ଢାଳନ୍ତୁ ଚାରି କପ୍ ପାଣି । ଏହାକୁ ମଧ୍ୟମ ଆଞ୍ଚରେ ଭଲ ଭାବେ ଗ୍ଯାସରେ ବସାଇ ଫୁଟାନ୍ତୁ ।

ସେଯାଏ ଏହାକୁ ଫୁଟାନ୍ତୁ ଯେପର୍ଯ୍ୟନ୍ତ ଏହା ଫୁଟି ଫୁଟି ଏକ- ଚତୁର୍ଥାଂଶ ନ ହେଇ ଯାଇଛି । ଏହା ପରେ ଏହି କ୍ଷୀରକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଥଣ୍ଡା ହେବା ପରେ ଏହାକୁ ଏକ ଗ୍ଳାସରେ ଛାଣି ନିଅନ୍ତୁ ଓ ଦିନକୁ ଥରେ ତିନିରୁ ଚାରି ଦିନ ପର୍ଯ୍ୟନ୍ତ ଆପଣ ଏହି ପ୍ରକାର କ୍ଷୀର ପ୍ରସ୍ତୁତ କରି ସେବନ କରିପାରିବେ । ଏହା ଆପଣଙ୍କ ଛାତିରେ ଜମି ରହିଥିବା କଫକୁ ତରଳାଇବାରେ ଖୁବ ସାହାଯ୍ୟ କରିବ ଓ ଆପଣଙ୍କୁ ଆରମ ମିଳିବ ।

ଏହି ଦୁଇଟି ଉପାୟ ମଧ୍ୟରୁ ଆପଣ ଯେକୌଣସି ଉପାୟ ଆପଣେଇ ପାରିବେ । ଦେଖିବା ନିମୋନିଆ ଖୁବ ଶୀଘ୍ର ଭଲ ହୋଇଯିବ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଏହାକୁ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ହେଲଥ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।