କେବେ ଶାହରୁଖ, ସଲମାନ ଓ ଆମିରଙ୍କ ଠାରୁ ବି ଦୁଇଗୁଣା ଫିସ ନେଉଥିଲା ଏହି ଅଭିନେତା କିନ୍ତୁ ଏବେ ହୋଇ ଯାଇଛନ୍ତି ଫ୍ଲପ

ବଲୀଉଡ ଇଣ୍ଡଷ୍ଟ୍ରିରେ ବହୁତ ଷ୍ଟାର ଅଛନ୍ତି । ଏମାନଙ୍କ ମଧ୍ୟରେ କେତେକ ଷ୍ଟାର ଅଛନ୍ତି ଯେଉଁମାନେ ନିଜର ଦମଦାର ଅଭିନୟ ଓ ପରିଶ୍ରମ ଦ୍ଵାରା ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି । କିନ୍ତୁ ଅନ୍ୟ ପଟେ କିଛି ଷ୍ଟାର ଏମିତି ବି ଅଛନ୍ତି ଯେଉଁମାନେ ଅଧିକ ଦିନ ପର୍ଯ୍ୟନ୍ତ ନିଜର ସଫଳତାକୁ ସମ୍ଭାଳି ରଖି ପାରି ନାହାନ୍ତି । ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ ସୁପରଷ୍ଟାର ବିଷୟରେ କହିବାକୁ ଯାଉଛୁ । ଯିଏକି ଗତ ଜମାନାର ଜଣେ ବହୁତ ହିଁ ଲୋକପ୍ରିୟ ଅଭିନେତା ଥିଲେ ।

ଆମେ ଯେଉଁ ଅଭିନେତାଙ୍କ ବିଷୟରେ କଥା ହେଉଛୁ ସେ ବଲୀଉଡର ଅଭିନେତା ଧର୍ମେନ୍ଦ୍ରଙ୍କ ପୁଅ ସନୀ ଦେଓଲ ଅଟନ୍ତି । ଗୋଟିଏ ସମୟ ଏମିତି ଥିଲା ଯେତେବେଳେ ତାଙ୍କର ଫିଲ୍ମକୁ ଦର୍ଶକମାନେ ଗୋଟିଏ ମାସ ପୂର୍ବରୁ ଅପେକ୍ଷା କରୁଥିଲେ । ସନୀ ଦେଓଲଙ୍କ ଡାଇଲଗ୍ସ ବି ବହୁତ ଭଲ ଥିଲା ଓ ଦର୍ଶକମାନେ ବି ତାଙ୍କର ଡାଇଲଗ୍ସର ବହୁତ ଦିବାନା ଥିଲେ । ନିଜର ଭଲ ଅଭିନୟ ଦମରେ ସେ ବଲୀଉଡରେ ବ୍ଲକବସ୍ଟର ହିରୋ ହୋଇଯାଇଥିଲେ ।

କିନ୍ତୁ ଆଜିକାଲି ତାଙ୍କର ଫିଲ୍ମ ବକ୍ସ ଅଫିସରେ ଫ୍ଲପ ପ୍ରମାଣିତ ହେଉଛି । ଦର୍ଶକମାନେ ତାଙ୍କର ଫିଲ୍ମକୁ ଅଧିକ ପସନ୍ଦ କରୁ ନାହାନ୍ତି । ୨୦୧୧ରେ ରିଲିଜ ହୋଇଥିବା ଫିଲ୍ମ ‘ୟମଲା ପଗଲା ଦୀବାନା’ ସନୀ ଦେଓଲଙ୍କ ଏମିତି ଫିଲ୍ମ ଅଟେ ଯାହା ହିଟ ହୋଇଥିଲା । ଏହି ଫିଲ୍ମ ପରେ ସନୀ ଲଗାତାର ୧୦ଟି ଫ୍ଲପ ଫିଲ୍ମ ଦେଇଛନ୍ତି । ସନୀ ଦେଓଲ ୯୦ ଦଶକରେ ବଲୀଉଡ ଇଣ୍ଡଷ୍ଟ୍ରିକୁ ବର୍ଡର, ଘାତକ, ଇଣ୍ଡିଆନ ଭଳି ବ୍ଲକବସ୍ଟର ହିଟ ଫିଲ୍ମ ଦେଇଛନ୍ତି ।

ଏହି ଫିଲ୍ମରେ ସନୀଙ୍କୁ ବହୁତ ପ୍ରଶଂସା ବି ମିଳିଥିଲା । ଗୋଟିଏ ସମୟ ଏମିତି ଥିଲା ଯେତେବେଳେ ସନୀ ଦେଓଲ ବର୍ତ୍ତମାନର ଅଭିନେତାଙ୍କ ଠାରୁ ବି ଅଧିକ ଟଙ୍କା ନେଉଥିଲେ । ସେତେବେଳେ ତାଙ୍କ ଫିସ ତିନି ଖାନ ସଲମାନ ଖାନ, ଆମିର ଖାନ ଓ ଶାହରୁଖ଼ ଖାନଙ୍କ ଠାରୁ ବି ଅଧିକ ଥିଲା । ସେହି ସମୟରେ ସନୀ ଦେଓଲ ଗୋଟିଏ ଫିଲ୍ମ କରିବା ପାଇଁ ୭୦ ରୁ ୮୦ ଲକ୍ଷ ଟଙ୍କା ନେଉଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କର କ୍ୟାରିୟର ପୁରା ଫ୍ଲପ ହୋଇ ଯାଇଛି ।