ଆରମ୍ଭ ହେଲା ଗୁପ୍ତ ନବରାତ୍ରି, ଜାଣନ୍ତୁ ଏହାର ପୂଜା ବିଧି ଓ ତା ସହ ଜଡିତ ମହତ୍ତ୍ଵପୂର୍ଣ କଥା

ମା ଦୂର୍ଗାଙ୍କର ପୂଜା ଅର୍ଚ୍ଚନା କରିବା ଦ୍ଵାରା ମଣିଷ ଜୀବନରେ କୌଣସି ବାଧା ଉତ୍ପନ ହୋଇନଥାଏ । ଧାର୍ମିକ ଶାସ୍ତ୍ର ଅନୁସାରେ ନବରାତ୍ରି ଦିନ ମା ଦୂର୍ଗାଙ୍କ ରୂପକୁ ପୂଜା କରାଯାଏ । ବର୍ଷରେ ମୁଖ୍ୟତଃ ୪ ପ୍ରକାରର ନବରାତ୍ରି ଆସିଥାଏ । ସେହି ୪ ପ୍ରକାର ନବରାତ୍ରି ମଧ୍ୟରୁ ଚୈତ୍ର ନବରାତ୍ରି ଓ ଶାରଦୀୟ ନବରାତ୍ରି ପ୍ରମୁଖ ଅଟେ । ଗୃପ୍ତ ନବରାତ୍ରି ଦିନ ମା’ଙ୍କର ସାର୍ବଜନୀନ ପୂଜା କରାଯାଏ ନାହିଁ । ଗୃପ୍ତ ନବରାତ୍ରିରେ ମୁଖ୍ୟତଃ ଭଗବାନ ଶିବ ଓ ମା ପାର୍ବତୀଙ୍କର ଅର୍ଦ୍ଧନାରୀଶ୍ଵର ରୂପକୁ ପୂଜା ଅର୍ଚ୍ଚନା କରାଯାଏ ।

 

ବର୍ଷର ୪ ପ୍ରକାର ନବରାତ୍ରିରୁ ଶାରଦୀୟ ଓ ଚୈତ୍ର ନବରାତ୍ରିରେ ମା’ଙ୍କର ୯ ଟି ରୂପର ପୂଜା ଅର୍ଚନା କରାଯାଏ । ଗୁପ୍ତ ନବରାତ୍ରି ଦିନ ୧୦ ମହାବିଦ୍ୟାଙ୍କର ପୂଜା କରାଯାଏ । ମାଘ ମାସର ଗୁପ୍ତ ନବରାତ୍ରି ପୂଜା କରିବା ପାଇଁ କେତେକ ନିୟମ ଗୁଡିକର ପାଳନ କରିବା ଅତ୍ୟନ୍ତ ଆବଶ୍ୟକତା ରହିଛି । ମାଘ ମାସର ଗୁପ୍ତ ନବରାତ୍ରିରେ ମୁଖ୍ୟତଃ ଭଗବାନ ଶିବ ଓ ମା ପାର୍ବତୀଙ୍କ ଉପାସନା କରାଯାଏ । ଏହି ପୂଜା ତନ୍ତ୍ରମନ୍ତ୍ରରେ ସିଦ୍ଧି ପାଇବା ପାଇଁ ମଧ୍ୟ କରାଯାଏ ।

ଜାଣନ୍ତୁ କେବେ ଠାରୁ ଆରମ୍ଭ ହେଲା ମାଘ ମାସର ଗୁପ୍ତ ନବରାତ୍ରି ଓ ଏହାର ଶୁଭ ମୁହୂର୍ତ

୨୦୨୦ ମସିହାରେ ମାଘ ମାସର ଗୁପ୍ତ ନବରାତ୍ରି ୨୫ ଜାନୁୟାରୀରୁ ଆରମ୍ଭ ହୋଇ ୪ ଫେବୁଆରୀରେ ଶେଷ ହେବ । ଏହାର ଶୁଭ ମୁହୂର୍ତ୍ତ ସକାଳ ୯.୪୮ ରୁ ଆରମ୍ଭ ହୋଇ ୧୦.୪୭ ସମୟରେ ଶେଷ ହେଉଛି । ଘଟ ସ୍ଥାପନ ସମୟ ୫୯ ମିନିଟ ପର୍ଯ୍ୟନ୍ତ ରହୁଛି । ଯେଉଁ ବ୍ୟକ୍ତି ଏହି ଗୁପ୍ତ ନବରାତ୍ରି କରେ, ପ୍ରଥମେ କଳସ ସ୍ଥାପନା କରିଥାଏ । ଏହା ପରେ ସକାଳ ଓ ସନ୍ଧ୍ୟା ସମୟରେ ମା ଦୂର୍ଗାଙ୍କର ଚାଳିଶା ଓ ସପ୍ତଶତୀ ପାଠ ବା ମନ୍ତ୍ର ଜପ କରାଯାଇଥାଏ ଓ ସକାଳେ ଓ ସନ୍ଧ୍ୟାରେ ଦିନକୁ ୨ଥର ଆଳତି ହୋଇଥାଏ । ମାଆଙ୍କୁ ଲାଲ ରଙ୍ଗର ଫୁଲ ଅର୍ପଣ କରାଯାଏ । ମା ଦୂର୍ଗାଙ୍କୁ ଲାଲ ରଙ୍ଗର ଫୁଲ ବହୁତ ପ୍ରିୟ ଅଟେ । ପୂଜା ସମୟରେ ଆପଣ ସାତ୍ୱିକ ଖାଦ୍ୟ ଭୋଜନ କରିବାର ବିଧି ରହିଛି ।

ତନ୍ତ୍ର ସାଧନା କରୁଥିବା ଲୋକ ମୁଖ୍ୟତଃ ଏହି ନବରାତ୍ରି କରିଥାନ୍ତି । ଧାର୍ମିକ ମାନ୍ୟତା ଅନୁସାରେ ମହାବିଦ୍ୟା ପାଇଁ ଏହି ଗୁପ୍ତ ନବରାତ୍ରି ପୂଜା ଉତ୍ତମ ହୋଇଥାଏ । ଏହି ଦିନ ଗୁପ୍ତ ରୂପରେ ସାଧନା କରାଯାଉଥିବାରୁ ଏହାକୁ ଗୁପ୍ତ ନବରାତ୍ରି ବୋଲି କୁହାଯାଏ । ଏହି ନବରାତ୍ରିର ଅଷ୍ଟମ ଓ ନବମ ଦିନରେ କନ୍ୟାମାନଙ୍କୁ ପୂଜା କରାଯାଏ ଓ ଏହା ପରେ ପୂଜା ସମାପ୍ତ ହୋଇଥାଏ ।