ଦୁଇଟି ସୁପର ହିଟ ଫିଲ୍ମ କରିବା ପରେ ତୁରନ୍ତ ନିଜ ଫିସ ଡବଲ କରିଦେଇଛନ୍ତି ଏହି ହିରୋଇନ

ସାଧାରଣତଃ ଅଭିନେତ୍ରୀ ମାନେ ନିଜ ଜୀବନରେ ବହୁତ ସଂଗ୍ରାମ କରିଥାନ୍ତି । ସେମାନେ ବହୁତ ଫିଲ୍ମ କରିଥାନ୍ତି, ଯାହା ମଧ୍ୟରୁ କିଛିଟା ହିଟ ଓ କିଛିଟା ଫ୍ଲପ ହୋଇଥାଏ । ବହୁତ ବର୍ଷ ପରେ ସେମାନଙ୍କ ଲୋକପ୍ରିୟତା ବଢିଯାଇଥାଏ, ଯାହାଫଳରେ ସେମାନଙ୍କୁ ଦେଖିବା ପାଇଁ ଲୋକମାନେ ପାଗଳ ହୁଅନ୍ତି । ସେଥିପାଇଁ ସେମାନଙ୍କର ଡିମାଣ୍ଡ ଓ ଫିସ ବଢିଥାଏ ।

ହେଲେ ଆଜି ଆମେ ଆପଣମାନଙ୍କୁ ଏମିତି ଏକ ଅଭିନେତ୍ରୀଙ୍କ ବିଷୟରେ କହିବୁ, ଯିଏ ଦୁଇଟି ସୁପର ହିଟ ଫିଲ୍ମ କରିବା ପରେ ନିଜ ଫିସ ଡବଲ କରିଦେଇଥିଲେ । ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କଥା ହେଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ । ସେ ଉଭୟ ବଲିଉଡ୍ ଓ ସାଉଥ ଫିଲ୍ମରେ କାମ କରିଛନ୍ତି । କିଛି ଦିନ ତଳେ ରକୁଲ ‘ଦେ ଦେ ପ୍ୟାର ଦେ’ ଓ ‘ମରଜାବାଁ’ ଫିଲ୍ମରେ ନଜର ଆସିଥିଲେ । ଏହି ଦୁଇଟି ଫିଲ୍ମ ସୁପର ହିଟ ହୋଇଥିଲା ।

ଏହି ଦୁଇଟି ଫିଲ୍ମ ସୁପର ହିଟ ହେବା ପରେ ରକୁଲ ତାଙ୍କର ଫିସ ୩ କୋଟିରୁ ୬ କୋଟି କରିଦେଇଛନ୍ତି । ରକୁଲ ତାଙ୍କ କ୍ୟାରିୟରର ଆରମ୍ଭ ‘ ୟାରିଆଁ’ ଫିଲ୍ମରୁ କରିଥିଲେ । ଏହି ଫିଲ୍ମକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମ ପରେ ରକୁଲ ବଲିଉଡ୍ ର ବହୁତ ଫିଲ୍ମ ସାଇନ କରିଥିଲେ । ସେ ଉଭୟ ବଲିଉଡ୍ ଓ ସାଉଥ ଫିଲ୍ମ କରି ବହୁତ ଲୋକପ୍ରିୟ ହୋଇଛନ୍ତି ।

ରକୁଲଙ୍କର ଆସୁଥିବା ଫିଲ୍ମର ନାମ ହେଉଛି ‘ଇଣ୍ଡିଆନ ୨’ । ତାଙ୍କର ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ରକୁଲ ବହୁତ ହଟ୍ ଓ ଆକର୍ଷକ ଦେଖାଯାନ୍ତି । ତାଙ୍କର ଏହି ଫିଲ୍ମ ୧୪ ଏପ୍ରିଲ ୨୦୨୦ରେ ରିଲିଜ ହେବାକୁ ଯାଉଛି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।