ବହୁତ ହିଁ ଆଲିଶାନ ଅଟେ ପଟୋଦୀ ହାଉସ, ଯେଉଁଥିରେ ରହିଛି 150 ରୁ ବି ଅଧିକ ଲକ୍ଜରିୟସ ରୁମ, ଦେଖନ୍ତୁ ପଟୋଦୀ ହାଉସ ର ଭିତର ଫଟୋ

“ଶୟୀଫ ଅଲି ଖାନ” ନିଜ ସ୍ତ୍ରୀ “କରିନା କପୁର “ସହ ଛୁଟି ମନେଇବା ପାଇଁ ନିଜର ପୈତୃକ ଜାଗା ପଟୋଦିର ଇବ୍ରାହିମ ପ୍ଯାଲେସକୁ ଯାଇଥିଲେ । ଶୟୀଫ ଛୁଟି ମନେଇବା ପାଇଁ ଲଣ୍ଡନରେ ପସନ୍ଦ କରନ୍ତି କିନ୍ତୁ ଏଥର ସେ କରିନା ଓ ତଇମୁର ସହ ପଟୋଦି ହାଉସରେ ଆନନ୍ଦର ସହିତ ଜୀବନ ଉପଭୋଗ କରିବାର ଦେଖା ଯାଇଥିଲେ। ଏ ପର୍ଯ୍ୟନ୍ତ ଶୟୀଫ ଓ କରିନା “ଇବ୍ରାହିମ ପ୍ଯାଲେସ”ର ବାହାରର ଛବି ସୋସିଆଲ ମିଡିଆରେ  ଶେୟାର କରିଥିବାର ଦେଖା ଯାଇଛନ୍ତି ।

କିନ୍ତୁ ଆଜିର ଏ ପୋଷ୍ଟରରେ  ଆମେ ଆପଣଙ୍କୁ ଘରର କିଛି ଭିତରର ଛବି ଦେଖେଇବାକୁ ଯାଉଛୁ। ଚିତ୍ର ଦେଖିକି ଅନୁମାନ କରିପାରୁଥିବେ “ଶୟୀଫ ଅଲି ଖାନ”ର” ପଟୋଦି ହାଉସ” କେତେ ବିଶାଳ ହେଇପାରେ । କିଛି ସମୟ ପୂର୍ବରୁ ଏହି ପ୍ଯାଲେସର ଉଦ୍ଘାଟନ ହୋଇଛି । ମହଲରେ ଅଛି ୧୫୦ଟି ରୁମ;- ହରିୟାନାର ଗୁରୁଗ୍ରାମ ଠାରୁ ୨୬ କିଲୋମିଟର ଦୂରରେ ଶୟୀଫଙ୍କର ଏହି ପଟୋଦି ଘରଟି ରହିଅଛି।

ଧଳା ରଙ୍ଗର ଏହି ପ୍ରସିଦ୍ଧ ମହଲଟି “ପଟୋଦି ଖାନଦାନର” ଗୌରବ ଅଟେ।  ଏମିତି ଦେଖିବାକୁ ଗଲେ ଏ ପରିବାରର ଇତିହାସ ୨୦୦ବର୍ଷ ପୁରୁଣା ଅଟେ କିନ୍ତୁ ଏହି ମହଲଟି ୮୦ବର୍ଷ ହେଲା ତିଆରି ହୋଇଛି ।  ଜାଣି ରଖନ୍ତୁ ଯେ ପ ଟୋଦି  ପ୍ଯାଲେସର ନିର୍ମାଣ ୧୯୩୫ରେ  8ଵେ ନବାବ ଓ ଭାରତୀୟ ଟୀମର ପୂର୍ବତନ” କପ୍ତାନ ଇପ୍ତିଖାର ଅଲି ହୁସେନ ସିଦ୍ଧିକିଙ୍କ “ ଦ୍ଵାରା କରଯାଇଥିଲା । ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ଲାଗିବ ଯେ ଏହି ଆଲିଶାନ ମହଲର ୧୫୦ଟି ରୁମ ଅଛି  ଯେଉଥିରେ ୭ଟି ଡ୍ରେସିଂ ରୁମ ,୭ଟି ବେଡ ରୁମ ,କେତୋଟି ଲିବୀଙ୍କ ରୁମ ,ଆଉ କେତୋଟି ଡାଇନିଂ ରୁମ ଅଛି ।

ଏହି ମହଲରେ ସତରଞ୍ଜ ସ୍ଵରୂପୀ ଓ କଳା ରଙ୍ଗର ଟାଇଲ୍ସ ଲାଗି ରହିଛି । ଏହି ପ୍ଯାଲେସର ଆଖ ପାଖରେ ବହୁତ ବଡ ଲନ ଅଛି  ଯାହା ଚାରିପାଖରେ ହରିୟାଲି ଭରପୁର ହୋଇକି ଅଛି । ଏହି ହରା ଭରା ଲନକୁ ଦେଖି ଲାଗେ ଯେ ଯେବେ ଏହି ମହଲ ଗଢା ହୋଇଥିଲା ତେବେ ପ୍ରକୂତିକୁ ଆଖି ଆଗରେ ରଖା ଯାଇଥିଲା।  ଏହା ସହିତ ପ୍ଯାଲେସର ଆଗରେ ବିଶାଳ ସ୍ଵୀମ୍ମିଂପୁଲ୍ଲ  ରହିଛି ତାଛଡା ଇନଡୋର ଗେମ ଖେଳିବା ପାଇଁ ଅଲଗା ପୁଲ ରୁମର ବ୍ୟବସ୍ଥା ରହିଛି। 

 କହିରଖୁଚୁ ଏ ଯାଏଁ  ଏହି ପ୍ଯାଲେସରେ ବହୁତ ଫିଲ୍ମ ସୁଟିଙ୍ଗ ହୋଇସାରିଛି  ଯେବେ ତମୁରକୁ ୱାନ ଇୟର ହୋଇଥିଲା ତେବେ  ଏହିଠାରେ ତାଙ୍କର ପ୍ରଥମ ବାର୍ଥଡ଼େ ସେ- ଲିବ୍ରେସନ  ହୋଇଥିଲା ।  ଏହି ପ୍ଯାଲେସରେ ଶୟୀଫଙ୍କ ବାପାଙ୍କ ଡେଥ ପରେ ତାଙ୍କ କବରକୁ ଏହିଠାରେ  ପୋତା ହେଇଥିଲା । ଏହା ଭି ଶୁଣିବାକୁ ମିଳିଛି  କେବଳ ନବାବ ପଟୋଦି ନୁହେଁ  ତାଙ୍କ ପୂର୍ବ ପୁରୁଷଙ୍କ କବର ବି ଏଠାରେ ମହଜୁଦ ଅଛି ।  ପଟୋଦି ହାଉସ” ଇବ୍ରାହିମ କୋଠି” ନାମରେ ବି ଫେମସ ଅଟେ ।

କେତେ ସୁପେରହିଟ ଫିଲ୍ମ ବି ଏଠାରେ ସୁଟ ସରିଛି । ପଟୋଦି ପ୍ଯାଲେସ କନଟ୍ଯାକ୍ଟ  ପ୍ଲେସରେ ପ୍ରଭାବିତ ଅଟେ  ଯାହାକୁ “ରୋବଟ ଟୋର ରସେଲ” ଗଢିଥିଲେ । ଯିଏ ଦିଲ୍ଲୀର କନଟ୍ଯାକ୍ଟ ପ୍ଯାଲେସର ଡିଜାଇନ କରିଥିଲେ  । କୁହାଯାଏ ପଟୋଦିର  ନବାବ ଇଫ୍ତିଖାରଙ୍କୁ  କନଟ୍ଯାକ୍ଟ  ପ୍ଯାଲେସର ଡିଜାଇନ ବହୁତ ପସନ୍ଦ ଆସିଥିଲା  ଯାହା ପାଇଁ ସେ ନିଜର ମହଲକୁ  ସେହି ଅନୁସାରେ ଗଢିଥିଲେ । ଦେଖନ୍ତୁ “ ପଟୋଦି ହାଉସର  ଭିତରର ଛବି “।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।