ବିବାହ ପରେ ପ୍ରଥମ ଥର Bollywood ଷ୍ଟାର Govinda ଙ୍କୁ ଭେଟିଲେ ସବ୍ୟ-ଅର୍ଚ୍ଚିତା, Govinda କହିଲେ କିଛି ଏମିତି…

ବନ୍ଧୁଗଣ ଓଡିଆ ସିନେମା ଜଗତର କଥା ପ୍ରାଏ ସମସ୍ତଙ୍କୁ ଜଣା ଅଛି। କେତେକ କଳାକାର ଅଛନ୍ତି ଯେଉଁମାନେ କି ଦର୍ଶକ ମାନଙ୍କ ହୃଦୟକୁ ଜିତିବା ସହିତ ସମାଜ ପାଇଁ ଆଦର୍ଶ ପାଲଟି ଯାଇଛନ୍ତି। ଦର୍ଶକ ବନ୍ଧୁ ସାଧାରଣତ ଓଡିଆ ସିନେମା ଜଗତରେ ବହୁତ କଳାକାର ଚକିତ କରିଦେଉଥିବା ଭଳି ଅଭିନୟ ଦେଖେଇଥାନ୍ତି। ସେଥି ମଧ୍ୟରୁ କିଛି କଳାକାର ଏମିତି ଅଛନ୍ତି, ଯେଉଁମାନେ ସିଧା ସଳଖ ଦର୍ଶକଙ୍କ ହୃଦୟରେ ଘର କରି ବସିଥାନ୍ତି।

ଦର୍ଶକ ମାନେ ଉତ୍କଣ୍ଠା ସହିତ ଚାହିଁ ବସିଥ୍ହାନ୍ତି ଯେ ତାଙ୍କ ମନଲାଖି ଅଭିନେତା ଅଥବା ଅଭିନେତ୍ରୀଙ୍କ ଚଳଚ୍ଚିତ୍ର କେବେ ପରଦାରେ ନଜର ଆସିବ। ବନ୍ଧୁଗଣ ଏମିତି ଏକ ଯୋଡି ଯାହାକି ଆଜିଭଳି ଦିନରେ ସମାଜ ଆଗରେ ଏକ ଆଦର୍ଶ ତଥା ନିଆରା ଯୋଡି ସାବ୍ୟସ୍ଥ ହୋଇଛି। ବନ୍ଧୁଗଣ ସବ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କ ବିବାହ କଥା ସମସ୍ତଙ୍କୁ ଜଣା।

ଦୁଇ ଜଣଙ୍କ ପ୍ରେମ ସମ୍ପର୍କ ଓଡିଆ ଫିଲ୍ମ ଦୁନିଆରେ ଆରମ୍ଭ ହୋଇଥିଲା। ପ୍ରଥମେ ବନ୍ଧୁତା ଏହାପରେ କ୍ରମଶ ତାହା ପ୍ରେମରେ ପରିଣତ ହେଲା। ଦୁଇଜଣ ନିଷ୍ପତ୍ତି ନେଲେ ବିବାହ ନିମନ୍ତେ। ମାତ୍ର ମହାମାରୀ ଯୋଗୁଁ ଦୁହିଜଣଙ୍କ ବିବାହ ଗତବର୍ଷ ପୋଷ୍ଟପଣ୍ଡ ହୋଇଗଲା। ବର୍ତ୍ତମାନ ସ୍ଥିତି ଟିକିଏ ସୁଧୁରିବାରୁ ଦୁହିଜଣ ରାଜସ୍ଥାନ ର ଗୋଟିଏ ବିଶାଳ ପ୍ୟାଲେସ ରେ ପରିବାର ଏବଂ ସ୍ଵୋଳ୍ପ ବନ୍ଧୁଙ୍କର ଉପସ୍ଥିତିରେ ବିବାହ କରିଛନ୍ତି।

ସେଠାରେ ବିବାହ ବହୁତ ଆଡମ୍ବନାରେ ହୋଇଥିଲା। ବିବାହ ପରେ ଦୁହେଁ ଓଡ଼ିଶାକୁ ଫେରିବା ପରେ ମିଡିଆ ସାମ୍ନାରେ ଓଡିଶାରେ ରିଷେପ୍ସନ ଦେବେ ବୋଲି କହିଥିଲେ, କାରଣ ମହାମାରୀ ଯୋଗୁଁ ସରକାରଙ୍କ ନିୟମ କଟକଣା ହେତୁ ସେ ଓଡିଶା ବାହାରେ ଯାଇ ବିବାହ କରିଲେ ବୋଲି କହିଲେ।

ଉଭୟ ଦୁହି ଜଣଙ୍କୁ ଜୀବନ ସାଥି ରୂପେ ଗ୍ରହଣ କରି ବହୁତ ଖୁସି ଅଛନ୍ତି ବୋଲି କହିଥିଲେ। ବନ୍ଧୁଗଣ ରାଜସ୍ଥାନ ରୁ ଆସିବା ପରେ ଓଡିଶାର ଭୁବନେଶ୍ଵର ରେ ରିଷେପ୍ସନ ପାର୍ଟି ଦେଇଥିଲେ। ସେଠାରେ ବହୁତ ଅଲିଉଡ କଳାକାର ମଧ୍ୟ ଯୋଗ ଦେଇଥିଲେ। ଏହା ପରେ ଉଭୟ ପୁରୀ ନିମନ୍ତେ ଯାତ୍ରା କରିଥିଲେ, ସେଠାରେ ଯାଇ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ସମଗ୍ର ଓଡିଶା ବାସୀ ମାନଙ୍କ ପାଇଁ ପ୍ରାର୍ଥନା କରିଥିଲେ।

ସବ୍ୟସାଚୀ ଙ୍କ ସାଙ୍ଗେ ଅର୍ଚ୍ଚିତା ମଧ୍ୟ ଏବେ ତାଙ୍କର ଏହି ମହତ କାର୍ଯ୍ୟ ରେ ଯୋଗ ଦେବେ ବୋଲି ନିସ୍ପତି ନେଇଛନ୍ତି। ନୂତନ ଜୀବନର ଶୁଭ ଆରମ୍ଭର ଶୁଭେଛା କେବଳ ଓଲିଉଡ ନୁହେଁ ବଲିଉଡ ର କଳାକାର ମାନେ ମଧ୍ୟ ତାଙ୍କୁ ଶୁଭେଛା ଦେବାକୁ ପଛାଇ ନାହାଁନ୍ତି।

ନିକଟରେ ବଲିଉଡ ର ପ୍ରସିଦ୍ଧ କଳାକାର “ଗୋବିନ୍ଦା” ସବ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କୁ ବିବାହର ଢେର ସାରା ଶୁଭକାମନା ଜଣାଇଥିଲେଓ ନବ ଦମ୍ପତି ଙ୍କୁ ଆଶୀର୍ବାଦ କରିଥିଲେ । ଏହା ପରେ ଗୋବିନ୍ଦା ଦୁଇ ଜଣଙ୍କ ସହିତ ବାର୍ତ୍ତାଳାପ ମଧ୍ୟ କରିଥିଲେ। ସବ୍ୟ ଗୋବିନ୍ଦା ଙ୍କ ସହିତ ସମସ୍ତ ଫଟୋ ଚିତ୍ର କୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଅପ୍ଲୋଡ କରିଛନ୍ତି।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।