ଏହି ଭିଡିଓ ପ୍ରମାଣ ଅଟେ କି ଦୁନିଆରେ ଆଜି ବି ମାନବିକତା ବଞ୍ଚିଛି, ଦେଖନ୍ତୁ ଭାଇରାଲ Video

ମନୁଷ୍ୟ ଏକ ମାତ୍ର ପ୍ରାଣୀ ଯାହାକୁ ଭଗବାନ ନିଜ ସଦୃଶ ବା ନିଜ ପ୍ରତିମୂର୍ତ୍ତିରେ ସୃଷ୍ଟି କରିଛନ୍ତି । ସେଥିପାଇଁ କୁହାଯାଏ ମାନବିକତା ଠାରୁ ବଳି ଦୁନିଆରେ ଆଉ କିଛି ନାହିଁ । ଦିନ ପ୍ରତିଦିନ ଦୁନିଆରେ ଘଟୁଥିବା ଘଟଣାମାନ ଶୁଣିଲେ ମନେ ହୁଏ ସତେ ଯେମିତି ଦୁନିଆରୁ ମାନବିକତା ଧୀରେ ଧୀରେ ଲୋପ ପାଇଗଲାଣି । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏପରି କିଛି ଭିଡିଓ ନେଇ ଆସିଛୁ ଯାହା ଦେଖିଲେ ମାନବିକତା ଦୁନିଆରେ ଆଜି ବି ଅଛି ବୋଲି ଆପଣ ଆଶ୍ଵାସନା ପାଇବେ ।

ସାପକୁ ଅନେକ ସମୟରେ କ୍ଷୀର ଏବଂ ପାଣି ପିଇବାକୁ ଦେବା ଘଟଣା ଆପଣ ଶୁଣିଥିବେ । କିନ୍ତୁ କେବେ କଣ ଭାବିଛନ୍ତି କି, ନିଜ ହାତରେ ସାପକୁ ପାଣି ପିଆଇବା କଥା ? ଏହି ଭିଡିଓରେ ଜଣେ ବ୍ୟକ୍ତି ନିଜ ହାତ ପାପୁଲିରେ ପାଣି ଢାଳି ସାପକୁ ପିଆଉଛି । ଆଉ ସବୁଜ ରଙ୍ଗର ଏହି ସାପଟି ମଧ୍ୟ ଖୁବ ଆନନ୍ଦର ସହ ବ୍ୟକ୍ତିଙ୍କ ହାତରୁ ପାଣି ପିଉଛି । ସାପ ପ୍ରତି ଏତେ ଉଦାରତା ଦେଖି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିଥିବ ।

ପୋଲିସ ମାନେ ଖୁବ କଠୋର ସ୍ଵଭାବର ହୋଇଥାନ୍ତି ବୋଲି ଆମ ସମସ୍ତଙ୍କ ଧାରଣା ରହିଛି । କିନ୍ତୁ ଚାଇନାର ଜଣେ ପୋଲିସ କର୍ମୀ ପୁରା ଦୁନିଆର ଲୋକଙ୍କ ହୃଦୟ ଜିଣି ପାରିଛନ୍ତି । ଜେବ୍ରା କ୍ରସିଂ ଉପରେ ଜଣେ ବୃଦ୍ଧ ବ୍ୟକ୍ତି ଖୁବ ଧୀରେ ଧୀରେ ସଡକ ପାରି ହେଉଥିଲେ । ତାଙ୍କ ଯୋଗୁଁ ଲୋକଙ୍କୁ ଅସୁବିଧା ନ ହେଉ ଏବଂ ବୃଦ୍ଧ ବ୍ୟକ୍ତିଙ୍କୁ ଶୀଘ୍ର ସଡକ ପାରି କରେଇବା ପାଇଁ ପୋଲିସ ଜଣକ ତାଙ୍କୁ ନିଜ ପିଠିରେ ଉଠାଇ ସଡକ ପରି କରେଇ ଦେଇଥିଲେ । ଏପରି ମାନବିକତାକୁ ଯେତେ ପ୍ରଶଂସା କଲେ ମଧ୍ୟ କମ ପଡିବ ।

ଚିତାବାଘ ପରି ମାଂସାଶୀ ପ୍ରାଣୀ ବିପଦରେ ଅଛି ଦେଖିଲେ ତାକୁ ରକ୍ଷା କରିବାକୁ କେତେ ଲୋକ ଆଗେଇ ଆସିବେ ? ତାକୁ ରକ୍ଷା କରିବା ଅର୍ଥ ନିଜ ପ୍ରାଣକୁ ବିପଦରେ ପକାଇବା ବୋଲି ଭାବି ସମସ୍ତେ ପଛଘୁଞ୍ଚା ଦେବେ । ୧୭ ନଭେମ୍ବର ୨୦୧୯ ସକାଳେ ନାସିକର ବନବିଭାଗ ପାଖକୁ କଲ୍ ଆସିଥିଲା କି ପିପଲାତ ଗାଁ ର କୌଣସି ଏକ କୂଅରେ ଗୋଟିଏ ଚିତାବାଘ ପଡିଯାଇଛି । ବନବିଭାଗର ଏକ ଟିମ ଘଟଣାସ୍ତଳରେ ପହଞ୍ଚି ଏକ ଖଟିଆ ସାହାଯ୍ୟରେ ଚିତାବାଘକୁ ସୁରକ୍ଷିତ ବାହାର କରି ଦେଇଥିଲେ ।

ନିଜ ପ୍ରାଣକୁ ବିପଦରେ ପକାଇ ଅନ୍ୟର ଜୀବନ ବଞ୍ଚାଇବା ତ ହେଉଛି ମାନବିକତା । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।