୨୦୨୦ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଓଡ଼ିଆ ସେଲିବ୍ରିଟି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ନିଶ୍ଚିତ ଭାବରେ ଜାଣିଥିବେ ଯେ ଗତ ୨୦୨୦ ମସିହାରେ ଅନେକ ଓଡ଼ିଆ ସେଲିବ୍ରିଟି ମାନେ ବିବାହ ବନ୍ଧନ ରେ ଆବଦ୍ଧ ହୋଇଛନ୍ତି। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଟପ୍ ୯ ଓଡ଼ିଆ ସେଲିବ୍ରିଟି ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ବିଗତ ୨୦୨୦ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ତୁଷାର ଓ ମାହି- ବନ୍ଧୁଗଣ ଏହି ଲିଷ୍ଟ ରେ ପ୍ରଥମ ସ୍ଥାନରେ ଅଛନ୍ତି ଟିଭି ସିରିଆଲ କଳାକାର ତୁଷାର ଓ ମାହି। ଏହି ଯୋଡି ୨୦୨୦ ମସିହା ଫେବୃଆରୀ ମାସ ରେ ବିବାହ କରିଥିଲେ। ବର୍ତ୍ତମାନ ଏହି ଯୋଡ଼ି ଜଣେ କନ୍ୟା ସନ୍ତାନ ଙ୍କ ମାତାପିତା ହୋଇ ସାରିଛନ୍ତି।

୨. ଝିଲ୍ଲୀକ୍- ବନ୍ଧୁଗଣ ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଲିଉଡ ଅଭିନେତ୍ରୀ ଝିଲ୍ଲୀକ୍ ‘ଭଟ୍ଟା ଚାର୍ଯ୍ୟ’। ଏହି ଅଭିନେତ୍ରୀ ୨୦୨୦ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଏବଂ ସମଗ୍ର ଓଲିଉଡ ଇଣ୍ଡଷ୍ଟ୍ରୀ ରୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି।

୩. ଶୁଭସ୍ମିତା- ବନ୍ଧୁଗଣ ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଟିଭି ସିରିଆଲ ଅଭିନେତ୍ରୀ ଶୁଭସ୍ମିତା। ଏହି ଅଭିନେତ୍ରୀ ୨୦୨୦ ମସିହା ଫେବୃଆରୀ ମାସରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ସେ ଭୁବନେଶ୍ୱର ର ଜଣେ ବିଜନେସ ମ୍ୟାନ ଙ୍କ ସହିତ ବିବାହ କରିଛନ୍ତି।

୪. ଅର୍ଧେନ୍ଦୁ ଓ ପଲ୍ଲବୀ- ବନ୍ଧୁଗଣ ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ପଲ୍ଲବୀ ଓ ଅର୍ଧେନ୍ଦୁ।ଏହି ଯୋଡ଼ି ମଧ୍ୟ ବିଗତ ବର୍ଷ ବିବାହ ବନ୍ଧନ ରେ ଆବଦ୍ଧ ହୋଇଛନ୍ତି।

୫. ଅମ୍ଳାନ ଦାସ- ବନ୍ଧୁଗଣ ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଓଲିଉଡ ଅଭିନେତା ଅମ୍ଳାନ ଦାସ। ଏହି ଅଭିନେତା ଭୂମିକା ଙ୍କୁ ୨୦୨୦ ମସିହା ଜାନୁଆରୀ ମାସରେ ବିବାହ କରିଛନ୍ତି। ଗତ କିଛି ଦିନ ହେବ ଏହି ଯୋଡ଼ି ନିଜ ସମ୍ପର୍କ କୁ ନେଇ ଚର୍ଚ୍ଚା ରେ ଆସିଥିଲେ। କିନ୍ତୁ ବର୍ତ୍ତମାନ ସେମାନେ ଭଲ ରେ ଅଛନ୍ତି।

୬. ପ୍ରିୟଙ୍କା- ବନ୍ଧୁଗଣ ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ଟିଭି ସିରିଆଲ ଅଭିନେତ୍ରୀ ପ୍ରିୟଙ୍କା। ସେ ମଧ୍ୟ ୨୦୨୦ ମସିହାରେ ଜଣେ ବିଜନେସ ମ୍ୟାନ ଙ୍କୁ ବିବାହ କରିଛନ୍ତି ଏବଂ ବର୍ତ୍ତମାନ ତାଙ୍କୁ ଆଲବମ୍ ରେ ଦେଖିବାକୁ ମିଳୁଛି।

୭. ସୋନାଲି- ବନ୍ଧୁଗଣ ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ଟିଭି ସିରିଆଲ ଅଭିନେତ୍ରୀ ‘ସୋନାଲି’। ଏହି ଅଭିନେତ୍ରୀ ଗତ ବର୍ଷ ଡିସେମ୍ବର ମାସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

୮. ଦୀପ୍ତିରେଖା- ବନ୍ଧୁଗଣ ଏହି ଲିଷ୍ଟ ର ଅଷ୍ଟମ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଗାୟିକା ଦୀପ୍ତିରେଖା। ଦୀପ୍ତିରେଖା ଜଣେ ବିଜନେସ ମ୍ୟାନ ଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କ ବିବାହ ଗତ ବର୍ଷ ଡିସେମ୍ବର ମାସରେ ହିଁ ଶେଷ ହୋଇଛି।

୯. କାମିନୀ- ବନ୍ଧୁଗଣ ଏହି ଲିଷ୍ଟ ର ନବମ ଓ ଶେଷ ସ୍ଥାନରେ ରହିଛନ୍ତି ଟିଭି ସିରିଆଲ ଅଭିନେତ୍ରୀ କାମିନୀ। ଆପଣ ମାନେ ତାଙ୍କୁ ଅନେକ ସିରିଆଲ ରେ ଦେଖିଥିବେ। ଏହି ଅଭିନେତ୍ରୀ ପୁରୀ ର ବଡ଼ପଣ୍ଡା ଙ୍କୁ ବିବାହ କରିଛନ୍ତି ଏବଂ ବର୍ତ୍ତମାନ ସେ ପୁରୀ ରେ ରହୁଛନ୍ତି। ଏହି ଅଭିନେତ୍ରୀ ବର୍ତ୍ତମାନ ଇଣ୍ଡଷ୍ଟ୍ରୀ ରୁ ଦୂରରେ ଅଛନ୍ତି।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।