ଫେମସ ଓଡିଆ ଅଭିନେତା Buddhaditya ଙ୍କ Family & Biography

ଆଜି ଆମେ ଆପଣଙ୍କୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଧାଡିର ପ୍ରଚ୍ଛଦପଟ ନାୟକ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ବିଷୟରେ କହିବାକୁ ଯାଉଛୁ । ବୁଦ୍ଧାଦିତ୍ୟ ଅନେକ ସୁପରହିଟ ଓଡିଆ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣି ପାରିଛନ୍ତି । ଓଡିଆ ଫିଲ୍ମ ସହ ସେ କେତେକେ ହିନ୍ଦୀ ଧାରାବାହିକରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତାଙ୍କ ଚାର୍ମିଂ ଲୁକ ଏବଂ ଅଭିନୟକୁ ସମସ୍ତେ ଖୁବ ପସନ୍ଦ କରନ୍ତି । ତେବେ ଗତ କିଛି ଦିନ ଧରି ଫିଲ୍ମ ଦୁନିଆରୁ ଦୂରେଇ ରହିଥିବା ବେଳେ କେତେକ ରିୟାଲିଟି ଶୋ ରେ ତାଙ୍କୁ ଜଜ୍ ଭାବେ ଦେଖିବାକୁ ମିଳୁଛି ।

ବୁଦ୍ଧାଦିତ୍ୟ ଜଣେ ନିଖୁଣ ଅଭିନେତା ସହ ନିପୁଣ ଡାନ୍ସର ଏବଂ ଆଙ୍କର ମଧ୍ୟ । ୧୭ ଜାନୁୟାରୀ ୧୯୭୮ ମସିହାରେ ସେ କଟକରେ ହିଁ ଜନ୍ମଗ୍ରହଣ କରିଥିଲେ ଓ ସେ ବର୍ତ୍ତମାନ କଟକରେ ହିଁ ରହୁଛନ୍ତି । କଟକର ଷ୍ଟୁଆର୍ଟ ସ୍କୁଲରୁ ସେ ପାଠପଢା ଶେଷ କରି ରେଭେନ୍ସା ୟୁନିଭର୍ସିଟିରେ କଲେଜ ପାଢୀଥିଲେ ଓ ଏହାପରେ ସେ ଦିଲ୍ଲୀ ୟୁନିଭର୍ସିଟି ରୁ ପାଠପଢା ସମ୍ପନ୍ନ କରିଥିଲେ । ୨୦୦୭ ମସିହାରେ ସେ ଫିଲ୍ମ “ଆଇ ଲଭ ମାଇ ଇଣ୍ଡିଆ’ ଜରିଆରେ ଓଡିଆ ଫିଲ୍ମରେ ଡେବ୍ୟୁ କରିଥିଲେ । ତାଙ୍କର ଏହି ଫିଲ୍ମକୁ ଦର୍ଶକେ ଖୁବ ପସନ୍ଦ କରିଥିଲେ ।

ଏହାପରେ ସେ ‘ନନ୍ଦିନୀ ଆଇ ଲଭ ୟୁ’, ‘ପାଗଳ କରିଛି ପାଉଁଝି ତୋର’, ‘ପ୍ରେମ ରୋଗୀ’, ‘କେଉଁ ଦୁନିଆରୁ ଆସିଲା ବନ୍ଧୁ’ ଓ ‘ତୁ ଥିଲେ ମୋ ଡର କାହାକୁ’ ଭଳି ଅନେକ ହିଟ୍ ଫିଲ୍ମରେ କାମ କରି ଦର୍ଶକଙ୍କ ହୃଦୟରେ ଜାଗା ବନେଇ ପାରିଥିଲେ । ଓଡିଆ ଫିଲ୍ମରେ କାମ କରିବା ସହ ବୁଦ୍ଧାଦିତ୍ୟ ଅନେକ ହିନ୍ଦୀ ସିରିଏଲ ଏବଂ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସେ ‘କୁମକୁମ’, ‘ପ୍ୟାର କା ବନ୍ଧନ’, ‘ମେହେର’, ‘ପ୍ରତିମା’, ‘ୱାରିସ’, ‘ସ୍ତ୍ରୀ ତେରି କାହାନୀ’, ‘କ୍ଯା ହୁଆ ତେରା ୱାଦା’ ଭଳି ଲୋକପ୍ରିୟ ସିରିଏଲରେ କାମ କରିଛନ୍ତି ।

ନିଜ ଅଭିନୟ ପାଇଁ ବୁଦ୍ଧାଦିତ୍ୟ ଉଭୟ ଓଡିଆ ଏବଂ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଉପାଧିରେ ସମ୍ମାନିତ ହୋଇଛନ୍ତି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ୫୦ ରୁ ଅଧିକ ଫିଲ୍ମରେ ଅଭିନୟ କରି ସାରିଛନ୍ତି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।