ପୂର୍ବରୁ Miss India ରହି ସାରିଛନ୍ତି Paresh Rawal ଙ୍କ ପତ୍ନୀ, ଗଛ ତଳେ ଏମିତି କରିଥିଲେ ବିବାହ, ଜାଣନ୍ତୁ କିପରି ଥିଲା ଏମାନଙ୍କ ପ୍ରେମ କାହାଣୀ

ବଲୀଉଡ ଫିଲ୍ମ ଜଗତର ପ୍ରତିଭାବାନ ଅଭିନେତା ପରେଶ ରାୱଲ ଜଣେ ଜଣା ଶୁଣା ଅଭିନେତା ଅଟନ୍ତି । ମେ ୩୦ ୧୯୫୫ରେ ଏକ ଗୁଜୁରାତି ପରିବାରରେ ଜନ୍ମ ଗ୍ରହଣ କରିଥିବା ପରେଶ ରାୱଲ ବଲୀଉଡରେ ବହୁତ ଫିଲ୍ମରେ କାମ କରିଛନ୍ତି । ସେ ଇଞ୍ଜିନିୟର ହେବାକୁ ଚାହୁଁ ଥିଲେ, କିନ୍ତୁ ଭାଗ୍ୟ ତାଙ୍କୁ ଅଭିନେତା କରିଦେଲା । ସେ ନିଜର ଅଭିନୟ ଦ୍ଵାରା ଲୋକମାନଙ୍କ ହୃଦୟରେ ଛାପ ଛାଡି ଦେଇଛନ୍ତି । ଆଜି ଆମେ ଆପଣଙ୍କୁ ତାଙ୍କର ପରିବାର ବିଷୟରେ କହିବୁ । ପରେଶ ରାୱଲଙ୍କ ପତ୍ନୀ ସ୍ୱରୂପ ସଂପତ ପୂର୍ବ ମିସ ଇଣ୍ଡିଆ ରହିସାରିଛନ୍ତି ।

କିନ୍ତୁ ତାଙ୍କର ପତ୍ନୀ ବହୁତ ସାଧାରଣ ଜୀବନ ବିତାନ୍ତି । ଗୋଟିଏ ଇଣ୍ଟରଭିୟୁରେ ପରେଶ ରାୱଲ କହିଥିଲେ କି ସ୍ୱରୂପଙ୍କ ବାପା ଇଣ୍ଡିଆନ ନ୍ୟାସନାଲ ଥିଏଟରର ପ୍ରଡ୍ୟୁସର ଥିଲେ । ମୁଁ ଥରେ ମୋର ବନ୍ଧୁଙ୍କ ସହିତ ଗୋଟିଏ ବେଙ୍ଗଲି ଡ୍ରାମା ଦେଖିବାକୁ ଯାଇ ଥିଲି । ସେହି ସମୟରେ ତାଙ୍କର ନଜର ସ୍ୱରୂପଙ୍କ ଉପରେ ପଡିଥିଲା । ସେ ତାଙ୍କର ବନ୍ଧୁକୁ କହିଥିଲେ କି ଦିନେ ଏହି ଝିଅ ମୋର ସ୍ତ୍ରୀ ହବ । ସେହି ସମୟରେ ସ୍ୱରୂପ ମାତ୍ର ୧୬ ବର୍ଷର ଥିଲେ ।

ପରେଶ ରାୱଲ ଯେମିତି ପ୍ରଥମ ଥର ସ୍ୱରୂପଙ୍କ ଦେଖି ତାଙ୍କ ଉପରେ ଫିଦା ହୋଇଯାଇଥିଲେ ସେହିଭଳି ସ୍ୱରୂପ ବି ପରେଶଙ୍କୁ ଦେଖି ଗୋଟିଏ ଥର ପସନ୍ଦ କରିଥିଲେ । କହିବାକୁ ଗଲେ ପରେଶ ଯେତେବେଳେ ସ୍ଟେଜରେ ଡ୍ରାମା କରୁଥିଲେ ତେବେ ସେହି ସମୟରେ ସେ ତାଙ୍କର ଫ୍ୟାନ ହୋଇ ଯାଇ ଥିଲେ । ଦୁଇ ଜଣଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଗଲା । ଶେଷରେ ଦୁଇ ଜଣ ପରସ୍ପରକୁ ଭଲ ପାଇ ବସିଲେ ।

୧୯୮୭ରେ ଦୁଇ ଜଣ ବହୁତ ହିଁ ସାଧାରଣ ଉପାୟରେ ବିବାହ କରିଲେ । ବିବାହ ମୁମ୍ବାଇର ଲକ୍ଷ୍ମୀନାରାୟଣ ମନ୍ଦିରରେ ହୋଇଥିଲା । ଗୋଟିଏ ଇଣ୍ଟରଭ୍ୟୁରେ ପରେଶ ରାୱଲ କହିଥିଲେ କି ତାଙ୍କର ଓ ସ୍ୱରୂପଙ୍କ ବିବାହ ଗଛ ତଳେ ହୋଇଥିଲେ । ତାଙ୍କ ବିବାହ ପାଇଁ କୌଣସି ମଣ୍ଡପ ବି ନିଆ ଯାଇ ନ ଥିଲା । ଦୁଇ ଜଣ ପରିବାର ସହ ଭଗବାନଙ୍କ ସାମ୍ନାରେ ସାକ୍ଷୀ ରଖି ବିବାହ କରିଥିଲେ । ଆଜି ପରେଶ ରାୱଲ ଓ ସ୍ୱରୂପଙ୍କ ଦୁଇଟି ପୁଅ ଅଛନ୍ତି । ଆଦିତ୍ୟ ଓ ଅନିରୁଦ୍ଧ ।

ପରେଶ ରାୱଲ ବଡ ପରଦାରେ ବହୁତ ପ୍ରକାରର କିରଦାର କରିଛନ୍ତି । କିନ୍ତୁ ଅସଲ ଜୀବନରେ ସେ ବହୁତ ରୋମାଣ୍ଟିକ ଅଟନ୍ତି । ସେ ବଲୀଉଡରେ ନିଜର ଅଭିନୟ ଦମରେ ନିଜର ଖାସ ପରିଚୟ ସୃଷ୍ଟି କରିଛନ୍ତି । ସେ ପଜିଟିବ, ନେଗେଟିବ ସବୁ ରୋଲ କରିଛନ୍ତି । କିନ୍ତୁ ହାସ୍ୟ କଳାକାର ରୂପରେ ତାଙ୍କୁ ଅଧିକ ପସନ୍ଦ କରାଯାଇଛି । କହିବାକୁ ଗଲେ ପରେଶ ରାୱଲ ଅସଲ ଜୀବନର ବହୁତ ହିଁ ଖୁସମିଜାଜ ଓ ଏହାର ପ୍ରଭାବ ଫିଲ୍ମରେ ଦେଖି ପାରିବେ ।