ପାଠ ପଢା ପାଇଁ ଏହି ଦୁଇ ପିଲାଙ୍କଉ କରିବାକୁ ପଡୁଛି ଏମିତି କାମ, ଜାଣିଲେ ଆଖିରେ ଲୁହ ଆସିଯିବ

କରୋନା ମହାମାରୀ ସମୟରେ ପିଲାମାନଙ୍କ ପାଠ ପଢାରେ ଡୋରି ବନ୍ଧାହେଲାଣି । ବର୍ତମାନ ସ୍କୁଲ ଶିକ୍ଷା ଛାଡ଼ି ଅନଲାଇନ ସିକ୍ଷାପ୍ରଦାନ କରାଯାଉଛି ଏବଂ ଏହି ଅନଲାଇନ ଶିକ୍ଷା ଭରସା ସାଜିଛି । କିନ୍ତୁ ସମସ୍ତଙ୍କ ଭାଗ୍ୟରେ ଅନଲାଇନ ପାଠପଢା ଯୁଟୁନାହିଁ । କାରଣ ବାଧକ ସାଜୁଛି ମୋବାଇଲ ଫୋନ । ଏହି ମୋବାଇଲ ଫୋନ ପାଇଁ ଛାତ୍ର ଛାତ୍ରୀ ମାଣ୍ଡିଆ ବିଲରେ ମୂଲ ମଜୁରୀ ରେ ଲାଗିଛନ୍ତି ।

ରାଇଗଡ ଜିଲ୍ଲା ଜମୁଲିମା ଗ୍ରାମରୁ ଏମିତି କିଛି ଖବର ସାମ୍ନାକୁ ଆସିଛି । ତେବେ ସ୍ମାର୍ଟ ଫୋନ କିଣିବାକୁ ମୂଲ ମଜୁରୀ ଲାଗିଛନ୍ତି ଛାତ୍ର ଛାତ୍ରୀ । ଅନଲାଇନ ପାଠ ପଢ଼ିବା ପାଇଁ ମାଣ୍ଡିଆ କାଟୁଛନ୍ତି । ଫୋନ କିଣିବାପାଇଁ ଘରେ ପଇସା ନଥିବାରୁ ରାଇଗଡ ଜମୁଲିମା ଗ୍ରାମରୁ ରୋହିତ ବିଡ଼ିକ ଏବଂ ମୋନିକା ବିଡିକ ମାଣ୍ଡିଆ ବିଲରେ ମୂଲ ଲାଗିଛନ୍ତି ।

ଏହି ଗ୍ରାମରେ ନେଟୱର୍କ ଅଛି କିନ୍ତୁ ଘରେ ସ୍ମାର୍ଟ ଫୋନ ନଥିବାରୁ ଏମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପିଲାମାନେ କହିଛନ୍ତି କି ମୋବାଇଲ ଫୋନ କିଣିବାପାଇଁ ସେ ବିଲରେ କାମ କରୁଛନ୍ତି । କାରଣ ଘରେ ମୋବାଇଲ ଫୋନ ନାହିଁ ଏବଂ କ୍ଲାସ ଅନଲାଇନ ହେଉଛି । ଯାହା ଦ୍ଵାରା ସେ ପାଠ ପଢ଼ିପାରୁନାହାନ୍ତି ।

ବର୍ତମାନ ମୋବାଇଲ ନାହିଁ ବୋଲି ସେ ପାଠ ପଢ଼ୁନାହାନ୍ତି ତେଣୁ ଖୁବ ଶୀଘ୍ର କାମ କରି ପଇସା ଆଣି ମୋବାଇଲ କିଣିଲେ ପାଠ ପଢିବେ ବୋଲି ବିଲରେ ମୂଲ ଲାଗିଛନ୍ତି ଛାତ୍ର ଛାତ୍ରୀ ।ପାଠ ପଢ଼ିବାପାଇଁ ଦୁଇ ଭାଇ ଭଉଣୀ ଙ୍କ ବହୁତ ଇଚ୍ଛା ତେଣୁ ମୂଲ ଲାଗି ହେଉ ବା କାମ କରିହେଉ ପଇସା ମିଳିଲେ ମୋବାଇଲ ଫୋନ ଆଣିବେ ଏବଂ ଅନଲାଇନ କ୍ଲାସ କରିବେ ବୋଲି କହିଛନ୍ତି । କୋରୋନା ମହାମାରୀ ସବୁ କିଛି ବଦଳାଇ ଦେଇଛି ।

କିଛି ପିଲା ଅଛନ୍ତି ଯାହାଙ୍କ ପାଖରେ ମୋବାଇଲ ଫୋନ ଅଛି ଏବଂ ସବୁ ସୁବିଧା ଅଛି କିନ୍ତୁ ସେହି ଛାତ୍ର ଛାତ୍ରୀ ପାଠ ପଢ଼ାରେ ଧ୍ୟାନ ନଦେଇ ମୋବାଇଲରେ ଫ୍ରି ଫାୟାର ଭଳି ଗେମ ଖେଳି ନିଜର ସମୟ ନଷ୍ଟ କରୁଛନ୍ତି କିନ୍ତୁ ଏମିତି କିଛି ପିଲା ଅଛନ୍ତି ଯାହାଙ୍କ ପରିବାରର ଆର୍ଥିକ ସ୍ଥିତି ଖରାପ ଥିବା କାରଣରୁ ପିଲା ମାନଙ୍କ ପାଖରେ ଫୋନ ନାହିଁ ଏବଂ ସେହି ପିଲା ଏବେ ମାଣ୍ଡିଆ ବିଲରେ ମୂଲ ମଜୁରୀ କରି ପଇସା ରୋଜଗାର କରି ସ୍ମାର୍ଟ ଫୋନ କିଣି କ୍ଲାସ କରିବେ ବୋଲି ଲାଗିପଡିଛନ୍ତି ।

ମୋନିକା କହିଛନ୍ତି ଘରେ ବାପା ଙ୍କ ପାଖରେ ପଇସା ନାହିଁ ସ୍ମାର୍ଟ ଫୋନ କେମିତି ଆଣିବେ । ସ୍ମାର୍ଟ ଫୋନ ନଥିବା କାରଣରୁ ଆମକୁ ପାଠ ପଢ଼ିବାରେ ବହୁତ ଅସୁବିଧା ହେଉଛି ତେଣୁ ଆମେ ବିଲରେ ମୂଲ ଲାଗି ପଇସା ରହୁଛୁ ଯାହା ଫଳରେ ଆମେ ଖୁବ ଶୀଘ୍ର ଫୋନ କିଣି ପାଠ ପଢ଼ିବୁ ଏବଂ ବହୁତ ଆଗକୁ ବଢ଼ିବୁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।