Tabu ଙ୍କ ବଡ ଭଉଣୀ ଦେଖିବାକୁ ତବୁଙ୍କ ଠାରୁ ବି ଅଧିକ ସୁନ୍ଦରୀ, ଦିନେ ଥିଲେ Bollywood ର ପ୍ରସିଦ୍ଧ ଅଭିନେତ୍ରୀ !

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତବୁଙ୍କୁ କିଏ ନ ଜାଣେ ! ଏବେ ପର୍ଯ୍ୟନ୍ତ ତବୁ ଅନେକ ସୁପରହିଟ ଫିଲ୍ମରେ କାମ କରି ସାରିଛନ୍ତି । ତାଙ୍କ ଅଭିନୟରେ ସେ ଅନେକ ଲୟକଙ୍କୁ ନିଜର ଦିୱାନା ବନେଇଛନ୍ତି । ୯୦ ଦଶକର ଅଭିନେତ୍ରୀ ତବୁ ଆଜି ବି ନିଜ ସୁନ୍ଦରତାରେ ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ତବୁଙ୍କ ବଡ ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ । ତବୁଙ୍କର ଜଣେ ବଡ ଭଉଣୀ ଅଛନ୍ତି ବୋଲି ବହୁତ କମ ଲୋକ ଜାଣିଥିବେ ।

୮୦ ମଧ୍ୟଭାଗରୁ ରୁ ୯୦ ଦଶକ ପ୍ରାରମ୍ଭରେ ନିଜ ସୁନ୍ଦରତା ଏବଂ ଅଭିନୟ ଦମ୍ ରେ ବଲିଉଡ ରାଜ୍ କରିଥିଲେ ଅଭିନେତ୍ରୀ ଫରା ନାଜ ହାଶମୀ । ତାଙ୍କ ସମୟରେ ଫରା ନାଜ ଅନେକ ହିଟ ଫିଲ୍ମ ଦେଇଥିଲେ । କିନ୍ତୁ କ୍ଯାରିଅରର ଶୀର୍ଷରେ ପହଞ୍ଚିବା ପରେ ଫରା ନାଜ ଆଚନକ ଫିଲ୍ମ ଦୁନିଆରୁ ଗାୟବ ହୋଇ ଯାଇଥିଲେ । ୯ ଡିସେମ୍ବର ୧୯୬୮ ରେ ଫରା ନାଜ ଙ୍କ ଜନ୍ମଗ୍ରହଣ କରିଥିଲେ । ତେବେ ଫରା ନାଜ ହେଉଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତବୁଙ୍କ ବଡ ଭଉଣୀ ।

୧୯୮୫ ମସିହାରେ ୟଶ ଚୋପ୍ରା ବ୍ୟାନର ଫିଲ୍ମ “ଫାସଲେ” ରୁ ସେ ବଲିଉଡରେ ନିଜ କ୍ଯାରିଅର ଆରମ୍ଭ କରିଥିଲେ । ସେ ଅନେକ ନାମୀ ଦାମୀ ବଲିଉଡ ଅଭିନେତାଙ୍କ କାମ କରିଛନ୍ତି । କିନ୍ତୁ ଆଜି ସେ ଫିଲ୍ମ ଦୁନିଆରୁ ବହୁତ ଦୂରରେ ଅଛନ୍ତି । ୯୦ ଦଶକ ବେଳକୁ ତାଙ୍କ ଫିଲ୍ମ କ୍ଯାରିଅର ଶେଷ ହେବାକୁ ଲାଗିଥିଲା । ଲଗାତାର ଅସଫଳତା କାରଣରୁ ସେ ବିବାହ କରିବାକୁ ନିର୍ଣ୍ଣୟ ନେଇଥିଲେ । ଫରା ନାଜ ଡ଼ାରା ସିଂ ଙ୍କ ପୁଅ ବିନ୍ଦୁ ଡ଼ାରା ସିଂଙ୍କୁ ବିବାହ କରିଥିଲେ । କିନ୍ତୁ ଏହି ବିବାହ କେବଳ ୫ ବର୍ଷ ପର୍ଯ୍ୟନ୍ତ ଚାଲି ପାରିଥିଲା ।

ଏହାପରେ ତାଙ୍କର ଛାଡପତ୍ର ହୋଇ ଯାଇଥିଲା । ବିନ୍ଦୁଙ୍କ ସହ ଛାଡପତ୍ର ପରେ ଫରା ନାଜ ସୁମିତ ସେହଗଲଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି । ଆଜି ଫରା ନିଜ ସ୍ଵାମୀ, ପୁଅ ଓ ପରିବାର ସହ ମୁମ୍ବାଇରେ ସୁଖମୟ ଜୀବନ ଯାପନ କରୁଛନ୍ତି ।

ଆପଣ ଫରା ନାଜଙ୍କ କିଛି ଫିଲ୍ମ ଦେଖିଛନ୍ତି କି ଆମକୁ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ । ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।