ଭାରତୀୟ ସିନେମା ଜଗତର ସବୁଠୁ ବଡ ସମ୍ମାନ ପାଇଁ ବଛା ଯିବା ପରେ ବିଗ ବି ହେଲେ ଭାବୁକ, ସାରା ଇଣ୍ଡଷ୍ଟ୍ରି ଦେଉଛି ଶୁଭେଚ୍ଛା, ଦେଖନ୍ତୁ କିଏ କଣ କହିଲେ

ଅମିତାଭ ବଚ୍ଚନଙ୍କର ଫ୍ୟାନମାନଙ୍କ ପାଇଁ ଏକ ଖୁସି ଖବର । କହି ଦେଉଛୁ କି ଭାରତୀୟ ସିନେମା ଜଗତର ମହାନାୟକ ଅମିତାଭ ବଚ୍ଚନ ସିନେମା ଜଗତର ସବୁଠୁ ପ୍ରତିଷ୍ଠିତ ପୁରଷ୍କାର ଦାଦା ସାହେବ ଫାଲ୍କେ ପୁରଷ୍କାର ପାଇଁ ବଛା ଯାଇଛନ୍ତି । ଏହି ଖବର ମିଳିବା ମାତ୍ରେ ହିଁ ଅମିତାଭ ବଚ୍ଚନ ଟ୍ୱିଟରରେ ନିଜର ଖୁସି ଜାହିର କରିଛନ୍ତି । ବଲୀଉଡ ଷ୍ଟାରମାନେ ବି ଅମିତାଭ ବଚ୍ଚନଙ୍କ ଏହି ଉପଲବ୍ଧି ଉପରେ ତାଙ୍କୁ ଶୁଭେଚ୍ଛା ଦେଉଛନ୍ତି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ କି ମହାନୟକ ଇଣ୍ଡଷ୍ଟ୍ରିରେ ନିଜର ୫୦ ବର୍ଷ ପୁରା କରି ସାରିଛନ୍ତି ।

କହିଦେଉଛୁ କି ଏହି ପୁରଷ୍କାର ଭାରତୀୟ ସିନେମା ଜନକ ଢୁଂଡୀରାଜ ଗୋବିନ୍ଦ ଫାଲ୍କେଙ୍କ ନାମ ଉପରେ ଦିଆଯାଏ । ଏହାର ସ୍ଥାପନା ୧୯୬୯ରେ ହୋଇଥିଲା ଓ ସେହି ବର୍ଷ ଅମିତାଭ ନିଜର ପ୍ରଥମ ଫିଲ୍ମ ‘ସାତ ହିନ୍ଦୁସ୍ତାନୀ’ରୁ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ ।

ଯେତେବେଳେ ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲ୍କେ ପୁରଷ୍କାର ମିଳିବା ବିଷୟରେ ଜଣା ପଡିଲା ତେବେ ସେ ଟ୍ୱିଟରରେ କୃତଜ୍ଞତା ଜ୍ଞାପନ କରି ଲେଖିଲେ, ‘କୃତଜ୍ଞତା ଜ୍ଞାପନ କରିବା ପାଇଁ ଶବ୍ଦ କମ ପଡୁଛି । କୃତଜ୍ଞ ଅଟେ ମୁଁ, ପରିପୂର୍ଣ୍ଣ, କୃତଜ୍ଞତା ଓ ଧନ୍ୟବାଦ…..ମୁଁ କେବଳ ଏକ ବିନୟପୂର୍ଣ୍ଣ, ବିନମ୍ର ଅମିତାଭ ବଚ୍ଚନ ଅଟେ । କହିଦେଉଛୁ କି ମଙ୍ଗଳବାର ଦିନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡ଼େ ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲ୍କେ ପୁରଷ୍କାର ଦେବାର ଘୋଷଣା କରିଛନ୍ତି ।

ଅନିଲ କପୁର

ଅନିଲ କପୁର ଅମିତାଭ ବଚ୍ଚନଙ୍କୁ ଏହି ସମ୍ମାନ ପାଇଁ ଶୁଭେଚ୍ଛା ଜଣାଇ ଲେଖିଲେ କି ‘ଏହି ଲେଜେଂଡ ବିନା ଭାରତୀୟ ସିନେମାର କୌଣସି ଉଲ୍ଲେଖ ନାହିଁ । ସେ ନିଜର ସମସ୍ତ ଭୂମିକା ସହିତ ସିନେମାକୁ ସୁନ୍ଦର କରିଛନ୍ତି ଓ ତାଙ୍କର ଅଗଣିତ ଯୋଗଦାନ ପାଇଁ ସେ ସମସ୍ତ ପ୍ରଶଂସାର ପାତ୍ର ଅଟନ୍ତି ! ଶୁଭେଚ୍ଛା ।“

ଲତା ମଂଗେଶକର

ଲତା ମଂଗେଶକର ଅମିତାଭ ବଚ୍ଚନଙ୍କର ଏହି ଉପଲବ୍ଧି ଉପରେ କହିଲେ, ‘ନମସ୍କାର ଅମିତ ଜି । ଆପଣଙ୍କର ନାମ ଦାଦା ସାହେବ ଫାଲ୍କେ ପୁରଷ୍କାର ପାଇଁ ଘୋଷିତ ହୋଇଛି ଏହା ଶୁଣି ମୋତେ ବହୁତ ଖୁସି ଲାଗିଲା । ମୁଁ ଆପଣଙ୍କୁ ଶୁଭେଚ୍ଛା ଦେଉଛି । ଭାରତୀୟ ଚିତ୍ରପଟ ସୃଷ୍ଟିର ଜନକ ନାମର ପୁରଷ୍କାର ଭାରତୀୟ ସିନେମାର ମହାନାୟକଙ୍କୁ ମିଳିବା,ଏକ ଐତିହାସିକ ଘଟଣା ଅଟେ ।“

କରଣ ଜୋହର

ଅନ୍ୟ ପଟେ ଡାୟରେକ୍ଟର/ପ୍ରଡ୍ୟୁସର କରଣ ଜୋହର ଶୁଭେଚ୍ଛା ଦେଇ କହିଲେ କି, “ଭାରତୀୟ ସିନେମାର ସବୁଠୁ ଅଧିକ ଇଂସ୍ପାୟର କରିଥିବା ଲେଜେଂଡ !!! ସେ ଜଣେ ବୋନଫାଇଡ ରକସ୍ଟାର ଅଟନ୍ତି । ମୁଁ ଅମିତାଭ ବଚ୍ଚନଙ୍କ ଯୁଗରେ ସମ୍ମାନିତ ଓ ଗୌରବାନ୍ୱିତ ଅନୁଭବ କରୁଛି ।“

ମଧୁର ଭଂଡାରକର

ଫିଲ୍ମ ନିର୍ଦ୍ଦେଶକ ମଧୁର ଭଂଡାରକର ଲେଖିଲେ କି, “ଆପଣ ଗୋଟିଏ ଯୁଗକୁ ଭଲ ଏଂଟରଟେନମେଂଟ ଦେଇଛନ୍ତି ଓ ଆପଣଙ୍କର ଏହି ଉପଲବ୍ଧି ପାଇଁ ଆପଣଙ୍କୁ ଶୁଭେଚ୍ଛା ଦେଉଛି ।“

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।