କେବେ Roopal Tyagi ଙ୍କୁ ବିବାହ କରିବା ପାଇଁ କଥା ଦେଇଥିଲେ TV ର ଏହି ଅଭିନେତା, କିନ୍ତୁ ଏବେ ଆଉ କାହାକୁ କରିବାକୁ ଯାଉଛନ୍ତି ବିବାହ

ଜୀ ଟିଭିର ଲୋକପ୍ରିୟ ଶୋ ‘ସପନେ ସୁହାନେ ଲଡକପନ କେ’ରୁ ପ୍ରସିଦ୍ଧ ହୋଇଥିବା ରୂପଲ ତ୍ୟାଗୀ ବର୍ତ୍ତମାନ ଦିନରେ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛନ୍ତି । ରୂପଲ ତ୍ୟାଗୀ ନିଜର ପ୍ରଥମ ଶୋକୁ ପୁରା କରିବା ପରେ କିଛି ଦିନ ପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇଥିଲେ ଓ ଲଗାତାର କେତେକ ସ୍ଥାନ ଟ୍ରାବେଲିଙ୍ଗ କରୁଥିଲେ । କିନ୍ତୁ ପୁଣି ଥରେ ସେ କମ ବ୍ୟାକ କରିବାକୁ ଚେଷ୍ଟା କରୁଛନ୍ତି । ଆପଣଙ୍କୁ କହିଦେଉଛୁ କି ରୂପଲ ତ୍ୟାଗୀଙ୍କ ଜନ୍ମ ୫ ଅକ୍ଟୋବର ୧୯୮୯କୁ ବାଂଲୋରରେ ହୋଇଥିଲା ।

ତାଙ୍କର ମାତା ପୂନମ ତ୍ୟାଗୀ ଓ ପିତା ରାଜେସ ତ୍ୟାଗୀ ଅଟନ୍ତି । ରୂପଲ ତ୍ୟାଗୀଙ୍କ ଗୋଟିଏ ଛୋଟ ଭାଇ ବି ଅଛି । ରୂପଲ ତ୍ୟାଗୀ ନିଜର ସ୍କୁଲ ଶିକ୍ଷା ବଂଲୋରର ସୋଫିଆ ହାଇସ୍କୁଲରୁ ପୁରା କରିଛନ୍ତି ।

ଏହା ପରେ ସେ ବଂଲୋରର ଏକ କଲେଜରେ ଡିଗ୍ରୀ ହାସଲ କରିଲେ । ରୂପଲ ତ୍ୟାଗୀ ନିଜର କ୍ୟାରିୟରର ଆରମ୍ଭ ବ୍ୟାକରାଉଣ୍ଡ ଡାନ୍ସର ରୂପରେ କରିଥିଲେ । ଏହା ପରେ ସେ ଅଭିନୟ କରିଲେ । ସେ ବହୁତ ଟିଭି ଶୋରେ କାମ କରିଛନ୍ତି । କିନ୍ତୁ ତାଙ୍କୁ ‘ସପନେ ସୁହାନେ ଲଡକପନ କେ’ ଶୋରୁ ଅଧିକ ଲୋକପ୍ରିୟାତା ମିଳିଲା । କହିଦେଉଛୁ କି ବର୍ତ୍ତମାନ ରୂପଲ ସୋସିଆଲ ମିଡିଆରେ ଅଙ୍କିତଙ୍କ କାରଣରୁ ବହୁତ ଚର୍ଚାରେ ଅଛନ୍ତି ।

କାରଣ ରୂପଲ ଓ ଅଙ୍କିତ ସିରିୟଲ ‘ସପନେ ସୁହାନେ ଲଡକପନ କେ’ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ଦୁଇ ଯୋଡି ସେହି ସମୟରେ ବହୁତ ପପୁଲାର ବି ଥିଲେ ଓ ଏମାନଙ୍କର ବହୁତ ଫ୍ୟାନ ବି ଥିଲେ । କିନ୍ତୁ ଏହି ଯୋଡି ସେତେବେଳେ ବହୁତ ଚର୍ଚାରେ ଆସିଗଲେ ଯେତେବେଳେ ୨୦୧୨ରେ ଏମାନେ ଶୋ ପାଇଁ ଗୋଟିଏ କିସିଙ୍ଗ ସିନ ସୁଟ କରିଥିଲେ ।

କିଛି ମାସ ପରେ ଏମାନେ ପରସ୍ପରର ପାଖାପାଖି ଆସିଗଲେ । କିନ୍ତୁ ଏହା ମଝିରେ ରୂପଲ ଜାଣି ପାରିଲେ କି ଅଙ୍କିତ ତାଙ୍କୁ ଧୋଖା ଦେଉଛନ୍ତି । ତେବେ ରୂପଲ ଅଙ୍କିତଙ୍କୁ ଛାଡି ଦେଲେ । କିନ୍ତୁ ଅଙ୍କିତ ରୂପଲକୁ ବୁଝାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ରୂପଲ ମାନିଲେ ନାହିଁ । ଏମିତିରେ ବର୍ତ୍ତମାନ ଅଙ୍କିତ ରୂପଲଙ୍କୁ ଛାଡି ଟିଭି ଅଭିନେତ୍ରୀ ସାରାଙ୍କ ସହିତ ଏହି ବର୍ଷ ବିବାହ କରିବାକୁ ଯାଉଛନ୍ତି ।

ବର୍ତ୍ତମାନ କିଛି ଦିନ ତଳେ ସାରା ଓ ଅଙ୍କିତ ସୋସିଆଲ ମିଡିଆ ଜାରିଆରେ ନିଜର ପ୍ରେମ ସମ୍ପର୍କ ବିଷୟରେ କହିଥିଲେ । ଏହା ସହିତ ସାରା ୨୦୨୧ରେ ବିବାହ କରୁଛନ୍ତି ବୋଲି ବି କହିଛନ୍ତି । କିନ୍ତୁ ଏହି ଯୋଡିର ଭବିଷ୍ୟତ କଣ ହେବ ଏହା ସମୟ ହିଁ କହିବ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।