ଗୋରୀ ମ୍ୟାମ ଏମିତି ବଦଳେଇ ଦେଲେ ଦଶମ ଫେଲ ଅଟୋ ବାଲାର ଜୀବନ, ଜୟପୁର ରୁ ନେଇ ପହଞ୍ଚେଇ ଦେଲେ ସ୍ଵିଜରଲ୍ୟାଣ୍ଡ

ରଣଜିତ ସିଂ ରାଜ ଦଶମ ଶ୍ରେଣୀରେ ଫେଲ ହୋଇ ମଧ୍ୟ ବର୍ତ୍ତମାନ ସ୍ବିଜରଲ୍ୟାଣ୍ଡରେ ଅଛନ୍ତି । ଜୟପୁରରେ ଏକ ଗରିବ ପରିବାରରେ ଜନ୍ମ ନେଇଥିବା ରଣଜିତ କେବେ ସ୍ଵପ୍ନରେ ଭାବି ନ ଥିଲେ କି ସେ ଜୟପୁରର ଗଳିରୁ ବାହାରି ବିଦେଶରେ ଯାଇ ପହଞ୍ଚି ଯିବେ ।

ଗୋଟେ ସମୟରେ ରଣଜିତ ଜୟପୁରରେ ଅଟୋ ଚଲାଉଥିଲେ । ଆଜି ସେ ନିଜ ସ୍ତ୍ରୀ ଓ ପିଲାଙ୍କ ସହ ଜିନେୱାରେ ଆରାମଦାୟକ ଜୀବନ ବିତାଉଛନ୍ତି ।ରଣଜିତଙ୍କର କାହାଣୀ ଯିଏ ବି ଶୁଣିଛି ଫିଲ୍ମ କାହାଣୀ ଭଳି ମନେ ହେଉଛି । ରଞ୍ଜିତ ଗରାଇବା ପରିବାରର ହୋଇଥିବାରୁ ତାଙ୍କୁ ୧୦ମ ପରେ ସ୍କୁଲ ଛାଡିବାକୁ ପଡିଥିଲା । ସେ ତାଙ୍କ ଦୁଖ ପ୍ରକାଶ କରି କହିଛନ୍ତି ଯେ ପିଲାଦିନୁ ସେ ସମାଜ ସହ ଲଢେଇ କରୁଛନ୍ତି ।

ସେ ଗରିବ ହେବା ସହ ଦେଖିବାକୁ କଳା ହୋଇଥିବାରୁ ତାଙ୍କୁ ବହୁତ କଥା ଶୁଣିବାକୁ ପଡୁଥିଲା । ସ୍ବିଜରଲ୍ୟାଣ୍ଡରେ ରହୁଥିବା ରଣଜିତ ସିଂ ରାଜଙ୍କର ଜୀବନ ତାଙ୍କ ସ୍ତ୍ରୀ ବଦଳାଇ ଦେଇଛନ୍ତି । ତାଙ୍କ ସ୍ତ୍ରୀ ଭାରତ ବୁଲିବାକୁ ଆସିଥିଲେ । ଏହି ସମୟରେ ଦୁହିଙ୍କର ଭେଟ ହୋଇଥିଲା ଯାହା ପ୍ରେମରେ ପରିଣତ ହୋଇଥିଲା । ୨୦୧୪ରେ ଦୁହେଁ ବିବାହ କରିଥିଲେ । ବର୍ତ୍ତମାନ ସେ ସ୍ଵିଜରଲ୍ୟାଣ୍ଡରେ ଅଛନ୍ତି ।

ଏହିପରି ଭାବେ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା : ରଣଜିତଙ୍କୁ ଯେତେବେଳେ ୧୬ ବର୍ଷ ହୋଇଥିଲା ସେତେବେଳେ ସେ ଅଟୋ ଚଲାଉଥିଲେ । ଜୟପୁରରେ ଅନେକ ବର୍ଷ ସେ ଅଟୋ ଚଳାଇଥିଲେ । ୨୦୦୮ରେ ସେ ଇଂରାଜୀ ଶିଖିଲେ ଓ ଏହା ପରେ ଟୁରିଜିମ କାମ ଆରମ୍ଭ କରିଥିଲେ । ସେ ନିଜର ଗୋଟେ କମ୍ପାନୀ କରିଲେ ଓ ବିଦେଶୀ ଯାତ୍ରୀଙ୍କୁ ରାଜସ୍ଥାନ ବୁଲିବାକୁ ଆରମ୍ଭ କରିଥିଲେ । ଏହି ସମୟରେ ରାଜଙ୍କର ସ୍ତ୍ରୀ ତାଙ୍କ କ୍ଲାଇଣ୍ଡ ଭାବେ ତାଙ୍କ ପାଖକୁ ଆସିଥିଲେ ।

ତାଙ୍କ ସ୍ତ୍ରୀ ଫ୍ରାନ୍ସର ଭାରତକୁ ବୁଲିବାକୁ ଆସିଥିଲେ । ରାଜ ତାଙ୍କୁ ଜୟପୁର ବୁଲାଇଥିଲେ ।  ଏହା ପରେ ଦୁହିଙ୍କର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । ରାଜାଙ୍କ କହିବା ଅନୁସାରେ ତାଙ୍କ ସ୍ତ୍ରୀଙ୍କ ସହ ପ୍ରଥମେ ସିଟି ପ୍ୟାଲେଶରେ ଭେଟ ହୋଇଥିଲା । ତାଙ୍କ ସ୍ତ୍ରୀ ଯିବା ପରେ ଦୁହେଁ ସ୍କାଇପରେ କଥା ହେଉଥିଲେ ଓ ଏହା ପରେ ପ୍ରେମ ଆରମ୍ଭ ହୋଇଥିଲା । ରାଜ ଫ୍ରାନ୍ସ ଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ବୀଜା ନ ମିଳିବାରୁ ତାଙ୍କ ସ୍ତ୍ରୀ ପୁଣି ଥରେ ଭାରତ ଆସି ତାଙ୍କର ବୀଜା କରିବାରେ ସାହାଜ୍ଯ କରିଥିଲେ ।

ଏହା ପରେ ୨୦୧୪ରେ ଦୁହେଁ ମ୍ୟାରେଜ କରିଥିଲେ ଓ ଦୁହିଙ୍କର ଗୋଟେ ବେବି ମଧ୍ୟ ଅଛି । ରାଜା ଦିଲ୍ଲୀର ଅଲାୟନ୍ସ ଫ୍ରାନ୍ସେରେ କ୍ଳାସ କରି ପରୀକ୍ଷା ଦେଇ ସାର୍ଟିଫିକେଟ ନେଇଥିଲେ ଯାହା ଫଳରେ ତାଙ୍କୁ ଲଙ୍ଗ ଟାଇମ ପାଇଁ ଫ୍ରାନ୍ସ ଯିବାକୁ ବୀଜା ମିଳିଥିଲା ।

ଏହିପରି ଭାବେ ସେ ଜୟପୁରରୁ ଫ୍ରାନ୍ସରେ ପହଞ୍ଚି ଥିଲେ । ବର୍ତ୍ତମାନ ସେ ଜିନେୱାରେ ପରିବାରର ସହ ରହି ରେନଷ୍ଟ୍ରାରେ କାମ କରୁଛନ୍ତି । ଏହା ଛଡା ତାଙ୍କର ଗୋଟେ ୟୁଟୁବ ଚ୍ଯାନେଲ ରହିଛି ଯେଉଁଥିରେ ଘରେ ବସି ସେ ଲୋକଙ୍କୁ ନୂଆ ନୂଆ ସ୍ଥାନ ଦେଖାଉଛନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।