ରାଶି ଅନୁସାରେ ଜାଣନ୍ତୁ କେମିତି ରହିବ ଆପଣଙ୍କ ହେବାକୁ ଥିବା ପତ୍ନୀଙ୍କ ସ୍ଵଭାବ, ଏହି ରାଶିର ପୁରୁଷଙ୍କୁ ମିଳିଥାଏ ଟିକେ ରାଗି ପତ୍ନୀ

ବିବାହ ଜୀବନରେ ସବୁଠୁ ମହତ୍ଵପୂର୍ଣ କାର୍ଯ୍ୟ ଅଟେ । କିନ୍ତୁ ସବୁଠୁ ମୁଖ୍ୟ କାମ ହେଉଛି ନିଜ ପାଇଁ ସଠିକ ଜୀବନସାଥୀ ବାଛିବା । କିନ୍ତୁ ଏହି କାମଟି ବହୁତ ବଡ କଠିନ କାମ ଅଟେ । ଜୀବନସାଥିର ବ୍ୟକ୍ତିତ୍ଵ କେଉଁଭଳି ହୋଇଥିବ ଓ ଭବିଷ୍ୟତରେ ସେ ଆପଣଙ୍କୁ କେଉଁଭଳି ବ୍ୟବହାର କରିବ । ଏହି ପ୍ରକାରର ବିଭିନ୍ନ ପ୍ରଶ୍ନ ଏକ ପୁରୁଷ ମନରେ ନିଶ୍ଚିତ ରୂପରେ ଉଙ୍କି ମାରିଥାଏ । ପ୍ରାୟତଃ ସମସ୍ତେ ବିବାହକୁ ନେଇ ସଠିକ ନିଷ୍ପତି ନେଇ ପାରନ୍ତି ନାହିଁ ।

ସମାଜିକ ମାନ୍ୟତା ଅନୁସାରେ କହିବାକୁ ଗଲେ – ସ୍ଵାମୀ ଓ ସ୍ତ୍ରୀଙ୍କ ସମ୍ପର୍କ ବିଦ୍ୟୁତର ଦୁଇଟି ତାର ଭଳି ହୋଇଥାଏ । ଯଦି ଏହା ସଠିକ ଭାବେ ଯୋଡି ହୋଇଯାଏ ତେବେ ଚତୁର୍ଦିଗ ଆଲୋକମୟ ହୋଇଯିବ । କିନ୍ତୁ ଯଦି ଭୁଲ ଭାବେ ଯୋଡାଯାଏ ତେବେ ବ୍ୟକ୍ତିକୁ ଝଟକା ବି ଲାଗିପାରେ । ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ରାଶିର ଆଧାରରେ କହିବୁ କି ଆପଣଙ୍କ ଭବିଷ୍ୟତରେ ହେବାକୁ ଥିବା ସ୍ତ୍ରୀର ସ୍ଵଭାବ କେମିତି ହୋଇଥିବ । ଯାହାକି ପୁରୁଷ ନିଜ ରାଶି ଉପରେ ହିଁ ଜାଣି ପାରିବେ କି ତାଙ୍କ ସ୍ତ୍ରୀ କୁଏନଭଳି ସ୍ଵଭାବର ହେବେ ।

ମେଷ ରାଶି

ଏହି ରାଶିର ପୁରସୁହମାନଙ୍କୁ ସବୁବେଳେ ଶାନ୍ତ ସ୍ଵଭାବର ସ୍ତ୍ରୀ ମିଳିଥାଏ । ଶାନ୍ତ ସ୍ଵଭାବର ସ୍ତ୍ରୀ ମିଳିବା ଦ୍ଵାରା ଏମାନଙ୍କ ମଧ୍ୟରେ କଳି ଝଗଡା ହେବାର ସମ୍ଭାବନା କମ ଥାଏ । ଏମାନଙ୍କ ସ୍ତ୍ରୀ ମାନେ ବହୁତ ସୁନ୍ଦର ବି ହୋଇ ଥାନ୍ତି । କେହି ବି ଏମାନଙ୍କ ପ୍ରତି ଆକର୍ଷିତ ହୋଇଯିବେ । ଏହି ରାଶିର ବ୍ୟକ୍ତିମାନଙ୍କ ବୈବାହିକ ଜୀବନ ଅତି ଉତ୍ତମ  ହୋଇ ଥାଏ ।

ବୃଷ ରାଶି

ଏହି ରାଶି ବ୍ୟକ୍ତିଙ୍କୁ ବହୁତ ରାଗି ସ୍ତ୍ରୀ ମିଳିଥାଏ । ଏହିଭଳି ସ୍ତ୍ରୀଙ୍କ ରାଗ ବହୁତ ଭୟାଙ୍କ ହୋଇ ଥାଏ । ଏମାନଙ୍କୁ ଥରେ ରାଗ ଆସିଗଲେ ପୁରା ଆକାଶକୁ ନିଜ ମୁଣ୍ଡରେ ଉଠେଇ ଦିଅନ୍ତି । ଛୋଟୋ ଛୋଟୋ କଥାରେ ବି ଏମାନେ ରାଗି ଯାଆନ୍ତି । ଏଥିପାଇଁ ଏହି ରାଶିର ବ୍ୟକ୍ତିଙ୍କୁ ସ୍ତ୍ରୀର କଥା ଅନୁସାରେ ହିଁ ଚଳିବାକୁ ପଡେ । ଏମିତି ନ କରିଲେ ପାରିବାରିକ ବିବାଦ ହୋଇଥାଏ ।

ମିଥୁନ ରାଶି

ବେଶୀ କଥା କୁହା ସ୍ଵଭାବର ଝିଅ ମାନେ ଏହି ରାଶିର ବ୍ୟକ୍ତିଙ୍କୁ ମିଳିଥାଏ । ଏମାନଙ୍କୁ ବହୁତ କଥା ବାର୍ତା କରିବା ପାଇଁ ଭଲ ଲାଗେ । ଏମାନେ ଏତେ କଥା କହିବା ବାଲା ଥାନ୍ତି ଯେ ଅନ୍ୟ କାହାକୁ କଥାବାର୍ତ୍ତା କରିବାକୁ ଦିଅନ୍ତି ନାହିଁ । ଏହା ଆପଣଙ୍କ ଉପରେ ନିର୍ଭର କରେ ଯେ ଆପଣ ତାଙ୍କ କଥାବାର୍ତ୍ତା ଉପରେ ଖୁସିରେ ଅଛନ୍ତି ନା ଦୁଖରେ ଅଛନ୍ତି ।

କର୍କଟ ରାଶି

ଏହି ରାଶିର ବ୍ୟକ୍ତିଙ୍କୁ ବହୁତ ଜଲ୍ଦି ମିଶି ଯାଉ ଥିବା ସ୍ତ୍ରୀ ମିଳିଥାଏ । ଏହିଭଳି ସ୍ତ୍ରୀ ମାନେ ଘର ପରିବାର ଓ ସବୁ ସମ୍ପର୍କୀୟମାନଙ୍କ ସହ ମିଶି ଯାଆନ୍ତି । ଏମାନଙ୍କ ଆଚାର ବ୍ୟବହାର ବହୁତ ଭଲ ହୋଇ ଥାଏ । ଏଥିପାଇଁ ଏମାନଙ୍କ ପରିବାରରେ ବହୁତ ଖୁଶି ବି ମିଳିଥାଏ ଓ ବୈବାହିକ ଜୀବନ ବି ବହୁତ ଭଲ ହୋଇ ଥାଏ ।

ସିଂହ ରାଶି

ଏହି ରାଶିର ବ୍ୟକ୍ତିଙ୍କୁ ବହୁତ ଝଗଡାଲୁ ସ୍ତ୍ରୀ ମିଳିଥାଏ । ଏମାନେ ସବୁ କଥାରେ ଝଗଡା କରିବା ପାଇଁ ଚାହିଁ ବସିଥାନ୍ତି । ଏମାନଙ୍କ ସହ ସମ୍ପର୍କ ରଖିବା ପାଇଁ ଦଶଥର ଚିନ୍ତା କରିବାକୁ ପଡିଥାଏ । ଏମାନଙ୍କ ସହିତ ସମ୍ପର୍କ ରଖିବାର ଗୋଟିଏ ଲାଭ ବି ଅଛି, ଏମାନେ ଆପଣଙ୍କ ପାଇଁ କାହା ସହିତ ବି ଝଗଡା କରିଦେବେ । ଏଥିପାଇଁ ଆପଣଙ୍କୁ କିଛି ବି କହିବାକୁ ପଡିବନି ।

କନ୍ୟା ରାଶି

ଏହି ରାଶିର ବ୍ୟକ୍ତିଙ୍କୁ ବହୁତ ବୁଦ୍ଧିମାନ ସ୍ତ୍ରୀ ମିଳିଥାଏ । ଏମାନଙ୍କ ବୁଦ୍ଧିମତା ପାଇଁ ବହୁତ ଲୋକ ଏମାନଙ୍କୁ ପସନ୍ଦ ବି କରନ୍ତି । ଏମାନେ ପରିବାରକୁ ନିଜ ସହିତ ନେଇ ଚାଳନ୍ତି । ଏମାନେ କାହାର ଖରାପ ଚାହାନ୍ତି ନାହିଁ । ଏମାଣଙ୍କ ପାଇଁ ଆପଣଙ୍କ ଭାଗ୍ୟ ବଦଳି ଯାଏ ।

ତୁଳା ରାଶି

ଏହି ରାଶିର ବ୍ୟକ୍ତିମାନଙ୍କୁ ବହୁତ ଖୁସି ମିଜାଜର ସ୍ତ୍ରୀ ମିଳିଥାଏ । ଏମାନେ କାହାକୁ ଟେନସନ ଦିଅନ୍ତି ନାହିଁ କି ନିଜେ ବି ଟେନସନ ନିଅନ୍ତି ନହିଁ । ଏମାନଙ୍କ ପାଇଁ ଏମାନଙ୍କ ସ୍ଵାମୀ ବି ସବୁବେଳେ ଟେନସନ ମୁକ୍ତ ଥାନ୍ତି । ଏମାନଙ୍କ ପରିବାର ସହିତ ବୈବାହିକ ଜୀବନ ବି ଖୁସିରେ କଟି ଯାଏ ।

ବିଛା ରାଶି

ଏହି ରାଶିର ବ୍ୟକ୍ତିଙ୍କୁ ବହୁ ବୁଦ୍ଧିମାନୀ ସ୍ତ୍ରୀ ମିଳିଥାଏ । ଏମାନଙ୍କୁ ବୋକା ବନେଇବା ଏତେ ବି ସହଜ ନୁହେଁ ।  ଏମାନଙ୍କ ବୁଦ୍ଧି ଦ୍ଵାରା ଆପଣଙ୍କୁ ବି ଜୀବନରେ ସଫଳତା ମିଳିଥାଏ । ଗୃହକାର୍ଯ୍ୟରେ ନିପୁଣ ଆଉ ଆକର୍ଷକ  ସ୍ଵଭାବର ଗୁଣ ଯୋଗୁ ସମାଜରେ ଏମାନଙ୍କୁ ପ୍ରତିଷ୍ଠା ବି ମିଳିଥାଏ ।

ଧନୁ ରାଶି

ଏମାନଙ୍କ ସ୍ତ୍ରୀ ବହୁତ ଖର୍ଚ୍ଚି ଅଟନ୍ତି । ଏମାଣଙ୍କ ପାଖରେ ଟଙ୍କା ସଞ୍ଚୟ ହୋଇପାରେ ନାହିଁ । ଏମାନଙ୍କୁ ସପିଙ୍ଗ କରିବା, ବୁଲିବା, ଅଧିକ ଖର୍ଚ୍ଚ କରିବା ଇତ୍ୟାଦି ଭଲ ଲାଗେ । ଏହି କାରଣରୁ ଟଙ୍କାକୁ ନେଇ ଝଗଡା ସ୍ଥିତି ଆରମ୍ଭ ହୋଇଯାଏ ।

ମକର ରାଶି

ଏହି ରାଶିର ଲୋକମାନଙ୍କୁ ଭଲ ଚିନ୍ତା ଧାରାର ସ୍ତ୍ରୀ ମିଳିଥାଏ । ଏମାନେ ବନ୍ଦୀ ହୋଇ ରହିବାକୁ ପସନ୍ଦ କରନ୍ତି ନାହିଁ । ଏମାନେ ନିଜ ପସନ୍ଦର କାମ କରିବାକୁ ଇଚ୍ଛା କରନ୍ତି । ଯାହା ଫଳରେ ସ୍ଵାମୀ ସହ ଏମାନଙ୍କ ପଡେ ନାହିଁ । କିନ୍ତୁ ଶଶୁର ଘରେ ବାପା ମାଙ୍କ ସହ ମିଶି ଯାଆନ୍ତି । ଯାହା ସ୍ଵାମୀ ପାଇଁ ଲାଭଦାୟକ ହୋଇଥାଏ ।

କୁମ୍ଭ ରାଶି

ଏହି ରାଶିର ପୁରୁଷଙ୍କୁ ଫିଲ୍ମି ସ୍ତ୍ରୀ ମିଳିଥାଏ । ଏମାନେ ସବୁବେଳେ ସ୍ଵପ୍ନର ଦୁନିଆରେ ରହିବାକୁ ପସନ୍ଦ କରନ୍ତି । ଏମାନେ ନିଜର ବ୍ୟବହାରରେ ଅନ୍ୟମାନଙ୍କୁ ମନୋରଞ୍ଜନ କରନ୍ତି । ସେଥିପାଇଁ ଏମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ ।

ମୀନ ରାଶି

ଏହି ରାଶିର ପୁରୁଷମାନଙ୍କ ସ୍ତ୍ରୀମାନେ ବହୁତ ଲାଜକୁଳି ହୋଇ ଥାନ୍ତି । ଏମାନେ କାହା ସହିତ ବେଶି କଥାବାର୍ତ୍ତା କରନ୍ତି ନାହିଁ । ଏମାନଙ୍କ ଦୁନିଆରେ କେବଳ ସ୍ଵାମୀ ଓ ସନ୍ତାନ ଥାନ୍ତି । ଏହି କାରଣ ଯୋଗୁ ଲୋକମାନେ ଏମାନଙ୍କୁ ବହୁତ ଗର୍ବୀ କୁହନ୍ତି । ଏମାନଙ୍କ ବୈବାହିକ ଜୀବନ ଠିକ ଠାକ ଚାଲିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।