ଶିଶୁ ଶ୍ରମିକ ଉପରେ ଆଧାରିତ ଏହି ସିରିୟଲ ‘ଉଡାନ’ ଆପଣମାନେ ତ ଦେଖିଥିବେ । ଯାହାର ହୃଦୟସ୍ପର୍ଶୀ କାହାଣୀ ସମସ୍ତଙ୍କ ମନକୁ ଛୁଇଁଥିଲା ଏବଂ ଏହି ସୀରିୟଲ ଟିଆରପି ରେ ନଂ-୧ ସ୍ଥାନ ରହିଥିଲା । ଏହାର ସମସ୍ତ ଶ୍ରେୟ ଯାଉଛି ଶିଶୁ କଳାକାର ଚକୋର କୁ ଯିଏ ତାଙ୍କର ସୁନ୍ଦର ଅଭିନୟ ଏବଂ ଚୁଲବୁଲି ଅନ୍ଦାଜ ପାଇଁ ସମସ୍ତଙ୍କ ହୃଦୟ ଜିତିଥିଲେ କିନ୍ତୁ ଏବେ ଉଡାନ ସିରିୟଲ ସମାପ୍ତ ହେବାର ଅନେକ ସମୟ ହୋଇଗଲାଣି ।
କଣ ଆପଣ ଜିଣିଛନ୍ତି ସେହି କୁନି ଶିଶୁ କଳାକାର ରୂପେ କାମ କରୁଥିବା ଚକୋର ଏବେ କେଉଁଠି ଅଛନ୍ତି, କଣ କରୁଛନ୍ତି ? ଉଡାନ ସିରିୟଲରେ କାମ କରୁଥିବା ଶିଶୁ କଳାକାରଙ୍କ ପ୍ରକୃତ ନାମ ସ୍ପନ୍ଦନ ଚତୁର୍ବେଦୀ ଅଟେ । ତାଙ୍କର ଜନ୍ମ ୨୫ ଅଗଷ୍ଟ ୨୦୦୭ ମସିହାରେ ଉଲ୍ଲାସ ନଗରରେ ହୋଇଥିଲା । ସେ ବର୍ତ୍ତମାନ ତାଙ୍କର ସମ୍ପୂର୍ଣ୍ଣ ପାଠପଢ଼ା ମୁମ୍ବାଇର କରୁଛନ୍ତି । ଯଦି ଆମେ ତାଙ୍କର ଅଭିନୟ କ୍ୟାରିୟର ବିଷୟରେ କଥା ହେବା ସେ ୨୦୧୨ ମସିହାରେ ‘ବୀର୍ କି ଅର୍ଦାସ୍ ବୀରା’ ସିରିୟଲ ମାଧ୍ୟମରେ ଟିଭି ଇଣ୍ଡଷ୍ଟ୍ରି ରେ ଡେବ୍ୟୁ କରିଥିଲେ ।
ଯେଉଁଥିରେ ତାଙ୍କର ଚରିତ୍ର ଗୁଞ୍ଜନ ଥିଲା, ଯାହାକୁ ଦର୍ଶକ ମାନେ ଖୁବ ପସନ୍ଦ କରିଥିଲେ । ଏହି ସିରିୟଲ ପରେ ତାଙ୍କୁ ଟିଭିର ଅନେକ ସିରିୟଲରେ କାମ କରିବାକୁ ସୁଯୋଗ ମିଳିଲା ତାହା ସଂସ୍କାର ମନୋହର ଅପ୍ନୋ କେ, ମଧୁବାଲା, ଲାଲ୍ ଇସ୍କ ଭଳି ସିରିୟଲ ମଧ୍ୟ ସାମିଲ୍ ଅଛି । ଏହି ସିରିୟଲ ପରେ ସେ ରିୟାଲିଟି ସୋ ଝଲକ ଦିଖ୍ ଲାଜା ଏବଂ କମେଡି ନାଇଟ୍ ୱିଥ୍ କପିଲ୍ ଶର୍ମା ସୋ ରେ ମଧ୍ୟ କାମ କରିଛନ୍ତି ଯାହାଦ୍ଵାରା ସେ ଆଜି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି କିନ୍ତୁ ତାଙ୍କର ଏହି ସୋ ‘ଉଡାନ’ ବନ୍ଦ ହେବାର ୪ ବର୍ଷରୁ ଅଧିକ ହୋଇଗଲାଣି ।
ଏହା ଭିତରେ ସେ ଅନେକ ବଦଳି ଯାଇଛନ୍ତି । ସିଏ ବର୍ତ୍ତମାନ ୧୩ ବର୍ଷ ବୟସର ହୋଇଗଲେଣି । ଆଗ ଅପେକ୍ଷା ସେ ବର୍ତ୍ତମାନ ବହୁତ ସୁନ୍ଦର ଏବଂ ଚତୁର ଦିଶୁ ଛନ୍ତି । ଯେମିତିକି ଆପଣ ଏହି ଫଟୋରେ ସଫା ଦେଖି ପାରୁଥିବେ । ପ୍ରଥମେ ସେ ଛୋଟ ଏବଂ ଚତୁରୀ ନଜର ଆସୁଥିଲେ କିନ୍ତୁ ବର୍ତ୍ତମାନ ସେ ବହୁତ ଷ୍ଟାଇଲିସ୍ ଦିଶୁ ଛନ୍ତି । ସେ ନିଜ ସାଙ୍ଗରେ ଅନେକ ଷ୍ଟାଇଲିସ୍ ଡ୍ରେସ ନେଉଛନ୍ତି ଏବଂ ତାଙ୍କର ନୂଆ ଲୁକ୍ ଅନ୍ଦାଜ ଦେଖି ଆପଣ ବି କହିବେ ସତରେ ସ୍ପନ୍ଦନ ବହୁତ ଅଧିକ ବଦଳି ଯାଇଛନ୍ତି ।
ସେହି ଶିଶୁ କଳାକାର ସ୍ପନ୍ଦନ ଚତୁର୍ବେଦୀ ଆଜି ବି ମଧ୍ୟ ସେ ତାଙ୍କ ଅଭିନୟ କ୍ୟାରିୟରକୁ ଜାରୀ ରଖିଛନ୍ତି । ସେ ଏବେ ଛୋଟ ପରଦାରେ ନୁହେଁ ବରଂ ବଲିଉଡ ଫିଲ୍ମରେ ନଜର ଆସୁଛନ୍ତି । ତାଙ୍କୁ ‘ସକୁନ୍ତଳା ଦେବୀ’ ଫିଲ୍ମରେ ଦେଖିବାକୁ ମିଳିଥିଲା ଏବେ ସେ ‘ଆର୍ ଆର୍ ଆର୍’ ବହୁତ ଶିଘ୍ର ନଜର ଆସିବାକୁ ଯାଉଛନ୍ତି ।