ଏହା ହେଉଛି ଭାରତର ସବୁଠୁ ମହଙ୍ଗା ୫ଟି ବଙ୍ଗଳା, ବଲୀଉଡ ରୁ କେବଳ ଏହି ଅଭିନେତା ଅଛନ୍ତି ସାମିଲ

ପ୍ରତ୍ୟେକ ମଣିଷର ସ୍ଵପ୍ନ ଥାଏ କି ସେ ନିଜର ନୂଆ ଜୀବନର ଆରମ୍ଭ ନିଜର ଘରୁ କରୁ । ବହୁତ ଲୋକଙ୍କ ଭାଗ୍ୟରେ ତାଙ୍କର ପୈତୃକ ସମ୍ପତ୍ତି ଆସିଥାଏ ତ କାହାକୁ ଆରମ୍ଭରୁ ପରିଶ୍ରମ କରିବାକୁ ପଡିଥାଏ ଓ ପରେ ସେ ନିଜର ଘର କରିପାରିଥାଏ । ଆଜି କାଲି ଘରର ଦାମ ବି ଆକାଶ ଛୁଆଁ ହେଲାଣି ଯାହା ବିଷୟରେ ଭାବିଲେ ଓ କଲେ ମଣିଷ ଜୀବନ ସାରା ଲୋନ ଭରିଥାଏ । ଏମିତିରେ ଏମିତି କିଛି ସେଲିବ୍ରିଟି ବି ଅଛନ୍ତି ଯାହାର ଗୋଟିଏ ଘରର ମୂଲ୍ୟରେ ୧୦ ଟି ସାଧାରଣ ମଣିଷର ସ୍ଵପ୍ନର ଘର ପୁରା ହୋଇପାରିବ ।

କିନ୍ତୁ ସତ କଥା ଏହା କି ତାଙ୍କୁ ମଧ୍ୟ ଏଠାରେ ପହଞ୍ଚିବାରେ ଦିନ ରାତି ବହୁତ ପରିଶ୍ରମ କରିବାକୁ ପଡିଛି। ଏହା ହେଉଛି ଭାରତର ୫ଟି ସବୁଠାରୁ ମହଙ୍ଗା ବଙ୍ଗଳା ଓ ଏହାର ମୂଲ୍ୟ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ । ଏଥି ମଧ୍ୟରୁ କାହାର ବି ବଙ୍ଗଳା କୋଟିଏ ଟଙ୍କାରୁ କମ ନୁହେଁ ।

ଏହା ହେଉଛି ଭାରତର ୫ ଟି ମହଙ୍ଗା ବଙ୍ଗଳା

୧. ମୁକେଶ ଅମ୍ବାନି

କେବଳ ଭାରତ ନୁହେଁ ପୁରା ଦୁନିଆରେ ରିଲିଆନ୍ସ ପରିବାରର ବଙ୍ଗଳା ସବୁଠୁ ମହଙ୍ଗା ବଙ୍ଗଳାରେ ସାମିଲ ଅଛି । ଆମ୍ବାନୀ ଏହି ବଙ୍ଗଳାକୁ ତିଆରି କରିବାରେ ନିଜର ଏକ ଚତୁର୍ଥାଂଶ ଆୟ ଲଗାଇଛନ୍ତି ଓ ସେମତି ହେଲା ଯେମିତି ସେ ଚାହୁଁଥିଲେ । ତାଙ୍କ ବଙ୍ଗଳାର ନାମ ‘ଏଣ୍ଟିଲା’ ଅଟେ ଓ ଏହାରା ଦାମ ହାରାହାରି ୧୦ ହଜାର କୋଟି ତାଙ୍କା ବୋଲି କୁହାଯାଏ । ସାଉଥ ମୁମ୍ବାଇରେ ଥିବା ମୁକେଶ ଆମ୍ବାନୀଙ୍କ ବଙ୍ଗଳାରେ ୨୭ ଟି ମହଲା ଅଛି ଯେଉଁ ମଧ୍ୟରୁ ୬ଟି ମହଲାରେ କେବଳ ପାର୍କିଂ କରାଯାଇଥାଏ ।

୨. ଶାହରୁଖ ଖାନ

ବଲିଉଡର କିଙ୍ଗ ଶାହରୁଖ ଖାନଙ୍କୁ ଏମିତିରେ କିଙ୍ଗ ବୋଲି କୁହା ଯାଏନି । କେବଳ ୧୫୦୦ ଟଙ୍କା ଆଣି ମୁମ୍ବାଇ ଆସିଥିବା ଶାହରୁଖ ଆଜି ୧୫୦ କୋଟି ଟଙ୍କାର ବଙ୍ଗଳାର ମାଲିକ ଅଟନ୍ତି । ତାଙ୍କର ବଙ୍ଗଳା ‘ମନ୍ନତ ଦ ଲ୍ୟାଣ୍ଡ ଏଣ୍ଡସ’ ଲୋକଙ୍କ ପାଇଁ ଟୁରିଷ୍ଟ ପ୍ଲେସ ମଧ୍ୟ ହୋଇଥାଏ ଯେଉଁଠି ଲୋକ ବୁଲିବାକୁ ଯାନ୍ତି କିନ୍ତୁ ତାକୁ କେବଳ ବାହାରରୁ ହିଁ ଦେଖିବାକୁ ପଡିଥାଏ । ଶହରୁଖଙ୍କ ବଙ୍ଗଳାରେ ଗୋଟିଏ ଅଫିସ, ବକ୍ସିଂ ରିଙ୍ଗ, ମିନି ଥିଏଟର, ଷ୍ଟୂଡିଓ ଓ ଟେବଲ ଟେନିସ କୋର୍ଟ ବି ଅଛି ।

୩. ଜିନ୍ଦଲ ହାଉସ

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ର ଚେୟାରମ୍ୟାନ ନବୀନ ଜିନ୍ଦଲ ଏବେ କଂଗ୍ରେସ ପାର୍ଟିର ନେତା ଅଟନ୍ତି । ତାଙ୍କର ବଙ୍ଗଳା ଦିଲ୍ଲୀ ପାଖରେ ଅବସ୍ଥିତ । ଏହା ହାରାହାରି ତିନି କୋଟି ଟଙ୍କାରେ ହୋଇଥିଲା ଏହାର ମୂଲ୍ୟ ୧୩୦ କୋଟି ପାଖାପାଖି ଅଟେ ।

୪. ରତନ ଟାଟା

ଟାଟା ଗ୍ରୁପ ର ପୂର୍ବ ଚେୟାରମ୍ୟାନ ରତନ ଟାଟାଙ୍କ ବଙ୍ଗଳା ବି ହାରା ହାରି ୧୪୦ କୋଟି ଟଙ୍କାର । ଯାହା ବହୁତ ଆକର୍ଷକ ଓ ଭଲ ଉପାୟରେ ତିଆରି କରାଯାଇଛି । ସମୁଦ୍ର କୂଳରେ ତାଙ୍କର ଏହି ଦାମୀ ବଙ୍ଗଳା ବହୁତ ସୁନ୍ଦର ଅଟେ ।

୫. ଅନିଲ ଅମ୍ବାନୀ

ମୁକେଶ ଆମ୍ବାନୀଙ୍କ ସାନ ଭାଇ ଅନିଲ ଆମ୍ବାନୀଙ୍କ ବଙ୍ଗଳା ବି ହାରାହାରି ୧୦ କୋଟି ଟଙ୍କାର । ମୁମ୍ବାଇର ପାଲି ହୀଲରେ ଥିବା ଏହି ବଙ୍ଗଳା ଆଲିସାନ ବଙ୍ଗଲାରେ ଗଣା ଯାଇଥାଏ ।

ବନ୍ଧୁମାନେ ଆଶା କରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକ୍ଲ ପସନ୍ଦ ଆସିଥିବ, ପସନ୍ଦ ଆସିଲେ ଗୋଟେ ଶେୟାର ନିଶ୍ଚୟ କରନ୍ତୁ , ଓ ଆମ ପେଜକୁ ଲାଇକ କରନ୍ତୁ।