“ମୁଁ ଫାର୍ଷ୍ଟ ଟାଇମ ବାର ରେ ଗୋଟିଏ ରାତିରେ 50-60 ହଜାର ଟଙ୍କା ରୋଜଗାର କରିଥିଲି ଆଉ ତା’ପରେ…” କିନ୍ନର Sweety Sahu ଙ୍କ ସଂଘର୍ଷ କାହାଣୀ

ଦୁନିଆରେ ବଞ୍ଚିବା ପାଇଁ ପ୍ରତ୍ଯେକ ମଣିଷକୁ ତା’ ଜୀବନରେ କିଛି ନା କିଛି ସଂଘର୍ଷ କରିବାକୁ ପଡେ । ସେହିପରି କିନ୍ନର ସ୍ଵିଟି ସାହୁଙ୍କୁ ମଧ୍ୟ ସମାଜରେ ନିଜ ପରିଚୟ ସୃଷ୍ଟି କରିବା ପାଇଁ ଅନେକ ସଂଘର୍ଷ କରିବାକୁ ପଡିଥିଲା । ଆଜି ଆମେ ଏହି ନିଆରା ମଣିଷଙ୍କ ସଂଘର୍ଷ କାହାଣୀ ବିଷୟରେ କିଛି ଜାଣିବା । ସ୍ଵିଟିଙ୍କ କହିବା ଅନୁଯାୟୀ, ସେ ପଞ୍ଚମ ଶ୍ରେଣୀରେ ପଢୁଥିବା ସମୟରୁ ହିଁ ନିଜକୁ ଭିନ୍ନ ରୂପରେ ଦେଖିଥିଲେ ଓ ସେ ଜଣେ ପୁଅ ନୁହନ୍ତି ବୋଲି ବୁଝି ପାରିଥିଲେ ।

କାରଣ ତାଙ୍କୁ ଝିଅଙ୍କ ଭଳି ଡ୍ରେସ ପିନ୍ଧିବା, ଚାଲିବା ଓ ସଜେଇ ହେବା ଆଦି ବହୁତ ପସନ୍ଦ ଲାଗୁଥିଲା । ତଥାପି ଘରଲୋକଙ୍କୁ ଭୟ କରୁଥିଲେ । ତାଙ୍କ ବାପା ଜଣେ ପ୍ରତିଷ୍ଠିତ ବିଜନେସମ୍ୟାନ ଥିଲେ ଓ ଭାଇଭଉଣୀ ମାନେ ଥିଲେ । ସ୍ଵିଟି ଚାଲିଚଳନରେ ଝିଅଙ୍କ ଭଳି ଢଙ୍ଗ ଦେଖି ତାଙ୍କୁ ଅନେକ ସମୟରେ ବାପା ଓ ଭାଇଭଉଣୀ ମାନେ ଠିକରେ ରହିବାକୁ କହୁଥିଲେ ।

କାରଣ ଅନ୍ୟ ଲୋକଙ୍କ ଠାରୁ ସେମାନଙ୍କୁ ଟାହିଟାପରା ଶୁଣିବାକୁ ଭଲ ଲାଗୁ ନଥିଲା । ସେଥିପାଇଁ ସ୍ଵିଟିଙ୍କ ବାପା ତାଙ୍କୁ କଲେଜ ପଢିବା ପାଇଁ ମହାରାଷ୍ଟ୍ର ପଠେଇ ଦେଇଥିଲେ । ସେଠାରେ ସେ କମ୍ପ୍ୟୁଟର ମଧ୍ୟ ଶିଖୁଥିଲେ । ହେଲେ ତାଙ୍କୁ ପ୍ରତ୍ଯେକ ସମୟରେ ଅନ୍ୟମାନଙ୍କ ଟାହିଟାପରାର ଶିକାର ହେବାକୁ ପଡୁଥିଲା ।

ଘର ଠାରୁ ମହାରାଷ୍ଟ୍ରରେ ହିଁ ତାଙ୍କୁ ଅଧିକ ନିର୍ଯ୍ୟାତନା ସହିବାକୁ ପଡିଥିଲା । ଯାହା ଫଳରେ ସେ ବାଧ୍ୟ ହୋଇ ଅଧାରୁ ପାଠ ଛାଡିଥିଲେ । ଦିନେ ଟ୍ରେନରେ ଫେରୁଥିବା ବେଳେ ଫିଲ୍ମ ଇଣ୍ଡଷ୍ଟ୍ରିରେ ମେକଅପ ଆର୍ଟିଷ୍ଟ ଥିବା ଜଣେ କିନ୍ନରଙ୍କ ସହ ତାଙ୍କର ଭେଟ ହୋଇଥିଲା । ସେ ସ୍ଵିଟିଙ୍କ ସମସ୍ଯା ବୁଝି ପାରିଥିଲେ ଓ ସ୍ଵିଟି ପ୍ରଥମ ଥର ପାଇଁ କାହାକୁ ନିଜ ବିଷୟରେ ସାବୁ କଥା ଖୋଲିକରି କହି ପାରିଥିଲେ ।

ଅନ୍ୟ କିନ୍ନର ଜଣଙ୍କ ସ୍ଵିଟିଙ୍କ ଭଲ ବନ୍ଧୁ ବନି ଯାଇଥିଲେ ଓ ତାଙ୍କୁ ଏକ ବାର୍ ରେ ମଧ୍ୟ କାମ ଦେଇଥିଲେ । ସ୍ଵିଟି ଖୁବ ଭଲ ଡ୍ୟାନ୍ସ କରନ୍ତି । ତେଣୁ ବାର୍ ରେ ଡ୍ୟାନ୍ସ କରି ସେ ପ୍ରଥମ ରାତିରେ ହିଁ ୫୦-୬୦ ହଜାର ଟଙ୍କା ରୋଜଗାର କରିଥିଲେ । ଯାହା ତାଙ୍କୁ ଖୁବ ଆନନ୍ଦ ଦେଇଥିଲା । ବାର୍ ରେ ମଧ୍ୟ ସମସ୍ତେ ଭାବୁଥିଲେ ସ୍ଵିଟି ଜଣେ ଝିଅ ବୋଲି । ହେଲେ ପରେ ସ୍ଵିଟି ନିଜର ପରିଚୟ ସମସ୍ତଙ୍କୁ ଦେଇଥିଲେ ।

ସ୍ଵିଟି ଅନେକ ସଂଘର୍ଷ କରି କାମ କରି ନିଜ ପରିଚୟ ସୃଷ୍ଟି କରିବା ସହ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ତାଙ୍କ ପରିବାର ମଧ୍ୟ ତାଙ୍କୁ ଆପଣେଇ ନଥିଲା । ଆଉ ଏବେ ସେ ନିଜ କମ୍ୟୁନିଟିର ଲୋକଙ୍କୁ ନିଜ ପରିବାର ମାନିବା ସହ ସେମାନଙ୍କ ଉନ୍ନତି ଦିଗରେ କାର୍ଯ୍ୟରତ ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।