କୁମ୍ଭ ରାଶିର ମହତ୍ତ୍ଵ କଣ ? ଜାଣନ୍ତୁ ଜ୍ୟୋତିର୍ବିଦ Pragyan Tripathy ଙ୍କ ଠାରୁ କୁମ୍ଭ ରାଶି ବିଷୟରେ କିଛି ଖାସ୍ କଥା ଓ ପ୍ରତିକାର

କୁମ୍ଭ ରାଶିର ବ୍ୟକ୍ତି କେମିତି ହୋଇଥାନ୍ତି ଓ ତାଙ୍କ ଭାବ କିପରି ରହିଥାଏ ଏସବୁ ବିଷୟରେ ଆଜି ଆମେ ଜାଣିବା ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ଠାରୁ । କୁମ୍ଭ ରାଶି ହେଉଛି କାଳପୁରୁଷର ଏକାଦଶ ଭାବ । ଏହି ଭାବଟିରେ ରହିଥାଏ ଲୋକସମ୍ପର୍କ ଏବଂ ଧନ । ଅଧିକ ପରିଶ୍ରମ ନକରି ମଧ୍ୟ ଯେଉଁ ଧନ ଆସିଥାଏ ଏମାନଙ୍କ ଭାଗ୍ୟରେ ସେହିପ୍ରକାର ଧନ ରହିଥାଏ । କୁମ୍ଭ ରାଶିଟି ଏକ ପୂର୍ଣ୍ଣ କୁମ୍ଭକୁ ବୁଝାଏ । ଅର୍ଥାତ ଯେପରି ଏକ କୁମ୍ଭ ବା କଳସରେ ଆମେ ଜଳ ଭର୍ତ୍ତି କରୁ, ଶସ୍ୟ ରଖୁ ଏବଂ ତା’ପରେ ନଡିଆ ରଖୁ ଏହା ସେପରି ପୂର୍ଣ୍ଣ କୁମ୍ଭ ।

କୁମ୍ଭ ରାଶି ହେଉଛି ଶନି ଭଗବାନଙ୍କର ରାଶି । ଏହି ରାଶିରେ କେହି ଉଚ୍ଚ ଫଳ ଦିଅନ୍ତିନି କି କେହି ନୀଚ ଫଳ ମଧ୍ୟ ଦିଅନ୍ତିନି । ଏହି ଘର ହେଉଛି ଶନି ଭଗବାନଙ୍କର ମୂଳ ତ୍ରିକୋଣ ଘର । ଏହି ଘରେ ରାହୁ ମଧ୍ୟ ବହୁତ ଶୁଭଫଳ ଦେଇଥାନ୍ତି । ଏହି ଘରଟି ଏକ ବାୟୁ ତତ୍ତ୍ଵର ଘର । ଯେତେବେଳେ ବହୁତ ଜୋରରେ ଝଡ ହୁଏ ଏବଂ ପବନ ବୋହେ ସେତେବେଳେ ଯେଉଁ ବାୟୁ ବହେ ଏହା ହେଉଛି ସେହି ପ୍ରକାର ବାୟୁ ତତ୍ତ୍ଵର ଘର ।

ଏହି କୁମ୍ଭ ଘର ହେଉଛି ଏକ ନାରୀ ଘର । ସେଥିପାଇଁ ଏହା ସ୍ଥିର ମଧ୍ୟ । କୁମ୍ଭ ରାଶିର ଯେଉଁ ଭାବ ଥାଉ ନା କାହିଁକି ଚନ୍ଦ୍ରମା ଯଦି ନିଜ ସ୍ଥାନ ଠାରୁ ଅଷ୍ଟମରେ ରହୁଛନ୍ତି ଏହି ଭାବଟିକୁ କେମିତି ବଳବାନ କରିବେ ତାହା ଦେଖିବା ଉଚିତ । କୁମ୍ଭ ରାଶିରେ କର୍କଟ ଯେଉଁ ସ୍ଥାନରେ ରହିଥାଉ ନା କାହିଁକି ଚନ୍ଦ୍ର ସବୁବେଳେ ଅଷ୍ଟମ ସ୍ଥାନରେ ରହିଥାନ୍ତି ।

ଏହି ରାଶିର ବ୍ୟକ୍ତି ବହୁତ ପ୍ରକାରର ଜ୍ଞାନ ଜାଣିବାକୁ ଇଚ୍ଛା ରଖିଥାନ୍ତି । ଉଦାହରଣ ସ୍ୱରୂପ ଯଦି ସେମାନେ ଡାକ୍ତର ଅଛନ୍ତି ତେବେ ଜ୍ଯୋତିଷ ଜାଣିବାକୁ ଇଚ୍ଛା କିମ୍ବା ଯଦି ସେମାନେ ଆଇଟି କ୍ଷେତ୍ରରେ ଅଛନ୍ତି ସେମାନେ ବୈଜ୍ଞାନିକ କେମିତି ହୁଅନ୍ତି ତାହା ଜାଣିବାକୁ ଇଚ୍ଛା । ଏହି ରାଶିର ଲୋକଙ୍କ ଠାରେ ସବୁ ପ୍ରକାର ଜ୍ଞାନ ଜାଣିବାକୁ ଇଚ୍ଛା ରହିଥାଏ । ଏମାନେ ବିଶେଷ ଭାବେ ଖୁସି ରହିବାକୁ ଚାହିଁଥାନ୍ତି ।

ଏମାନେ ପ୍ରେମରେ ସେତେ ସିରିୟସ ହୁଅନ୍ତିନି କି କାହାକୁ ଜାଣିଶୁଣି ଧୋକା ମଧ୍ୟ ଦିଅନ୍ତିନି । ଯେତେବେଳେ ରାଗିଯିବେ, ଆମେ ସବୁ ଜାଣିଛୁ ଆମ କଥା ଠିକ ବୋଲି କହି ଏମାନେ ଟିକେ ନେଗେଟିଭ ହୋଇଯାନ୍ତି । ଖେଳ ଏବଂ ରାଜନୀତି କ୍ଷେତ୍ରରେ ଏମାନଙ୍କର ଅଧିକ ଆଗ୍ରହ ଥାଏ ।

ତେବେ ଆପଣଙ୍କର ଯାହାବି ଭାବ ରହିଥାଉ ନା କାହିଁକି ତାହାକୁ ବଳବାନ କରିବା ପାଇଁ ଆପଣ ଏହି ଉପାୟ କରନ୍ତୁ । ଯଦି ଆପଣଙ୍କ ଭାବ ତ୍ରିକ ଜାଗାରେ ରହିଛି ତେବେ ଆପଣ ୪୩ ଦିନ ସନ୍ନ୍ୟାସୀ ଜୀବନଯାପନ କରନ୍ତୁ । ଏକ ନିର୍ଦ୍ଧିଷ୍ଟ ସମୟରେ କହିବେ ଓ ରାତ୍ରରେ ଉପବାସ କରିବେ ଏବଂ ୪୩ ଦିନ ହନୁମାନଙ୍କ ପାଖରେ ସୁନ୍ଦରକାଣ୍ଡ ପାଠ କରିବେ ।

ବସ୍ତ୍ର ପିନ୍ଧିବେ, ଦୀପ ଲଗେଇବେ, ଫଳ ଭୋଗ କରିବେ ଏବଂ ୪୩ ଦିନ ଯାଏଁ ବାହାରେ କିଛିବି ଖାଇବେନି । ଏହି ପ୍ରତିକାର ଆପଣଙ୍କ ଆପଣଙ୍କ ଏହି ଭାବଟି ବହୁଳ ବଳିଷ୍ଠ ହେବ ଏବଂ ଶୁଭଫଳ ପ୍ରାପ୍ତ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।