ଏହି କାରଣରୁ Sunil Shetty ଙ୍କୁ ନିଜର ବାପା ବୋଲି ଭାବୁ ନଥିଲେ ଝିଅ Athiya, କହୁଥିଲେ ‘ମୋର 2-2 ତା ବାପା’

ହିନ୍ଦୀ ସିନେମାର ଲୋକପ୍ରିୟ ଅଭିନେତା ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟା ଓ ପୁଅ ଆହାନ ମଧ୍ୟ ଠିକ ତାଙ୍କର ପଦଚିହ୍ନ ଅନୁସରଣ କରି ଫିଲ୍ମ ଦୁନିଆରେ ନିଜ କ୍ଯାରିୟର ବନାଇବାକୁ ନିର୍ଣ୍ଣୟ ନେଇଛନ୍ତି । ଆଥିୟା ପୂର୍ବରୁ ବଲିଉଡରେ ପାଦ ଦେଇ ସାରିଥିବା ବେଳେ ଏବେ ନିକଟରେ ପୁଅ ଆହାନଙ୍କ ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଛି । ଆନ୍ନା ନାମରେ ପ୍ରସିଦ୍ଧ ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟା ଗତ ନଭେମ୍ବର ୫ ତାରିଖରେ ୨୯ ତମ ଜନ୍ମଦିନ ମଧ୍ୟ ପାଳନ କରିଛନ୍ତି ।

କିନ୍ତୁ ଏକ ସମୟ ଥିଲା ଯେବେ ଆଥିୟା ସୁନିଲଙ୍କୁ ନିଜ ବାପା ବୋଲି ଭାବୁ ନଥିଲେ । ତେବେ ଏହି ଘ-ଟ-ଣା-ଟି ସୁନିଲଙ୍କ ଏକ ଫିଲ୍ମ ସହ ଜଡିତ ଅଟେ । ଆଥିୟା ପିଲାଦିନେ ସୁନିଲଙ୍କୁ ‘ମେରେ ଦୋ ଦୋ ବାପ’ କହି ଡାକୁଥିଲେ । ୧୯୯୪ରେ ସୁନିଲଙ୍କ ଫିଲ୍ମ ‘ଗୋପୀ-କିଶନ’ ଆସିଥିଲା ଓ ଦର୍ଶକେ ମଧ୍ୟ ଏହାକୁ ଖୁବ ପସନ୍ଦ କରିଥିଲେ । ଏହି ଫିଲ୍ମ ଚରିତ୍ର ଅନୁସାରେ ସୁନିଲ ଗୋପୀ ଓ କିଶନ ନାମକ ଦୁଇଟି ଚରିତ୍ରରେ ଅଭିନୟ କରିଥିଲେ । ଏହି ଫିଲ୍ମରେ ତାଙ୍କ ପୁଅ ତାଙ୍କୁ ‘ମେରେ ଦୋ ଦୋ ବାପ’ ବୋଲି କହୁଥିଲେ ।

ଏହି ଡାଇଲଗ ସେତେବେଳେ ଖୁବ ଚର୍ଚ୍ଚାରେ ଥିଲା । ଏହା ଦେଖି ଆଥିୟା ମଧ୍ୟ ତାଙ୍କୁ ସେହିଭଳି ଡାକିବାକୁ ଆରମ୍ଭ କରି ଦେଇଥିଲେ । ସୁନିଲ ଏକ ସାକ୍ଷାତକାରରେ କହିଥିଲେ କି, ଗୋପୀ-କିଶନର ଏହି ଡାଇଲଗ ଏତେ ହିଟ୍ ହୋଇଯିବ ବୋଲି ସେ କେବେ ଭାବି ଥିଲେ । ନିଜ ଘରେ ଏହି ଡାଇଲଗ ଶୁଣି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଆଉ ଏହି ସମୟରେ ଆଥିୟା ତାଙ୍କୁ ‘ମେରେ ଦୋ ଦୋ ବାପ’ କହୁଥିଲେ ସେ ଖୁଲାସା କରିଥିଲେ । ତେବେ ସୁନିଲ ତାଙ୍କୁ ଏହା ଠିକ ନୁହେଁ ଏବଂ ଏହା କିଛି ମଜା କଥା ନୁହେଁ ବୋଲି କହି ବୁଝାଇ ଦେଇଥିଲେ ।

ତେବେ କୁହାଯାଉଛି କି ପିଲାବେଳେ ଆଥିୟାଙ୍କୁ ସତରେ ଲାଗୁଥିଲା କି ତାଙ୍କର ଦୁଇ ଦୁଇଟି ବାପା ବୋଲି । ଛୋଟବେଳୁ ହିଁ ଆଥିୟା ଫିଲ୍ମରେ ନିଜ କ୍ଯାରିୟର ବନେଇବାର ସ୍ଵପ୍ନ ଦେଖିଥିଲେ ବୋଲି କୁହାଯାଉଛି । ନ୍ୟୁୟର୍କର ଫିଲ୍ମ ମେକିଂ ଆଣ୍ଡ ଲିବରାଲ ଆର୍ଟସରେ ଗ୍ରାଜୁଏସନ କରିଥିବା ଆଥିୟା ୨୦୧୫ ରେ ହିନ୍ଦୀ ସିନେମାରେ ପାଦ ଦେଇଥିଲେ । ଆଦିତ୍ୟ ପଞ୍ଚୋଲିଙ୍କ ସୂରଜ ପଞ୍ଚୋଲିଙ୍କ ସହ ତାଙ୍କର ଏହି ଡେବ୍ୟୁ ଫିଲ୍ମର ନାମ ଥିଲା ‘ହିରୋ’ । ଏହି ଫିଲ୍ମ ପାଇଁ ଆଥିୟାଙ୍କୁ ବେଷ୍ଟ ଫିମେଲ ଡେବ୍ୟୁ ଆୱାର୍ଡ ମଧ୍ୟ ମିଳିଥିଲା ।

କିନ୍ତୁ ଏହାପରେ ଆଥିୟା ତାଙ୍କ କ୍ଯାରିୟରରେ ଆଉ କୌଣସି ହିଟ୍ ଫିଲ୍ମ ଦେଇ ପାରିନାହାନ୍ତି । ହିରୋ ପରେ ଆଥିୟା ମୁବାରକା, ନୱାବଜାଦେ ଓ ମୋତିଚୁର ଚକନାଚୁର ପରି ଫିଲ୍ମରେ କାମ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।