ଗାଈ ଚରାଳି ରୁ ଆଜି ହେଲେ ବୈଜ୍ଞାନିକ, ମାଟ୍ରିମନିରୁ ପାଇଲେ ଜୀବନସାଥୀ, ଏହି ଓଡିଆ ବୈଜ୍ଞାନିକଙ୍କ ସଂଘର୍ଷର କାହାଣୀ ଶୁଣିଲେ ଆପଣ ମଧ୍ୟ ଗର୍ବ ଅନୁଭବ କରିବେ, ଦେଖନ୍ତୁ Video

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ, ବଲାଶିଙ୍ଘା ଗାଁ’ର ଯୁବ ବୈଜ୍ଞାନିକ ଶେଷ କିଶାନ । ଜନ୍ମମାଟି ବାଲାଶିଙ୍ଘାରୁ ଯାଇ ଜର୍ମାନରେ ଏବେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଛନ୍ତି । ସାଧାରଣ ଜୀବନଯାପନ ପ୍ରତି ରୁଚି ରଖିଥିବା ଏହି ଅନାଥ ଆଦିବାସୀ ଗରିବ ପିଲା ଶେଷ କିଶାନଙ୍କ ଜୀବନ ସଂଘର୍ଷ କାହାଣୀ ଆଜି ସମସ୍ତ ପାଇଁ ପ୍ରେରଣା ଯୋଗାଉଛି । ଛୋଟବେଳୁ ସମସ୍ତଙ୍କୁ ହରାଇ ଦେଇଦେବା କିଶାନ ଜର୍ମାନରେ ଥିବା ବେଳେ ବର୍ଷେ ତଳେ ନିଜ ଏକମାତ୍ର ଭଉଣୀକୁ ମଧ୍ୟ ହରାଇଛନ୍ତି ।

ଏହି କିଛିଦିନ ହେବ ଜର୍ମାନରୁ ଛୁଟିରେ ଆସି ଗାଁରେ ଥିବା ପୁରୁଣା କୁଡିଆ ଘର ଓ ଭଉଣୀଙ୍କ ପାଇଁ ନିଜ ଦରମାରେ ତିଆରି କରିଥିବା ଘରକୁ ଦେଖି ଭାବବିହ୍ଵଳ ହୋଇ ପଡିଥିଲେ । କାରଣ ଯାହାଙ୍କ ପାଇଁ ଏହି ଘର ତିଆରି କରିଥିଲେ ସେ ଆଉ ନାହାନ୍ତି । ତେବେ ଅନେକ ଦୁଃଖ ପରେ ଏବେ ଶେଷ କିଶାନଙ୍କ ଜୀବନରେ ଆସୁଛି ଆଉ ଗୋଟିଏ ଖୁସି । ତାଙ୍କୁ ମିଳିଛି ଜୀବନସାଥି ଟିଏ ।

ଗାଁ ସ୍କୁଲରୁ ପାଠପଢା ଆରମ୍ଭ କରି କିଛି ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ସହଯୋଗରେ ଶେଷ କିଶାନ ନବୋଦୟ ସ୍କୁଲରୁ ଯୁକ୍ତ ଦୁଇ ପଢିଥିଲେ ଓ ତା’ପରେ ଭୁବନେଶ୍ବର ସ୍ଥିତ ନାଇଜରରେ ପଢିବା ପରେ ୨୦୧୮ ମସିହାରେ ଜର୍ମାନର ଏକ ନାମୀ ବିଶ୍ଵ ବିଦ୍ୟାଳୟରେ ଗବେଷକ ଭାବେ ନିଜ କାର୍ଯ୍ୟ ଆରମ୍ଭ କରିଥିଲେ । ଜର୍ମାନରେ ଥାଇ ମଧ୍ୟ ଗାଁରେ ପ୍ରାୟ ୧୭୦ ଜଣ ଗରିବ ପିଲାଙ୍କୁ ନିଜ ଉଦ୍ୟମରେ ଶିକ୍ଷା ନିଯୁକ୍ତି ଦେଇ ପାଠ ପଢାଇବା ସହ ସମସ୍ତ ପଢା ଖର୍ଚ୍ଚ ବହନ କରୁଛନ୍ତି ଶେଷ କିଶାନ ।

ଜୀବନସାଥିଙ୍କ ସହ ମିଶି ଆଗାମୀ ଅନେକ କିଛି ନିଜ ଗାଁ ମାଟି ପାଇଁ କରିବାର ସେ ସ୍ଵପ୍ନ ଦେଖିଛନ୍ତି । ତେବେ ମାଟ୍ରିମନିରୁ ପାଇଥିବା ଏହି ଜୀବନସାଥିଙ୍କୁ ନେଇ ଶେଷ ବହୁତ ଖୁସି ଅଛନ୍ତି । ବୈଜ୍ଞାନିକ ବାବୁ ଓଡିଶାର ଜଣେ ଝିଅଙ୍କୁ ନିଜ ଜୀବନସାଥୀ ଭାବେ ଗ୍ରହଣ କରିବେ ବୋଲି ଖବର ପାଇ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି ତାଙ୍କ ଗ୍ରାମବାସୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।