କଳିଯୁଗରେ ଭାଗ୍ୟଶାଳୀ ସ୍ତ୍ରୀ ଙ୍କ ମଧ୍ୟରେ ଦେଖା ଦିଏ ଏହି 9 ଟି ଲକ୍ଷଣ, ହୋଇଥାନ୍ତି ସାକ୍ଷାତ ମା’ ଲକ୍ଷ୍ମୀଙ୍କର ରୂପ

ବିବାହ ପୂର୍ବରୁ ଉଭୟ ମହିଳା ଓ ପୁରୁଷଙ୍କ ମନରେ ନିଜ ଜୀବନସାଥିଙ୍କୁ ନେଇ ଅନେକ କଳ୍ପନା ଓ ଆକାଂକ୍ଷା ରହିଥାଏ । ମହିଳା ଯେପରି ଉତ୍ତମ ଜୀବନସାଥି ଖୋଜିଥାଏ, ପୁରୁଷ ମଧ୍ୟ ସେପରି ନିଜ ଗୃହର ସୁଖଶାନ୍ତି ରକ୍ଷା କରିବା ଭଳି ସଦଗୁଣୀ, ସଦାଚାରୀ ଓ ପତିବ୍ରତା ମହିଳା କାମନା କରିଥାଏ । ତେବେ ଆସନ୍ତୁ ଜାଣିବା ସାମୁଦ୍ରିକ ଶାସ୍ତ୍ର ଅନୁସାରେ ସ୍ତ୍ରୀ ଶରୀରର କେଉଁ ଲକ୍ଷଣରୁ ଜାଣିବେ ଯେ ସ୍ତ୍ରୀ ଟି ଗୁଣବାନ ଓ ଭାଗ୍ୟଶାଳୀ ଅଟେ ।

୧- ଲମ୍ବା କେଶ

ଯେଉଁ ମହିଳାଙ୍କର କେଶ ଲମ୍ବା, ଘନ ଓ ସିଧା ହୋଇଥାଏ, ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏପରି କେଶ ସୁଖ ସମୃଦ୍ଧି ଓ ଐଶ୍ୱର୍ଯ୍ୟ ର ପ୍ରତୀକ ଅଟେ । ଏପରି ସ୍ତ୍ରୀକୁ ବିବାହ କରିଥିବା ପୁରୁଷ ଜୀବନରେ ସର୍ବଦା ଉନ୍ନତି କରନ୍ତି ।

୨- ଗୋଲ ଚେହେରା ଓ ବଡ଼ ଆଖି

ଗୋଲ ଚେହେରା ଓ ବଡ଼ ବଡ଼ ଚମକଦାର୍ ଆଖି ଥିବା ମହିଳା ଅତ୍ୟନ୍ତ ଦୟାଳୁ ସ୍ୱଭାବର ହୋଇଥାନ୍ତି । ଏପରି ସ୍ତ୍ରୀ ନିଜ ସ୍ଵାମୀଙ୍କ ପ୍ରତି ବିଶ୍ଵସ୍ତ ହୋଇଥାନ୍ତି ଓ ଏହା ସହ ଏହି ମହିଳା ଯେଉଁ ଘରେ ବିବାହ କରି ଯାଆନ୍ତି ସେଠାରେ କ୍ଳେଶର ବାତାବରଣ ସୃଷ୍ଟି ହୋଇ ନ ଥାଏ । ଏମାନଙ୍କ ଆଗମନରେ ପରିବାରର ବାତାବରଣ ଚମକି ଉଠେ ।

୩- ଚଉଡା ମଥା

ଯେଉଁ ସ୍ତ୍ରୀ ର ମଥା ଚଉଡା ଓ ଚମକଦାର୍ ହୋଇଥାଏ ସେପରି ସ୍ତ୍ରୀ କୁ ଉତ୍ତମ ଭାଗ୍ୟଶାଳୀ ବୋଲି ମାନାଯାଏ ଓ ଏମାନେ ପରିବାରର କଲ୍ୟାଣକାରୀ ହୋଇଥାନ୍ତି ।

୪- ନାକ ପୃଷ୍ଠ ଭାଗରେ କଳାଜାଇ

ଯେଉଁ ମହିଳାଙ୍କ ନାକ ପୃଷ୍ଠ ଭାଗରେ କଳାଜାଇ ଥାଏ, ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ଓ ସୁଖ ସମୃଦ୍ଧିରେ ଜୀବନ କାଟିଥାନ୍ତି । ଏହି ମହିଳାଙ୍କ ଯୋଗୁଁ ଦୁଇଟି ଯାକ କୁଳରେ ସୁଖ ସମୃଦ୍ଧି ଆସିଥାଏ ।

୫- ସିଧା ଓ ସଫା ଦାନ୍ତ

ଯେଉଁ ମହିଳାଙ୍କ ଦାନ୍ତ ସଫା ଏବଂ ସିଧା ହୋଇଥାଏ, ସାମନା ଦୁଇ ଦାନ୍ତ ମଧ୍ୟରେ ଫାଙ୍କ ଥାଏ, ଜିଭ ପତଳା ଏବଂ ଲାଲ୍ ବା ଗୋଲାପି ରଙ୍ଗର ହୋଇଥାଏ ଓ ଓଠ ହାଲୁକା ଗୋଲାପି ବା ଓଠରେ ଜାଇ ଥାଏ, ସେପରି ସ୍ତ୍ରୀ ମଧ୍ୟ ଭାଗ୍ୟଶାଳୀ ଅଟେ ଓ ନିଜ ପରିବାରର ସମ୍ପୂର୍ଣ୍ଣ ଧ୍ୟାନ ରଖେ ।

୬- ପତଳା ଓ ଲମ୍ବା ବେକ

ଯେଉଁ ମହିଳାଙ୍କ ବେକ ପତଳା ଓ ଲମ୍ବା ହୋଇଥାଏ, ତାଙ୍କୁ ବିବାହ କରିଥିବା ପୁରୁଷ ସର୍ବଦା ବ୍ୟାପାର ଏବଂ ଚାକିରୀରେ ଉନ୍ନତି କରିଥାନ୍ତି ଓ କୌଣସି କାର୍ଯ୍ୟରେ ବିଫଳ ହୁଅନ୍ତି ନାହିଁ ।

୭- ଲମ୍ବା ବାହୁ ଓ ଚିକ୍କଣ ପାପୁଲି

ଯେଉଁ ମହିଳାଙ୍କ କାନ୍ଧ ସାମନାକୁ ଟିକେ ଝୁକି ରୁହେ, ଲମ୍ବା ବାହୁ, ଚିକ୍କଣ,ଗୋଲାପି ଓ ମାଂସଳ ପାପୁଲି ଓ ସେଥିରେ ଶଙ୍ଖ ଓ ଚକ୍ର ଭଳି କୌଣସି ଶୁଭ ଚିହ୍ନ ଥାଏ ଏବଂ ଆଙ୍ଗୁଠି ସୁନ୍ଦର ହୋଇଥାଏ, ଏପରି ମହିଳାଙ୍କ ହାତରୁ ହିଁ ତାଙ୍କ ସୌଭାଗ୍ୟ ଝଳକି ଥାଏ । ଏମାନେ ବୁଦ୍ଧିର ସହ ଧନ ଖର୍ଚ୍ଚ ଓ ସଞ୍ଚୟ କରନ୍ତି ।

୮- ଲମ୍ବା ଗୋଡ଼, ମାଂସଳ ଜଙ୍ଘ ଓ ସୁନ୍ଦର ପାଦ

ଯେଉଁ ମହିଳାଙ୍କ ଗୋଡ଼ ଲମ୍ବା, ମାଂସଳ ଜଙ୍ଘ ଥାଏ, ପରିଷ୍କାର ପାଦ ଓ ଗୋଡ଼ ଆଙ୍ଗୁଳି ଲାଗି ଲାଗି ଥାଏ ଏବଂ ଗୋଇଠି ଗୋଲ ଥାଏ, ଏପରି ସ୍ତ୍ରୀ ସାକ୍ଷାତ ମା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି ।

୯- ବଡ଼, ଗୋଲ ଏବଂ ଗଭୀର ନାଭି

ଯେଉଁ ମହିଳାଙ୍କ ନାଭି ଗୋଲ, ଗଭୀର ଓ ବଡ଼ ହୋଇଥାଏ, ନାଭି ଉପରେ ବା ଆଖପାଖରେ ଜାଈ ରହିଥାଏ, ଏପରି ମହିଳାମାନେ ସୈାଭାଗ୍ୟବତୀ ହୋଇଥାନ୍ତି । ଏମାନଙ୍କ ଯୋଗୁଁ ପରିବାରରେ ସୁଖଶାନ୍ତି ଆସେ ଓ ପରିବାର ସଦସ୍ୟଙ୍କ ଭାଗ୍ୟୋଦୟ ହୋଇଥାଏ ।