Health Tips- ବାରମ୍ବାର ଗୋଡ ଶିର ମୋଡି ହେଇଯିବା, ଗଣ୍ଠି ଦରଜ, ଶିର କମଜୋର ହେଇଯିବା ପାଇଁ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା

ଆମ ଶରୀରରେ ରକ୍ତ ଚଳାଚଳ ହେବା ନିହାତି ଜରୁରୀ ଅଟେ । ନଚେତ ଶରୀରରେ ଅନେକ ପ୍ରକାରର ରୋଗ ଦେଖାଯାଏ । ଯେମିତି କି ଗୋଡରେ ଯନ୍ତ୍ରଣା ହେବା, ଗୋଡର ଶିରା ପ୍ରଶିରାରେ ଯନ୍ତ୍ରଣା ହେବା ଇତ୍ୟାଦି ରୋଗ ଦେଖାଯାଏ । ଏହାର କାରଣ ହେଉଛି ଆମ ଶରୀରରେ ଭିଟାମିନର କମି ଯୋଗୁ ଏହି ସବୁ ରୋଗ ଦେଖାଯାଏ ।ଏହାଛଡା ମଦ୍ୟପାନ ବା ସିଗାରେଟ ବ୍ୟବହାର କରିବା ଫଳରେ ମଧ୍ୟ ଏହି ସମସ୍ଯା ଦେଖାଯାଏ ।

ଡାଇବେଟିସ, ବ୍ଲଡ଼ ପ୍ରେସର, କିଡନୀ ଆଦି ରୋଗ ଥିଲେ ମଧ୍ୟ ସମସ୍ଯା ଦେଖାଯାଏ । ଆମ ଶରୀରରେ ରକ୍ତ ସଂଚାଳନ ନ ହେଲେ ମଧ୍ୟ ଗୋଡରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ୟାର ନିବାରଣ ବିଷୟରେ କହିବାକୁ ଯାଉଛୁ । ଗୋଡରେ ଯନ୍ତ୍ରଣା ହେବାର କିଛି ଲକ୍ଷଣ ରହିଛି କିଛି ସମୟରେ ହାତର ଚଳାଚଳ କାମ କରେ ନାହି । ପାହାଚ ଚଢିଲା ବେଳେ ଆଁଠୁରେ ଯନ୍ତ୍ରଣା ହେବା, ଚାଲିବା ସମୟରେ ବାଲାନ୍ସ ନ ପାଇବା, ବେକକୁ ମୁବମେଣ୍ଟ କରିବା ବେଳେ କଷ୍ଟ ହେବା, ରାତିରେ ଶୋଇବା ସମୟରେ ହଟାତ ଗୋଡରେ ଯନ୍ତ୍ରଣା ହେବା ଇତ୍ୟାଦି ଲକ୍ଷଣ ଦେଖାଯାଏ ।

ଏହାର ନିରାକରଣ ପାଇଁ କିଛି ଘରୋଇ ଚିକିତ୍ସା ରହିଛି : ଯଦି ଗୋଡରେ ଅଧିକ ଯନ୍ତ୍ରଣା ହେଉଥାଏ ତେବେ ହାଲକା ଭାବେ ତେଲ ମାଲିସ କରିବା ଉଚିତ । ଶୋଇବା ସମୟରେ ଗୋଡକୁ ଉଚ୍ଛା ଜାଗାରେ ବା ତକିଆ ରଖିବା ଉଚିତ । ଆଁଠୁରେ ପଟି ବାନ୍ଧିବା ଉଚିତ । କୌଣସି ନିଶାଦ୍ରବ୍ୟ ଖାଇବା ଅନୁଚିତ । ଯଦି ଆପଣଙ୍କର ଓଜନ ଅଧିକ ରହିଥାଏ ତେବେ ନିୟମିତ ଦୌଡିବା ଫଳରେ ଗୋଡ ଯନ୍ତ୍ରଣା ଦୂର ହୋଇଥାଏ ।

ସବୁଜ ପନିପରିବା ଯେମିତି କି ପାଳଙ୍ଗ ଶାଗ,ଗାଜର,ବିଟ,ଅମୃତଭଣ୍ଡା, କାକୁଡି, ବିଲାତି  ଓ ଫଳ ଯେମିତିକି ସେଓ, ବେଦନା, କଦଳୀ ଆଦି ଖାଇବା ଫଳରେ ଆମ ଶରୀରକୁ ଭିଟାମିନ ମିଳିଥାଏ ଫଳରେ ଏହି ସମସ୍ଯା ଦୂର ହୁଏ । ଅଧିକ ମୋଟା ଯେମିତିକି ମଇଦା ଜାତୀୟ ଖାଦ୍ଯ ଖାଇବା ଅନୁଚିତ । ଗୋଡରେ କଷ୍ଟ ହେଲେ ସେହି ଜାଗାରେ ବରଫ ରଖିବା ଫଳରେ କଷ୍ଟ ଦୂର ହୁଏ । ଏହାବ୍ୟତୀତ ଚିଆସିଡ, ବାଦାମ, ମାଛ ଆଦି ଖାଇବା ଫଳରେ ଏହି ସମସ୍ଯା ଦୂର ହୁଏ ।

କଳା କିସମିସକୁ ପାଣିରେ ଭିଯାଇ ଖାଇବା ଫଳରେ ଏହି ସମସ୍ୟା ଦୂର ହୋଇଥାଏ । ଏହାଛଡା ରସୁଣ ଓ ପିଆଜ ଖାଇବା ଦ୍ଵାରା ଆମ ଶରୀରର ରକ୍ତ ଚଳାଚଳ ହୋଇଥାଏ ଓ ଗୋଡରେ ହେଉଥିବା କଷ୍ଟ ଦୂର ହୋଇଥାଏ । ଗୋଡରେ ଅଧିକ ଯନ୍ତ୍ରଣା ହେଉଥିଲେ ପୋଦିନା ତେଲ ମାଲିସ କରିବା ଫଳରେ ଯନ୍ତ୍ରଣା କମ ହୋଇଥାଏ । କଞ୍ଚା ବିଲାତି ଖାଇବା ଦ୍ଵାରା ଆମ ଶରୀରରେ ରକ୍ତ ସଂଚାଳନ ଠିକ ଭାବେ ହୋଇଥାଏ ।

ଏହାଛଡା ସୂର୍ଯ୍ୟମୁଖୀ ମଞ୍ଜି, ଅଲସି ମଞ୍ଜି, କଖାରୁ ମଞ୍ଜି ଖାଇବା ଫଳରେ ଆମ ଶରୀରରେ ନିଉଟ୍ରେଶନର କମି ଦେଖାଯାଏ ନାହି । ମାଛ, ଅଣ୍ଡା, କ୍ଷୀର ଆଦି ଖାଇବା ଫଳରେ ଆମ ଶରୀରକୁ ଭିଟାମିନ- ୧୨ ମିଳିଥାଏ । ଅଧିକ ତେଲ ଜାତୀୟ ଖାଦ୍ଯ ଖାଇବା ଅନୁଚିତ । ଚିନି ଓ ଲୁଣ କମ ଖାଇବା ଫଳରେ ଆମ ଶରୀର ସୁସ୍ଥ ରହିଥାଏ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଟିପ୍ପଣୀଟି ଭଲ ଲାଗିଥାଏ ତେବେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।