୨୬ ବର୍ଷ ହେବ ଫିଲ୍ମରୁ ଦୂରେଇସାରିଲେଣି କିନ୍ତୁ ତଥାପି ମହାରାଣୀଙ୍କ ଭଳି ଜୀବନ ଜାପାନ କରୁଛନ୍ତି ଏହି ହିରୋଇନ

ଆଜି ଆମେ ବଲୀଉଡ ଜଗତରେ ଏକ ଏମିତି କଳାକାର ବିଷୟରେ କହିବୁ ଯିଏକି ଅମିତାଭ, ଗୋବିନ୍ଦା, ରାଜେଶ ଖନ୍ନା ଭଳି ବଡ ବଡ ଷ୍ଟାରମାନଙ୍କ ସହିତ କାମ କରିସାରିଛନ୍ତି । କେତେକ ସୁପରହିଟ ଫିଲ୍ମରେ ଲୋକମାନଙ୍କର ପ୍ରଶଂସା ପାତ୍ର ମଧ୍ୟ ହୋଇସାରିଛନ୍ତି । କିନ୍ତୁ ଗୋଟିଏ ସମୟ ପରେ ସେ ଫିଲ୍ମ ଜଗତରୁ ଦୂରେଇ ଗଲେ । କିନ୍ତୁ ଏହା ସତ୍ବେ ବି ସେ ଆଜି ବି ମହାରାଣୀଙ୍କ ଭଳି ଜୀବନ ଜାପାନ କରନ୍ତି ।

୧୯୯୦ରେ ଫିଲ୍ମ ‘ସ୍ୱର୍ଗ’ ଆସିଥିଲା । ଏହି ଫିଲ୍ମରେ ରାଜେଶ ଖନ୍ନା, ଗୋବିନ୍ଦା ଏବଂ ଜୂହୀ ଚାୱଲା ବି ଥିଲେ, ଫିଲ୍ମ ଏକ ପାରିବାରିକ ଫିଲ୍ମ ଥିଲା । ଏହି ଫିଲ୍ମ ସେହି ସମୟରେ ବହୁତ ହିଟ ମଧ୍ୟ ହୋଇଥିଲା । ଏହି ଫିଲ୍ମରେ ଏକ କଳକାର ଥିଲେ, ଯାହାର ନାମ ମାଧବୀ ଥିଲା । ମାଧବୀ ରାଜେଶ ଖନ୍ନାଙ୍କର ପତ୍ନୀଙ୍କର ଅଭିନୟ କରିଥିଲେ । ଏହା ସହିତ ସେ ଅମିତାଭ ବଚ୍ଚନଙ୍କ ସହିତ ଫିଲ୍ମ ଗିରଫ୍ତାର, ଅନ୍ଧା କାନୁନ ଏବଂ ଅଗ୍ନିପଥରେ ବି କାମ କରିଥିଲେ ।

ମାଧବୀ ନିଜ କ୍ୟାରିୟରର ଆରମ୍ଭ ସାଉଥ ଫିଲ୍ମରୁ କରିଥିଲେ । ଏହା ପରେ ସେ ବଲୀଉଡରେ ଫିଲ୍ମ ‘ଏକ ଦୂଜେ କେ ଲିଏ’ ଦ୍ଵାରା ପାଦ ରଖିଥିଲେ । ଏହା ପରେ ସେ ବଲୀଉଡର ବିଭିନ୍ନ ଫିଲ୍ମରେ କାମ କରିଥିଲେ । ୧୯୯୪ରେ ଆସିଥିବା ଫିଲ୍ମ ‘ଖୁଦାଈ’ରେ ସେ ଶେଷ ଥର ନଜର ଆସିଥିଲେ । ଏହା ପରେ ସେ ବଲୀଉଡକୁ ବିଦାୟ କହିଦେଇଥିଲେ ।

ମାଧବୀଙ୍କର ପର୍ସନାଳ ଲାଇଫ

ମାଧାବୀଙ୍କର ବାହାଘର ତାଙ୍କର ଗୁରୁ ସ୍ଵାମୀ ରାମା ଫାର୍ମାସ୍ଯୂଟିକଲ ବିଜନେସମ୍ୟାନ ରାଲ୍ଫ ଶର୍ମା ସହ କରାଇ ଥିଲେ । ମାଧବୀ ଏବଂ ରାଲ୍ଫଙ୍କର ଦେଖା ସାକ୍ଷାତ ହିମାଳୟ ଇଂସ୍ଟୀଟ୍ଯୂଟ ଅଫ ଯୋଗା ସାଇଂସ ଏଂଡ ଫିଲୋସଫୀରେ ହୋଇଥିଲା । ଯାହା ପରେ ସେମାନେ ବର୍ଷ ୧୯୯୬ରେ ବିବାହ କରିନେଲେ ଏବଂ ଏହା ପର ଠାରୁ ହିଁ ମାଧବୀ ଫିଲ୍ମ ଦୁନିଆରୁ ଦୂରେଇ ଗଲେ । ମାଧବୀ ବର୍ତ୍ତମାନ ନିଜ ପରିବାରଙ୍କ ସହିତ ନ୍ଯୂ ଜର୍ସୀରେ ରହୁଛନ୍ତି । ମାଧବୀ ଏବଂ ରାଲ୍ଫଙ୍କର ତିନୋଟି ଝିଅ ଅଛନ୍ତି । ଯାହାଙ୍କର ନାମ ପ୍ରିସ୍ସିଲ୍ଲା, ଟିଫନୀ ଏବଂ ଇବେଲୀନ ଅଟେ ।