Vastu tips: ମୃତ ବା ପିତୃ ପୁରୁଷଙ୍କ ଫଟୋକୁ ଘରର ଏହି ସ୍ଥାନରେ ଲଗାନ୍ତୁ, ଘରକୁ ଆସିବ ସୁଖ ସମୃଦ୍ଧି ଓ ଧନ, ନଚେତ ଭୋଗିବାକୁ ପଡିବ କୁପରିଣାମ

ପ୍ରାୟତଃ ପ୍ରତ୍ଯେକଙ୍କ ଗୃହରେ ପିତୃପୁରୁଷଙ୍କ ଫଟୋ ରହିଥାଏ । ଏପରି ମାନ୍ୟତା ରହିଛି କି ପିତୃପୁରୁଷଙ୍କ ଫଟୋ ଘରେ ଲଗାଇବା ଦ୍ଵାରା କିମ୍ବା ପିତୃପୁରୁଷଙ୍କ ପ୍ରତି ସମ୍ମାନ ଭାବ ରଖିବା ଦ୍ଵାରା ଗୃହକୁ ଉନ୍ନତି ଆସିଥାଏ ଓ ଧନ ସମ୍ପତ୍ତିରେ କେବେ ମଧ୍ୟ ଭାବ ହୁଏନାହିଁ । ଗୃହର ବ୍ୟକ୍ତି ମାନଙ୍କର ପ୍ରତ୍ଯେକ କାର୍ଯ୍ୟରେ ସଫଳତା ମିଳିଥାଏ । କିନ୍ତୁ ପିତୃପୁରୁଷଙ୍କ ଫଟୋ ଭୁଳସ୍ଥାନରେ ଲଗାଇବା ଦ୍ଵାରା ଏହାର ଅଶୁଭ ଫଳ ମଧ୍ୟ ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ପିତୃପୁରୁଷଙ୍କ ଫଟୋକୁ ଘରର କେଉଁ ସ୍ଥାନରେ ଲଗାଇବା ଉଚିତ ।

ସର୍ବପ୍ରଥମେ ଜାଣି ରଖନ୍ତୁ ଘରର ମନ୍ଦିର କିମ୍ବା ଘରର ଯେଉଁ ସ୍ଥାନରେ ଆପଣ ପୂଜା ପାଠ କରୁଛନ୍ତି ସେହି ସ୍ଥାନରେ ଭୁଲରେ ମଧ୍ୟ ପିତୃପୁରୁଷଙ୍କ ଫଟୋ ଲଗାନ୍ତୁ ନାହିଁ । ଠାକୁର ଘରେ ପିତୃପୁରୁଷଙ୍କ ଫଟୋ ରଖିବା ଅଶୁଭ ବିଚାର କରାଯାଏ ଓ ଏହାର ବହୁତ ନକରାତ୍ମକ ପ୍ରଭାବ ପଡିଥାଏ । ଘରର ଐଶନ୍ୟ କୋଣ ବା ଉତ୍ତର-ପୂର୍ବ କୋଣରେ ମନ୍ଦିର ରଖିବା ସବୁଠୁ ଶୁଭ ବୋଲି ମାନାଯାଏ । ଏହି କୋଣରେ ପୂଜା ସ୍ଥାନ ରଖିଥିଲେ ପିତୃପୁରୁଷଙ୍କ ଫଟୋକୁ ଘରର ପୂର୍ବ ଦିଗରେ ଲଗାନ୍ତୁ ।

ଆଉ ଯଦି ପୂର୍ବ ଦିଗରେ ଠାକୁର ଘର ରଖିଛନ୍ତି ତେବେ ଉତ୍ତର-ପୂର୍ବ ଦିଗରେ ପିତୃପୁରୁଷଙ୍କ ଫଟୋ ଲଗାଇବା ଉଚିତ । ସର୍ବଦା ଠାକୁର ଘରର ଓଲଟା ଦିଗରେ ହିଁ ପିତୃପୁରୁଷଙ୍କ ଫଟୋ ଲଗାନ୍ତୁ । ଘରର ଉତ୍ତର କୋଣରେ କିମ୍ବା ଆପଣ ଯେଉଁ ଗୃହରେ ଶୟନ କରୁଛନ୍ତି ସେହି ଘରର ଉତ୍ତର କାନ୍ଥରେ ଯଦି ଆପଣ ପିତୃପୁରୁଷଙ୍କ ଫଟୋ ଲଗାଇବେ ଏହା ଅତ୍ୟନ୍ତ ଶୁଭ ଫଳଦାୟକ ହେବ । ସେହିପରି ଘରର ନେତୃତ୍ୱ କୋଣ ବା ଦକ୍ଷିଣ-ପଶ୍ଚିମ କୋଣରେ କେବେ ମଧ୍ୟ ପିତୃପୁରୁଷଙ୍କ ଫଟୋ ଲଗାନ୍ତୁ ନାହିଁ । ଏହାଦ୍ବାରା ଘରର ଉନ୍ନତିରେ ବାଧାପ୍ରାପ୍ତ ହୁଏ ।

ଏହା ବ୍ଯତୀତ ଘରର ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ପିତୃପୁରୁଷଙ୍କ ଫଟୋ ଲଗାଇବା ଘର ପାଇଁ ଅମଙ୍ଗଳର କାରଣ ହୋଇଥାଏ । ଏହାଦ୍ବାରା ଘରର ଧନ ହାନି ହୋଇଥାଏ । ଏହାସହ ଘରର ବ୍ରହ୍ମସ୍ଥାନ ବା ଘରର ମଝିଆ ମଝି ସ୍ଥାନରେ ପିତୃପୁରୁଷଙ୍କ ଫଟୋ କେବେ ମଧ୍ୟ ଲଗାଇବେ ନାହିଁ । ଏହି ସ୍ଥାନରେ ପିତୃପୁରୁଷଙ୍କ ଫଟୋ ଲଗାଇବା ଦ୍ଵାରା ସେଠାରେ ଘରର ଯେଉଁ ବ୍ୟକ୍ତି ରହୁଥାନ୍ତି, ତାଙ୍କର ମାନସମ୍ମାନରେ ହାନି ପହଞ୍ଚିଥାଏ । ତେବେ ଘରର ଉତ୍ତର ଦିଗରେ ପିତୁପୁରୁଷଙ୍କ ଫଟୋ ଲଗାଇବା ସବୁଠୁ ଉତ୍ତମ ହେବ ।

କିମ୍ବା ଆପଣଙ୍କ ଶୟନ କକ୍ଷର ଉତ୍ତର କାନ୍ଥରେ ମଧ୍ୟ ପିତୃପୁରୁଷଙ୍କ ଫଟୋ ଲଗାଇବା ସବୁଠୁ ଉତ୍ତମ ଅଟେ । ଯଦି କୌଣସି ସମସ୍ଯା କାରଣରୁ ଆପଣ ଏହି ସ୍ଥାନରେ ପିତୃପୁରୁଷଙ୍କ ଫଟୋ ଲଗାଇ ପାରୁ ନାହାନ୍ତି, ତେବେ ଘରର ମନ୍ଦିର ଉତ୍ତର-ପୂର୍ବ ଦିଗରେ ଥିଲେ ପିତୃପୁରୁଷଙ୍କ ଫଟୋକୁ ପୂର୍ବ ଦିଗକୁ ରଖନ୍ତୁ । ଆଉ ଘରର ମଣ୍ଡିଆର ପୂର୍ବ ଦିଗରେ ଥିଲେ ପିତୃପୁରୁଷଙ୍କ ଫଟୋକୁ ଉତ୍ତର-ପୂର୍ବ ଦିଗକୁ ରଖନ୍ତୁ । ଏହା ମଧ୍ୟ ସର୍ବଦା ଉଚିତ ରହିବ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।