୪ ବର୍ଷର ଛୁଆ ଖସି ପଡିଲା ୧୪ ମହଲାରୁ ତଳକୁ!

କହିବାକୁ ଗଲେ ଉତ୍ତର ପ୍ରଦେଶର ଗାଜିଆବାଦ ସିଆନି ଗେଟ ଅଞ୍ଚଳର ପୋଶ ସୋସାଇଟିରେ ଏକ ଦୁଃଖଦ ଘଟଣା ଘଟି ଯାଇଛି । ଏହି ଦୁଃଖଦ ଘଟଣାରେ ଏକ ଶିଶୁର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଏହି ସୋସାଇଟିର ଏକ ଆପାର୍ଟମେଣ୍ଟର ୧୪ ମହଲାରେ ଏକ ପରିବାର ରହୁଥିଲେ ।

ଯେଉଁଥିରେ ବାପା ମା ଓ ତାଙ୍କର ଏକ ସନ୍ତାନ ଥିଲା । ଦୁଃଖର କଥା ଏହା ଅଟେ କି ଗତ କିଛି ଦିନ ତଳେ ହିଁ ବାପା ମାଙ୍କ ସହ ରହୁଥିବା ତାଙ୍କର ସନ୍ତାନ ବାଲକୋନୀରୁ ତଳକୁ ଖସିଗଲା ଓ ଶେଷରେ ତାହାର ମୃତ୍ୟୁ ହୋଇଗଲା ।

ଖବର ଅନୁସାରେ ଏକ ପ୍ରାଇଭେଟ କମ୍ପାନୀରେ କାମ କରୁଥିବା ନଭନୀତ କୁମାର ନିଜର ପରିବାର ସହ ଏହି ସୋସାଇଟିର ଏକ ଅପାର୍ଟମେଣ୍ଟର ୧୪ ମହାଳାରରେ ରୁହନ୍ତି । ଦିନେ କିଛି କାମ ପାଇଁ ସେ ସନ୍ଧ୍ୟା ସମୟରେ ତାଙ୍କର ସ୍ତ୍ରୀଙ୍କ ସହିତ ମାର୍କେଟ ଯାଇଥିଲେ ।

ଏହି ସମୟରେ ତାଙ୍କର ୪ ବର୍ଷର ପୁଅ ଘରେ ଏକୁଟିଆ ଥିଲା । ଏମିତିରେ ଶିଶୁଟି ଘରର ବାଲକୋନୀରେ ଷ୍ଟୁଲ ଉପରେ ଛିଡା ହୋଇ ନିଜର ବାପା ମାଙ୍କ ଫେରିବା ରାସ୍ତାକୁ ଚାହିଁ ବସିଥିଲା । କିନ୍ତୁ ଏହି ସମୟରେ ଶିଶୁଟି ଅଚାନକ ନିଜର ଭାରସାମ୍ୟ ହରାଇ ତଳକୁ ଖସି ପଡିଲା । ଏହା ପରେ ସେହି ସ୍ଥାନରେ ଥିବା କିଛି ସ୍ଥାନୀୟ ଲୋକମାନେ ସଙ୍ଗେ ସଙ୍ଗେ ସେହି ଶିଶୁକୁ ହସ୍ପିଟାଲ ନେଇ ଗଲେ ।

କିନ୍ତୁ ହସ୍ପିଟାଲର ଡାକ୍ତରମାନେ ସେହି ଶିଶୁକୁ ମୃତ ବୋଲି ଘୋଷଣା କରିଲେ । ଏହା ପରେ ଏହି ଘଟଣା ବିଷୟରେ ପୋଲିସକୁ ସୂଚନା ଦିଆଗଲା । ତେବେ ପୋଲିସ ନିଜର ପ୍ରାଥମିକ ସୂଚନାରେ କହିଲେ କି ଘରର ବାଲକୋନୀରେ ୨ଟି ଷ୍ଟୁଲ ମିଳିଛି । ଷ୍ଟୁଲରେ ଛିଡା ହୋଇ ବାପା ମାଙ୍କ ଫେରିବା ରାସ୍ତାକୁ ଚାହିଁ ବସି ଥିଲା ଓ ଏହି ସମୟରେ ଏହି ଦୁଃଖଦ ଘଟଣା ଘଟିଛି ।

ଯଦି ଆପଣ ମଧ୍ୟ ଏହିଭଳି ଭୁଲ କରୁଛନ୍ତି ତେବେ ସାବଧାନ ରୁହନ୍ତୁ । କେବେବି କୌଣସି ଛୋଟ ପିଲାଙ୍କୁ ଏକା ଘରେ ଛାଡି ଯାଅନ୍ତୁ ନାହିଁ । ନଚେତ ଏହାର ପରିଣାମ ବହୁତ ଭୟଙ୍କର ହୋଇପାରେ । ବାପା ମା ମାନଙ୍କୁ ଆମର ଏତିକି ଅନୁରୋଧ ଛୋଟ ପିଲାଙ୍କୁ ଏକା କେବେ ଛାଡିବେ ନାହିଁ ଯୁଆଡେ ଯିବେ ସାଙ୍ଗରେ ନେଇ ଯିବେ ନଚେତ କାହା ପାଖରେ ଛାଡିକି ଯିବେ।