ସଚ୍ଚା ପ୍ରେମର 7 ସଂକେତ, ଜାଣିନେଲେ କେବେବି ଖାଇବେନି ଧୋଖା -Krishna Vani

ସମସ୍ତେ ନିଜ ଜୀବନରେ କେବେ ନା କେବେ କାହାକୁ ନା କାହାକୁ ନିଶ୍ଚିତ ରୂପରେ ପ୍ରେମ କରିଥିବେ । ସବୁ ମନୁଷ୍ୟ ଚିନ୍ତା କରେ କି ତାକୁ କେହି ପ୍ରକୃତରେ ପ୍ରେମ କରୁ କିନ୍ତୁ ସତ କିମ୍ବା ପ୍ରକୃତ ପ୍ରେମ ସବୁବେଳେ ସମସ୍ତଙ୍କୁ ମିଳେ ନାହିଁ । ତେବେ ଆସନ୍ତୁ ଆଜି ଜାଣିବା ସତ ପ୍ରେମ କରୁଥିବା ବ୍ୟକ୍ତିଙ୍କର ୭ ଟି ପ୍ରକୃତ ପରିଚୟ ଯାହାକି ସବୁ ପ୍ରକୃତ ପ୍ରେମ କରୁଥିବା ବ୍ୟକ୍ତିଙ୍କ ପାଖରେ ନିଶ୍ଚିତ ଥାଏ ।

ପ୍ରଥମ

ପ୍ରକୃତ ପ୍ରେମରେ କୌଣସି ଶର୍ତ ନ ଥାଏ । ସେ ପ୍ରେମ କେବଳ ଭାବନାରେ ହୋଇଥାଏ । କିନ୍ତୁ ଏମିତି କିଛି ସମ୍ପର୍କ ଅଛି ଯାହା ଶର୍ତରେ ଆରମ୍ଭ ହୋଇଥାଏ । ମୁଁ  ତୁମ ପାଇଁ ଏମିତି କରି ପାରିବି ନାହିଁ, ସେମିତି କରି ପାରିବି ନାହିଁ ଇତ୍ୟାଦି । ଏହି ପରି କିଛି ଶର୍ତ ଥାଏ ।

ଦ୍ଵିତୀୟ

ସତ ପ୍ରେମ କରୁଥିବା ବ୍ୟକ୍ତି ସବୁବେଳେ ନିଜ ଅପେକ୍ଷା ସ୍ସାମନାରେ ଥିବା ବ୍ୟକ୍ତିର ଚିନ୍ତା କରୁଥାଏ । ଯେତେ ବେଳେ ବି ସାମ୍ନା ବାଲାକୁ କୌଣସି ଅସୁବିଧା ହୁଏ ତେବେ ତାଙ୍କ ଅପେକ୍ଷା ପ୍ରକୃତ ପ୍ରେମ କରୁଥିବା ବ୍ୟକ୍ତିକୁ ବହୁତ କଷ୍ଟ ହୁଏ । ସେ ଛୋଟ ଛୋଟ କଥାରେ ଆପଣଙ୍କର ଯତ୍ନ ନେଇଥାନ୍ତି  ଓ ଆପଣଙ୍କୁ ଇଜ୍ଜତ ଦେବା ସହ କେବେ ବି ନିଚ୍ଚ ଦେଖାନ୍ତି ନାହିଁ ।

ତୃତୀୟ

ପ୍ରକୃତ ପ୍ରେମୀ କେବେ ବି କୌଣସି କାମରେ ଆପଣଙ୍କୁ ବାନ୍ଧି ରଖେ ନାହିଁ । କହିବାକୁ ଗଲେ କୌଣସି କାମରେ ବାଧ୍ୟ ମଧ୍ୟ କରେ ନାହିଁ । ସେ ଆପଣଙ୍କ ଖୁସିରେ ହିଁ ନିଜ ଖୁସି ଖୋଜିନିଏ ।

ଚତୁର୍ଥ

ପ୍ରକୃତ ପ୍ରେମୀ ଆପଣଙ୍କର ସୁଖରେ ଯେତେ ସହଯୋଗ କରେ ତାହା ଠାରୁ ଅଧିକ ଆପଣଙ୍କର ଅସୁବିଧାରେ ସାହାର୍ଯ୍ୟ କରିଥାଏ । ସେ ଦୁଃଖ ଓ ସମସ୍ୟା ଆପଣଙ୍କର ହେଉ କିମ୍ବା ଆପଣଙ୍କର ପରିବାରର ହେଉ । ପ୍ରକୃତ ପ୍ରେମ କରୁଥିବା ବ୍ୟକ୍ତି ସବୁବେଳେ ଆପଣଙ୍କ ପାଖରେ ଥାଏ ।

ପଞ୍ଚମ

ପ୍ରକୃତ ପ୍ରେମୀ ଆପଣଙ୍କୁ ନିଜର ଭବିଷ୍ୟତର ଯୋଜନାରେ ଆପଣଙ୍କ ଠାରୁ ପରାମର୍ଶ ନେଇଥାଏ । କାରଣ ତାଙ୍କୁ ଜଣା ଥାଏ କି ଆପଣ ଜୀବନସାରା ତାଙ୍କ ସହ ରହିବେ ।

ଷଷ୍ଠ

ପ୍ରକୃତ ପ୍ରେମୀ ଏପରି କୌଣସି କାମ କରିବାକୁ ବାଧ୍ୟ କରି ନ ଥାଏ ଯେଉଁ କାମ ଆପଣଙ୍କୁ କରିବା ପାଇଁ ଇଚ୍ଛା ନ ଥାଏ । ସେ ଆପଣଙ୍କ ଖୁସିରେ ନିଜର ଦୁନିଆ ତିଆରି କରିଥାନ୍ତି । ସେ ଆପଣଙ୍କ ଭାବନାକୁ ମର୍ଯ୍ୟାଦା ଦିଅନ୍ତି ଓ ସବୁ କଥାକୁ ଭଲ ଭାବରେ ବୁଝି ଥାନ୍ତି  ।

ସପ୍ତମ

ପ୍ରକୃତ ପ୍ରେମୀ ସବୁ ବେଳେ ବିଶ୍ଵାସୀ ଥାନ୍ତି । ସେ ଆପଣଙ୍କୁ କୌଣସି ବି ପରିସ୍ଥିତିରେ ବିଶ୍ଵାସଘାତ କରନ୍ତି ନାହିଁ । କିଛି ବି ହେଇଯାଉ ନା କାହିଁକି ସେ ସବୁବେଳେ ଆପଣଙ୍କୁ ସହଯୋଗ କରନ୍ତି । ସେ ନିଜ ଜୀବନ ଅପେକ୍ଷା ଆପଣଙ୍କୁ ବହୁତ ଯତ୍ନ କରନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।