ଫିଲ୍ମି ଦୁନିଆକୁ ଛାଡି ସନ୍ୟାସିନୀ ହେଲେ ଏହି ସୁନ୍ଦର ଅଭିନେତ୍ରୀ, ଏବେ ଦେଖାଯାନ୍ତି ଏମିତି, ଦେଖନ୍ତୁ ଫଟୋରେ

ଆଜିଆମେ ଆପଣମାନଙ୍କୁ ଏମିତି ଏକ ଅଭିନେତ୍ରୀ ବିଷୟରେ କହିବୁ ଯିଏ ଫିଲ୍ମ ଦୁନିଆକୁ ଛାଡି ବୈରାଗ୍ୟ ଜୀବନକୁ ସ୍ଵୀକାର କରିଛନ୍ତି । ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ବରଖା ମଦନ । ସେ ତାଙ୍କ କ୍ୟାରିୟରରେ ବହୁତ ଫିଲ୍ମ କରିଛନ୍ତି । ହେଲେ ଏହା ପରେ ତାଙ୍କ ଜୀବନରେ ଏମିତି ଏକ ମୋଡ ଆସିଥିଲା ଯେଉଁଥି ପାଇଁ ସେ ୨୦୧୨ରେ ସନ୍ୟାସ ନେବାର ନିସ୍ପତି ନେଇଥିଲେ । ସନ୍ୟାସ ନେବାର ନିସ୍ପତି ବରଖା କୌଣସି ଆର୍ଥିକ ଚିନ୍ତା, ଖରାପ କ୍ୟାରିୟର ବା ବ୍ରେକ ଅପ୍ ପାଇଁ ନେଇ ନଥିଲେ । ତେବେ ଆସନ୍ତୁ ଜାଣିବା ତାଙ୍କ ଜୀବନ ବିଷୟରେ ।


୧୯୯୪ରେ ବରଖା ମିସ ଇଣ୍ଡିଆର ଫାଇନାଲିଷ୍ଟ ଥିଲେ । ସେହି ବର୍ଷ ସୁସ୍ମିତା ସେନ ଓ ଐଶ୍ଵର୍ୟ୍ୟା ରାୟ ମିସ ଇଣ୍ଡିଆ ୟୁନିଭର୍ସ ଓ ମିସ ଇଣ୍ଡିଆ ୱାଲ୍ଡର ଆୱାର୍ଡ ଜିତିଥିଲେ । ମଡେଲ ରୂପରେ ବରଖା ନିଜକୁ ପରିଚିତ କରିବା ପରେ ୧୯୯୬ରେ ବରଖା ‘ଖିଲାଡ଼ିୟୋ କେ ଖିଲାଡ଼ି’ ଫିଲ୍ମ ଦ୍ଵାରା ବଲିଉଡ୍ ରେ ପାଦ ଦେଇଥିଲେ ।


ଏହାପରେ ସେ ଇଣ୍ଡୋ ଡଚ ପ୍ରଡକ୍ସନରେ କାମ କରିଥିଲେ । ତା ପରେ ୭ ବର୍ଷ ପର୍ଯ୍ୟନ୍ତ ସେ ପରଦାରେ ନଜର ଆସିନଥିଲେ । ପରେ ସେ ରାମ ଗୋପାଲ ବର୍ମାଙ୍କ ଫିଲ୍ମ ‘ଭୁତ’ରେ ନଜର ଆସିଥିଲେ । ସେ ପାଖା ପାଖି ୨୦ଟି ଟିଭି ସିରିୟଲରେ କାମ କରିଥିଲେ ।


କିଛି ବର୍ଷ ପରେ ବରଖା ୪ ଡିସେମ୍ବର ୨୦୧୨ରେ ସକାଳ ୯ଟାରେ ବୌଦ୍ଧ ଧର୍ମ ଶାସ୍ତ୍ରର ସନ୍ୟାସ ନେଇଥିଲେ । ସେହି ସମୟରେ ବରଖାଙ୍କ ମାତା ପିତା ସେଠାରେ ଉପସ୍ଥିତ ଥିଲେ ଓ ସେମାନେ ମଧ୍ୟ ବରଖାଙ୍କୁ ବହୁତ ସପୋର୍ଟ କରିଥିଲେ । ସେ ତାଙ୍କ ପାଖରେ ଗୋଟେ ମୋବାଇଲ ଓ ଗୋଟେ ଲ୍ୟାପଟପ ରଖିଛନ୍ତି । ସେ ପ୍ରାୟତଃ ହିମାଳୟ ପ୍ରଦେଶରେ ମେଡିଟେସନ କରୁଥିବା ସମୟରେ ଓ ଗୟାରେ ଚିଲ୍ଡ୍ରେନ ପ୍ରୋଜେକ୍ଟରେ ଏଚଆଇବି ଗ୍ରସ୍ତ ପିଲାମାନଙ୍କ ସେବା କରୁଥିବାର ନଜର ଆସିଥାନ୍ତି ।