ଏହି 4 ଗୁଣ ପୁରୁଷଙ୍କୁ ମହିଳାମାନେ ଜୀବନସାରା ଖୋଜିଲେ ବି ପାଇ ନଥାନ୍ତି -Vidur Niti

ଆଜି ଆମେ ମହାତ୍ମା ବିଦୁର ଙ୍କ କହିଥିବା ଏପରି ଉତ୍ତମ ପୁରୁଷ ଙ୍କ ବିଷୟରେ ଆଲୋଚନା କରିବା । ବିଦୁର ଙ୍କ ଅନୁସାରେ ଏହି ପୁରୁଷ ମାନଙ୍କୁ ସଂସାର ରେ ଖୋଜିଲେ ମଧ୍ୟ ମିଳିବେ ନାହିଁ । ଏହି ଗୁଣ ଧାରଣ କରିଥିବା ପୁରୁଷ ମାନେ ନା କେବଳ ମର୍ତ୍ୟ ଲୋକ ରେ ପୂଜା ପାଆନ୍ତି ଅର୍ଥାତ ମୁର୍ତ୍ୟୁ ପରେ ମଧ୍ୟ ଏମାନଙ୍କୁ ସ୍ଵର୍ଗଲୋକରେ ପୂଜନୀୟ ସ୍ଥାନ ମିଳିଥାଏ । ମହାତ୍ମା ବିଦୁର ଏହି ପୁରୁଷ ମାନଙ୍କୁ ଉତ୍ତମ ରୁ ମଧ୍ୟ ଉତ୍ତମ ମାନିଛନ୍ତି ।

ଏହି ଗୁଣ କିଛି ପୁରୁଷ ଙ୍କ ମଧ୍ୟରେ କେତେ ଜନ୍ମ ର ପୂଣ୍ୟ କରିବା ପରେ ମିଳିଥାଏ । ଏମାନଙ୍କ ଉପରେ ଈଶ୍ବରଙ୍କ କୃପା ସର୍ବଦା ରହିଥାଏ । ସ୍ଵୟଂ ଦେବତା ମାନେ ଏମାନଙ୍କ ସ୍ଵାଗତ ପାଇଁ ଅପେକ୍ଷା କରି ରହିଥାନ୍ତି । ବିଦୁର ନିଜ ନୀତି ରେ ଏହିପରି ପୁରୁଷ ଙ୍କ ବିଷୟରେ କିଛି ବର୍ଣନା କରିଛନ୍ତି । ମହାତ୍ମା ବିଦୁର କୌଣସି ସାଧାରଣ ମନ୍ୟୁଷ ନଥିଲେ ।

ସେ ସ୍ଵୟଂ ଧର୍ମରାଜ ଙ୍କ ଅବତାର ଥିଲେ । ଏହି କାରଣରୁ ସିଏ ମର୍ତ୍ୟ ଲୋକର ପ୍ରାଣୀ ଙ୍କ ଭୂତଭବିଷ୍ୟ ବିଷୟରେ ଭଲ ଭାବରେ ଜାଣିଥିଲେ । ସେ ଜାଣିଥିଲେ କେଉଁ ପ୍ରାଣୀ ନର୍କ କୁ ଯିବ ଓ କିଏ ସ୍ଵର୍ଗ କୁ ଯିବ । ଏବଂ କୌଣସି ପ୍ରାଣୀ ନିଜ ପୂଣ୍ୟ କର୍ମ ଦ୍ଵାରା ପରମପଦ କୁ ପ୍ରାପ୍ତ କରିପାରିବ । ବିଦୁର ଙ୍କ ଅନୁସାରେ ଯଦି ବି ଉତ୍ତମ ପୁରୁଷ ମର୍ତ୍ୟ ଲୋକରେ ଦୁଃଖ ପାଉଥିଲେ ବା ତା ଜୀବନରେ କେତେ ସମସ୍ୟା ଆସିଲେ ମଧ୍ୟ ସେ ତଟସ୍ଥ ଭାବରେ ନିଜ ଧର୍ମ କୁ ପାଳନ କରିଥାଏ ।

ପରୋପକାର କାର୍ଯ୍ୟ ମାନବ ଜୀବନର ଅଧିକାର ଅଟେ । ପରନ୍ତୁ ଉତ୍ତମ ପୁରୁଷ ସେହି ମରିଯାଇଥିବା ପଶୁ ପରି ହୋଇଥାଏ ଯାହାର ମୃତ୍ୟୁ ପରେ ମଧ୍ୟ ତାର ଚମଡା ଉପଯୋଗରେ ଆସିଥାଏ । ଉତ୍ତମ ପୁରୁଷ ଜୀବିତ ଥାଇ ମଧ୍ୟ ସମସ୍ତଙ୍କ କଲ୍ୟାଣ କରିଥାନ୍ତି କିନ୍ତୁ ମୃତ୍ୟୁ ପରେ ମଧ୍ୟ ଅନ୍ୟର କାମ ରେ ଆସିଥାନ୍ତି । ତାଙ୍କ ବିଚାର, ଓ ତାଙ୍କ ଦ୍ଵାରା କରାଯାଇଥିବା କାର୍ଯ୍ୟ ସମସ୍ତଙ୍କୁ ପ୍ରେରଣା ମଧ୍ୟ ଦେଇଥାନ୍ତି ।

ବିଦୁର କହୁଛନ୍ତି କି ଗୋଟେ ପୁରୁଷ ଯେତେ ଧନ ଅର୍ଜନ କଲେ ବା କୌଣସି ଉଚ୍ଚ ପଦରେ ବସିଲେ ମଧ୍ୟ ତା ମନ ରେ କେବେ ବି ଉନ୍ନତ ହୋଇନଥାଏ । ଅର୍ଥାତ ଯେତେ ବି ଧନବାନ ବନିଗଲେ ମଧ୍ୟ କେବେ ଗର୍ବ କରିନଥାଏ, ଯେତେ ଜ୍ଞାନ ପ୍ରପାତ କରି ଅନ୍ୟକୁ କେବେ ଅପମାନ କରିନଥାଏ । ଯେଉଁ ପ୍ରକାର ବୃକ୍ଷରେ ଫଳ ଆସିବା ପରେ ସେ ନଇଁ ଯାଇଥାନ୍ତି, ପାଣି ଦ୍ଵାରା ଭରିଥିବା ବାଦଲ ଆକାଶ ରୁ ତଳକୁ ଆସିଥାନ୍ତି ସେହିପରି ଉତ୍ତମ ପୁରୁଷ ଯେତେ ଧନ ଅର୍ଜନ କଲେ ମଧ୍ୟ ସର୍ବଦା ନମ୍ର ରହିଥାଏ ।

ଯେଉଁ ପରି ନଦୀ ସ୍ଵୟଂ ଜଳ ନିଜେ ପିଇ ପାରେ ନାହିଁ, ବୃକ୍ଷ ନିଜ ଫଳ ନିଜେ ଖାଇ ପାରନ୍ତି ନାହିଂ ସେହିପରି ମହାନ ପୁରୁଷ ନିଜ ଜୀବନ ପରୋପକାର ରେ ବିତାଇ ଥାନ୍ତି । ଅର୍ଥାତ ଉତ୍ତମ ପୁରୁଷ କେବେ ବି ନିଜ ପାଇଁ କୌଣସି କାର୍ଯ୍ୟ କରି ନଥାଏ, ନିଜ ପାଇଁ କେବେ ବି ଧନ ଅର୍ଜନ କରି ନଥାଏ ପରନ୍ତୁ ସେ ନିଜ ଜୀବନ ର ପ୍ରତିଟି କ୍ଷଣ ଅନ୍ୟ ର ଉପକାର ନିମନ୍ତେ କାର୍ଯ୍ୟ କରିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।